ଏହି କାରଣରୁ ହାଇକୋର୍ଟ ଗଲେ ଦିପାଳୀ ଦାସ ଦେଖନ୍ତୁ କଣ ରହିଛି ଏହା ପଛର କାରଣ
Jul 13, 2024, 19:33 IST
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଉ ସୋସିଆଲ ମିଡିଆରେ ରାଜନୀତିକୁ ନେଇ ଆସୁଥିବା ବିଭିନ୍ନ ଖବର ଜାଣିବାକୁ ମିଳିଥାଏ।
ତେବେ ବନ୍ଧୁଗଣ ହାଇକୋର୍ଟ ଗଲେ ଦୀପାଳି ଦାସ। ଝାରସୁଗୁଡା ବିଧାନସଭା ନିର୍ବାଚନ ଫଳାଫଳକୁ ଚ୍ୟାଲେଞ୍ଜ କରି ହାଇକୋର୍ଟର ଦ୍ୱାରସ୍ଥ ହେଇଛନ୍ତି ବିଜେଡି ବିଧାୟିକା ପ୍ରାର୍ଥିନୀ ଦୀପାଳି ଦାସ। ଚଳିତ ନିର୍ବାଚନରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ବିଧାୟକ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ମିଥ୍ୟା ନିର୍ବାଚନୀ ସତ୍ୟପାଠ ଦାଖଲ କରିଥିବା ସେ ଅଭିଯୋଗ କରିଛନ୍ତି। ତେବେ ଏହା ପୂର୍ବରୁ ମଧ୍ୟ ନିର୍ବାଚନ ଫଳାଫଳକୁ ନେଇ ଖୁସି ନଥିଲେ ଦୀପାଳି ଦାସ।
ଚଳିତ ବିଧାନସଭା ନିର୍ବାଚନରେ ଝାରସୁଗୁଡ଼ା ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ବିଜୟୀ ହୋଇଥିବା ବେଳେ ହାରର ସମ୍ମୁଖୀନ ହୋଇଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ। ମାତ୍ର ନିଜ ହାରକୁ ସହଜେ ଗ୍ରହଣ କରି ପାରୁ ନ ଥିବା ଦୀପାଳି ଦାସ ପୁଣି ଥରେ ଇଭିଏମ୍ ଯାଞ୍ଚ ପାଇଁ ଆବେଦନ କରିଥିବା ବେଳେ ଏହାକୁ ଗ୍ରହଣ କରିଛନ୍ତି ନିର୍ବାଚନ କମିଶନର। କରିଥିଲେ। ଏହି ଆଧାରରେ ୫ ପ୍ରତିଶତ ଇଭିଏମର ପୁନଃ ଗଣତି କରାଯିବ। ଏନେଇ ଦୀପାଳି ଦାସ ନିର୍ବାଚନ କମିଶନରଙ୍କ ନିକଟରେ ଆବେଦନ କରିଥିଲେ।
ଯାହାକୁ ଗ୍ରହଣ କରିଛନ୍ତି ନିର୍ବାଚନ କମିଶନର। ପରେ ଦୀପାଳିଙ୍କ ଆବେଦନକୁ ଇସିଆଇ ଗ୍ରହଣ କରିବା ସହ ୧୩ଟି ବୁଥରେ ଇଭିଏମ୍ ଯାଞ୍ଚ ପାଇଁ ଅନୁମତି ଦେଇଥିଲେ। ସୂଚନାଯୋଗ୍ୟ ଯେ, ଏଥର ଝାରସୁଗୁଡା ବିଧାନସଭା ନିର୍ବାଚନରେ ଦୀପାଳି ଦାସ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଟଙ୍କଧର ତ୍ରିପାଠୀଙ୍କଠାରୁ ମାତ୍ର ୧୩୩୩ ଖଣ୍ଡ ଭୋଟରେ ହାରିଯାଇଥିଲେ । ବିଜେଡି ପ୍ରାର୍ଥିନୀ ଦୀପାଳି ଦାସଙ୍କୁ ହରାଇ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ବିଜୟୀ ହେଇଥିଲେ।