ମୁଁହ ଖୋଲିଲେ ଉପମୁଖ୍ୟମନ୍ତ୍ରୀ ଦେଖନ୍ତୁ ସୁଭଦ୍ରା ଯୋଜନାରେ କରିବେ ଏହିପରି ଆବେଦନ
Jul 27, 2024, 18:26 IST
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବିଜେପି ସରକାରଙ୍କ ସବୁଠାରୁ ଆକର୍ଷଣୀୟ ଯୋଜନା ସୁଭଦ୍ରା। କାଲି ବଜେଟରେ ଏହି ଯୋଜନା ପାଇଁ ବ୍ୟୟବରାଦ ହେବା ପରେ ସମସ୍ତଙ୍କ ଭିତରେ ଉତ୍କଣ୍ଠା ବଢି ଯାଇଛି। କେବେ ଠାରୁ ଏହି ଯୋଜନା ଆରମ୍ଭ ହେବ ଓ କେତେ ମହିଳାଙ୍କୁ ଟଙ୍କା ମିଳିବ। ତେବେ ବନ୍ଧୁଗଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅର୍ଥାତ ସେପ୍ଟେମ୍ବର ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହେବ । ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା ଏ ନେଇ ଗଣମାଧ୍ୟମକୁ ବଡ଼ ବୟାନ ଦେଇଛନ୍ତି।
ବଜେଟ୍ରେ ୧୦ ହଜାର କୋଟି ବ୍ୟୟ ବରାଦ ପରେ ପୁରା ପ୍ରକ୍ରିୟା କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ହିତାଧିକାରୀ କେମିତି ସୁଭଦ୍ର ଯୋଜାନାର ଲାଭ ପାଇବେ ? କେତେ ମହିଳା ଏଥିରେ ସାମିଲ ହେବେ। କେମିତ ଆବେଦନ କରିବେ। ଏ ନେଇ ସେ ବିସ୍ତୃତ ସୂଚନା ଦେଇଛନ୍ତି, ସପ୍ଟେମ୍ବର ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହେବ, ତେବେ ଅଗଷ୍ଟ ୧୫ ସୁଦ୍ଧା ସମସ୍ତ ପ୍ରସ୍ତୁତି ସରିବ। ସେ କହିଛନ୍ତି, ଏ ନେଇ ସରକାର କୌଣସି ବିଜ୍ଞପ୍ତି ପ୍ରକାଶ କରି ନାହାନ୍ତି।
କୌଣସି ଫର୍ମ ବାହାରି ନାହିଁ, ଏସଓପି ପ୍ରସ୍ତୁତି ଚାଲିଛି। ବୁଦ୍ଧିଜୀବୀଙ୍କ ମତାମତ ପରେ ଏସଓପି ପ୍ରସ୍ତୁତ କରାଯିବ। ସୁଭଦ୍ରାକୁ ନେଇ ଉଠୁଥିବା ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ। ଆବେଦନ ପ୍ରକ୍ରିୟାକୁ ସରଳ କରାଯିବ। ଏ ନେଇ ମହିଳାଙ୍କ ମତାମତ ନିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଯୋଜନାରେ ଅଧିକରୁ ଅଧିକ ମହିଳା କିପରି ଉପକୃତ ହେବେ ସେଥିପ୍ରତି ସରକାର ଯୋଜନା ଚାଲିଥିବା ଉପମୁଖ୍ୟମନ୍ତ୍ରୀ ପରିଡ଼ା କହିଛନ୍ତି।
ତେବେ ବିଜେଡିକୁ କ୍ଷମତାଚ୍ୟୁତ କରି ବିଜେପି ସରକାରକୁ ଆସିବା ପଛରେ ଏହି ଗୋଟିଏ ଯୋଜନା, ସବୁଠୁ ବଡ ଚେଞ୍ଜର ବୋଲି କୁହାଯାଉଛି। ତେଣୁ ସରକାର ଏବେ ତାଙ୍କ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବାରେ ଜୋର ଲଗାଇ ଦେଇଛନ୍ତି। ମହିଳା ଓ ଶିଶୁ ବିକାଶ ବିଭାଗକୁ ନିଜ ହାତରେ ରଖିଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ସେପ୍ଟେମ୍ୱର ୧୭ରେ ରାଜ୍ୟରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହେବ।