ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଶାନ୍ତି ନହେବାରୁ ସ୍ବାମୀକୁ ହ-ତ୍ୟା କଲା ସ୍ତ୍ରୀ
Mar 28, 2025, 11:27 IST

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ଯୁବତୀ ମାର୍ଚ୍ଚ ୫ ତାରିଖରେ ବିବାହ କରିଥିଲେ ଆଉ ଏହି ବିବାହକୁ ମାତ୍ର ୧୫ ଦିନ ହୋଇନାହିଁ ଯୁବତୀ ଜଣକ ଏହି ସ୍ଵାମୀ ଜଣଙ୍କୁ ମାରି ଦେଇଥିଲେ । ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି ।

ଏହି ଯୁବତୀ ଜଣକ ହେଉଛନ୍ତି ପ୍ରଗତୀ ଯାଦବ । ଏହି ଯୁବତୀ ଜଣଙ୍କର ପରିବାର ଲୋକେ ତାର ଭଲପାଇବା କଥା ଜାଣି ଦେଇଥିଲେ । ଆଉ ତାପରେ ଏହି ଯୁବତୀ ଜଣଙ୍କୁ ଅନ୍ୟ ଜଣେ ଯୁବକଙ୍କ ସହିତ ତାଙ୍କ ବିନା ଇଚ୍ଛାରେ ବିବାହ କରାଇ ଦେଇଥିଲେ । ଏବେ ଏହି ଯୁବତୀ ଜଣକ କରିଛି ଏଭଳି ନିର୍ଲଜ୍ଜ କାମ । ନିଜ ସ୍ବାମୀକୁ ମାରି ଦେଇଛି । ଏହି ଯୁବତୀ ଜଣକ ଏଭଳି କାମ କରିବ ବୋଲି କେହି କେବେ ଭାବି ନଥିଲେ । ବିବାହକୁ ମାତ୍ର ୧୫ ଦିନ ହୋଇନାହିଁ ଏଭଳି ଘଟଣା ଘଟିଛି ।

ବିବାହକୁ ୧୫ ଦିନ ହୋଇନାହିଁ ଏହି ଯୁବକ ଜଣଙ୍କ କ୍ଷତାକ୍ତ ଅବସ୍ଥାରେ ଘର ପାଖ ପଡ଼ିଆରେ ପଡ଼ିଥିବାର ଦେଖା ଯାଇଥିଲା । ଏହି ଯୁବକ ଜଣଙ୍କର ଭାଇ ଥାନାରେ ଏନେଇ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରିବାରୁ ସତ ସାମ୍ନାକୁ ଆସିଥିଲା । ଏହି ଯୁବତୀ ଜଣକ ତାର ପ୍ରେମିକ ସହ ମିଶି ନିଜ ସ୍ୱାମୀକୁ ସବୁଦିନ ପାଇଁ ଜୀବନରୁ ମାରି ଦେଇଛି । ପ୍ରେମିକ ଆଉ ସୂପାରି କିଲର ସାହାଯ୍ୟରେ ନବବଧୂ ଘଟାଇଲା ନାରକୀୟ କାଣ୍ଡ ।
ଏହି ନବବଧୂ ଜଣକ ଏଭଳି ନାରକୀୟ କାଣ୍ଡ ଘଟାଇଛନ୍ତି ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ଏହି ଘଟଣା ଉତ୍ତରପ୍ରଦେଶ ରାଜ୍ୟରେ ଦେଖିବାକୁ ମିଳିଛି । ଏହି ଯୁବକ ଜଣକ ହେଉଛନ୍ତି ଦିଲ୍ଲୀପ । କ୍ଷତାକ୍ତ ଅବସ୍ଥାରେ ଯୁବକ ଜଣଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ଆଉ ତା ପରଦିନ ତାଙ୍କର ମୃ-ତ୍ୟୁ ହୋଇଥିଲା । ଏହାପରେ ଏହି ଘଟଣାରେ ପୋଲିସ ତଦନ୍ତ କରି ଏହି ମୃତକ ଜଣଙ୍କର ସ୍ତ୍ରୀ, ପ୍ରେମିକ ଆଉ ସୁପାରି କିଲରଙ୍କୁ ଗିରଫ କରିଛି ।