ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ପୁଣି ଜଗନ୍ନାଥ ମୂର୍ତ୍ତିକୁ ନିଜ ତଳେ ରଖି ବିବାଦରେ ସାରଥୀ
Mar 15, 2025, 13:23 IST

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସାରଥୀ ବାବାଙ୍କୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଛନ୍ତି । ୨୦୧୫ ମସିହାରେ ସାରଥୀ ବାବା ଅର୍ଥାତ୍ ସନ୍ତୋଷ ରାଉଳ ବହୁତ ଚର୍ଚ୍ଚାରେ ଥିଲେ । ଆଜି ପୁଣି ସାରଥୀ ବାବାଙ୍କୁ ନେଇ ଚର୍ଚ୍ଚା ହେଉଛି । ପୁଣି ସାରଥୀ ବାବାକୁ ନେଇ ଉଠିଲା ବିବାଦ । ଭୁବନେଶ୍ଵର ସହରର କାର୍ଗିଲ ବସ୍ତିରେ ସାରଥୀ ବାବାଙ୍କ କିଛି ଅନୁଗାମୀ ସତସଙ୍ଗ କରୁଥିଲେ ଯାହାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଆଜି ପର୍ଯ୍ୟନ୍ତ ଅନେକ ଲୋକ ଅଛନ୍ତି ଯେଉଁମାନେ ସାରଥୀ ବାବାଙ୍କୁ ଏପର୍ଯ୍ୟନ୍ତ ବିଶ୍ୱାସ କରୁଛନ୍ତି ।

ସାରଥି ବାବା ବା ସନ୍ତୋଷ ରାଉଳ କୋଟି କୋଟି ଟଙ୍କା ଲୁଟ କରିଛନ୍ତି । ଏହି ଘଟଣା କୋର୍ଟରେ ଚାଲିବା ପରେ ହାଇକୋର୍ଟ ରାୟ ଦେଲେ କି ସାରଥୀ ବାବା କୌଣସି ସ୍ଥାନରେ ସତସଙ୍ଗ କରିପାରିବେ ନାହିଁ । କିନ୍ତୁ ଏବେ ତାଙ୍କର କିଛି ଅନୁଗାମୀ ଏଭଳି ସବୁ କାମ କରୁଛନ୍ତି । ଦୋଳ ପୂର୍ଣ୍ଣିମାରେ ଭଗବାନ ଜଗନ୍ନାଥଙ୍କୁ ପୂଜା କରାଯାଇଥାଏ । ଏହି ଦିନ ଆମ ଓଡ଼ିଆଙ୍କ ଭଗବାନ ପ୍ରଭୁ ଜଗନ୍ନାଥଙ୍କୁ ସମସ୍ତେ ପୂଜା କରିଥାନ୍ତି । ଏବେ ଦୋଳ ପୂର୍ଣ୍ଣିମାରେ ଦେଖିବାକୁ ମିଳିଛି ଏଭଳି କିଛି ।

ଏବେ ଯେଉଁ ସତସଙ୍ଗ ହେଉଛି ସେଥିରେ ଯେଉଁ ସାରଥୀ ବାବାଙ୍କ ଫଟୋ ରଖାଯାଇଛି ସେହି ଫଟୋରେ ପ୍ରଭୁ ଜଗନ୍ନାଥଙ୍କ ଫଟୋକୁ ଛୋଟ ଆକାରରେ ରଖାଯାଇଛି । ଆଉ ସାରଥୀ ବାବା ତୁଳସୀ ମାଳ ପିନ୍ଧିଛନ୍ତି । ବେକରେ ତୁଳସୀ ଧାରଣ କରିଛନ୍ତି । ଏବେ ଏହି ସାରଥୀ ବାବାଙ୍କ ଅଭିଯୋଗକୁ ନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରାଯାଇଥିଲା । ଏବେ ଏହି ଅଭିଯୋଗ ଆଧାରରେ ଜଣେ ବ୍ୟକ୍ତି କିଛି କଥା କହିଛନ୍ତି । ସେ କହିଛନ୍ତି ସାରଥୀ ବାବା ତାଙ୍କ ଅନୁଗାମୀ ମାନଙ୍କୁ ଏଭଳି ସତସଙ୍ଗ କରିବାକୁ କହିଛନ୍ତି ।
ସାରଥି ବାବାଙ୍କୁ ଏବେ ବେଲ ହୋଇଛି । ପ୍ରଭୁ ଜଗନ୍ନାଥଙ୍କୁ ନେଇ ଖେଳ ଖେଳୁଛନ୍ତି ଏହି ସାରଥୀ ବାବା । ସାରଥି ବାବା ଧର୍ମୀୟ ଲୋକଙ୍କ ଭାବନାକୁ କୋଠରାଘାତ କରୁଛନ୍ତି । ପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତିକୁ ସାରଥୀ ବାବାଙ୍କ ପାଦ ତଳେ ରଖାଯାଇଛି । ଆଉ ଏବେ ଏହିଭଳି ଅନେକ ଘଟଣାକୁ ନେଇ ଥାନାରେ ଅଭିଯୋଗ କରାଯାଇଛି । ଏବେ ଅଭିଯୋଗ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଆଉ ଏଭଳି କାମ କରିଥିବା ବ୍ୟକ୍ତିଙ୍କୁ ଦଣ୍ଡ ମିଳୁ । ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି ।
Around The Web
Sun,16 Mar 2025
ମଣିଷ ଜୀବନ ପାଣି ଫୋଟକା ରାସ୍ତାରେ ଗଡିଲା ତିନି ମୁଣ୍ଡ
Sun,16 Mar 2025
ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଅନୁଭବ ରାଜିଥିଲେ ବର୍ଷା ମନା କଲେ
Sun,16 Mar 2025