ବନ୍ଧା ହେଲେ ମହିଳା ସରପଞ୍ଚ ଦେଖନ୍ତୁ କେବଳ ଏହି ଗୋଟିଏ ଭୁଲରେ ଧରା ପଡ଼ିଗଲା ଏହି ଖେଳ
Jul 26, 2024, 15:03 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଜଣେ ମହିଳା ଯିଏ କି ହେଉଛନ୍ତି ଜଣେ ସରପଞ୍ଚ । ସରପଞ୍ଚ ହୋଇ ମଧ୍ୟ ସେ ଏଭଳି କାମ କରିଛନ୍ତି ଯାହାକୁ ନେଇ ଏବେ ସେ ଚର୍ଚ୍ଚାରେ ଅଛନ୍ତି । ଏହି ମହିଳା ଜଣକ QQସରପଞ୍ଚ ହୋଇ ଲାଞ୍ଚ ନେଉଥିଲେ ଆଉ ସେ ଲାଞ୍ଚ ନେବା ସମୟରେ ଧରା ପଡିଛନ୍ତି ।
ଆଉ ଏବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡିଛି । ପଦାରେ ପଡ଼ିଗଲା ମହିଳା ସରପଞ୍ଚଙ୍କ କଳା କାରନାମା । ସେ ତରତର ହୋଇ ଲୋକଙ୍କ ତଣ୍ଟି ଚିପି ଦେଇ ଟଙ୍କା ବୋହି ନେଇ ଗଡ୍ରେଜରେ ରଖୁଥିବା ବେଳେ ଧରା ପଡିଛନ୍ତି । ଭିଜିଲାନ୍ସ ଟିମ୍ ସେଠାରେ ଏହି କାମ କରୁଥିବା ବେଳେ ପହଞ୍ଚି ଯାଇଥିଲେ । ଆଉ ଏହା ଭିଜିଲାନ୍ସ ଟିମ୍ ଦେଖିବା ପରେ ତାଙ୍କର ହୋସ ଉଡ଼ିଗଲା । ଗଡରେଜ୍ ଖୋଲି ଦେଖିଲା ବେଳକୁ ଅନେକ ଟଙ୍କା । ସତପଞ୍ଚ ହୋଇ ଲୋକଙ୍କ ଠାରୁ ଟଙ୍କା ଲାଞ୍ଚ ନେଉଥିଲେ ।
ଲୋକଙ୍କ ଠାରୁ ଟଙ୍କା ଲାଞ୍ଚ ନେଇ ଅଏସ ଆଉ ଆରାମ କରୁଥିଲେ ମହିଳା ସରପଞ୍ଚ ଆଉ ତାଙ୍କ ସ୍ବାମୀ । ମହିଳା ଜଣକ ମାତ୍ରକୁ ସରପଞ୍ଚ ହୋଇଥିବା ବେଳେ ସ୍ବାମୀ ଜଣକ ଏଭଳି କାମ କରୁଥିଲେ । ସେ ଲାଞ୍ଚ ନେଇ ସବୁ କାମ କରୁଥିଲେ । ଏହି ମହିଳା ଜଣଙ୍କର ସ୍ବାମୀ ଲୋକମାନଙ୍କ ଠାରୁ କୌଣସି କାମ ପାଇଁ ଟଙ୍କା ଲାଞ୍ଚ ନେଉଥିଲେ ଆଉ ଟଙ୍କା ନଦେଲେ ଧମକ ଦେଉଥିଲେ । ସ୍ବାମୀଙ୍କୁ ମଧ୍ୟ ସହଯୋଗ କରୁଥିଲେ ସ୍ବାମୀ । ଏବେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ସ୍ବାମୀ ସ୍ତ୍ରୀ ଦୁଇଜଣ ଯାକ । ଏହି ଘଟଣା ଅନୁଗୁଳ ଜିଲ୍ଲାରେ ଦେଖିବାକୁ ମିଳିଛି ।
ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ଶୁଶୁମା ପଞ୍ଚାୟତର ସରପଞ୍ଚ ଏବଂ ତାଙ୍କ ସ୍ଵାମୀ ଶିଶିର ସାମଲ ଜଣେ ହିତାଧିକାରୀଙ୍କ ମୋ ପୋଖରୀ ବିଲ ପାସ କରିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଆଉ ଭିଜିଲାନ୍ସ ଟିମ୍ ସେ ଟଙ୍କା ଦେବା କଥା ଖବର ପାଇ ଟଙ୍କା ନେଉଥିବା ସମୟରେ ସରପଞ୍ଚ ଆଉ ତାଙ୍କ ସ୍ବାମୀଙ୍କୁ କାବୁ କରିଥିଲେ । ଏହି ବ୍ୟକ୍ତି ଜଣକ ହେଉଛନ୍ତି ପଦ୍ମଚରଣ ପ୍ରଧାନ । ଏହି ବ୍ୟକ୍ତି ଜଣଙ୍କୁ ଲାଞ୍ଚ ମାଗିବା କଥା ସେ ଭିଜିଲାନ୍ସ ଟିମକୁ ଜଣାଇଥିଲେ ଆଉ ଲାଞ୍ଚ ଦେବା ସମୟରେ ତାଙ୍କୁ କାବୁ କରାଯାଇଛି । ଏବେ ଏହି ଘଟଣାର ଅଧିକ ତଦନ୍ତ କରାଯାଉଛି ।