Movie prime

ବାହା ହେବାକୁ ଯାଉଥିଲା ପୁଅ ଦେଖନ୍ତୁ ଅଚାନକ ଘଟିଗଲା କେତେବଡ ଅଘଟଣ ହୋମ ନିଆଁ ବଦଳରେ ଜଳିଲା ଯୁଇ ନିଆଁ

 
Hy
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆ ଦ୍ଵାରା ପ୍ରତିଦିନ ଘଟୁଥିବା ଅନେକ ପ୍ରକାର ଘଟଣା ଦୁର୍ଘଟଣା ବିଷୟରେ ଜାଣିବାକୁ ପାଇଥାଉ। ତେବେ ବନ୍ଧୁଗଣ ବର୍ତମାନ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଯାହାକି ବାହାଘର ପ୍ରୋସେସନରେ ଘଟିଯାଇଛି ଅଘଟଣ। ପୁଅ ବାହାଘର ପ୍ରୋସେସନ୍‌ରେ ଚାଲିଗଲା ବାପାର ଜୀବନ। ପ୍ରୋସେସନ୍‌ ବେଳେ ବରଯାତ୍ରୀ ବସ୍ ଧକ୍କାରେ ବରର ବାପା ମୃତ। ନରସିଂହପୁର ଥାନା ଚତରାପଦା ଛକରେ ଚଢ଼ିଗଲା ବରଯାତ୍ରୀ ବସ୍। 
Bb
ସୂଚନା ଅନୁସାରେ, ବିବାହ ପାଇଁ ବରଯାତ୍ରୀ ଧରି ନରସିଂହପୁରରୁ ଯାଉଥିଲା। ଏହପରେ ବରର ବାପାଙ୍କୁ ପଛପଟୁ ଧକ୍କା ଦେଇଥିଲା ବରଯାତ୍ରୀ ବସ୍। ବରଯାତ୍ରୀ ଯିବା ପାଇଁ ଗୋଟିଏ ବସ୍ ଓ ତିନିଟି କାର୍ ହୋଇଥିଲା। ବସ୍‌ରେ ଅନେକ ବରଯାତ୍ରୀ ବସି ସାରିଥିଲେ। ଆହୁରି ଅନେକ ବରଯାତ୍ରୀ, ଗାଁଲୋକ ଓ ବନ୍ଧୁବାନ୍ଧବ ବରକୁ ବାଟୋଇ ଦେବା ପାଇଁ ରାସ୍ତାରେ ଥିଲେ। ଆଉ ପ୍ରୋସେସନ ଚାଲିଥିଲା। ବିବାହ ଶୋଭାଯାତ୍ରା ଚାଲିଥିବା ବେଳେ ବସଟି ପଛେ ପଛେ ଧୀରେ ଧୀରେ ଚାଲିଥାଏ। 
Bb
ହଠାତ୍‌ ଏହାର ଗତି ବଢ଼ିଗଲା ଓ ଶୋଭାଯାତ୍ରା ଉପରେ ମାଡ଼ିଗଲା। ଜୋରରେ ପାଟି କଲେ ମଧ୍ୟ ଡ୍ରାଇଭର ଗାଡ଼ିକୁ ଅଟକାଇ ନଥିଲେ। ବସ୍‌ ସମ୍ମୁଖରୁ ଏପଟ ସେପଟ କିଛି ଲୋକ ବଞ୍ଚି ଯାଇଥିଲେ। ହେଲେ ବାର ପିତା ବରଯାତ୍ରୀ ବସ୍‌ର ଚକାତଳେ ପଡ଼ିଗଲେ। ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ତେବେ ମୃତକ ଜଣଙ୍କ ହେଲେ ବିମ୍ବାଧର ନାୟକ। 
ପୁଅର ବାହାଘର ପାଇଁ ପରିବାରରେ ଖୁସିର ମହୋଲ ଥିବା ବେଳେ ଏହି ଘଟଣା ଶୋକାକୂଳ ପରିବେଶ ସୃଷ୍ଟି କରିଛି। ସାରା ହସ୍ପିଟାଲ କାନ୍ଦ ବୋବାଳିରେ କମ୍ପି ଉଠିଲା। ବାହା ହେବାକୁ ଯାଉଥିବା ପୁଅ କାନ୍ଦି କାନ୍ଦି ଗଡ଼ି ଯାଉଥାଏ। ତେବେ ବନ୍ଧୁଗଣ ମୃତକଙ୍କ ପରିବାର ପକ୍ଷରୁ ଏହି ଘଟଣା ନେଇ ନରସିଂହପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ନରସିଂହପୁର ଥାନା ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।