Movie prime

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ହେଲା ବାଣ କାରଖାନା ବ୍ଲାଷ୍ଟ ଭିତରୁ ଛିଟିକି ବାହାରେ ପଡିଲା ଖଣ୍ତଖଣ୍ତ ମଣିଷ ମାଂସ

 
Gg
ହଠାତ୍ ପ୍ରଚଣ୍ଡ ଶବ୍ଦ କରି ଜଳି ଗଲା ବାଣ କାରଖାନା। ଖଣ୍ଡ ଖଣ୍ଡ ହୋଇ ଛିଟିକି ପଡ଼ିଲା ମାଂସ। କୋଉଠି ପଡ଼ିଛି ଗୋଡ଼ ଆଙ୍ଗୁଠି , ଆଉ କୋଉଠି ପଡ଼ିଛି ଛିଡା ପାପୁଲି। ଅଶୁଭ ପାଲଟି ଯାଇଛି ମଙ୍ଗଳବାର। ଘଟିଗଲା ଭୟଙ୍କର ଅଗ୍ନିକାଣ୍ଡ। ବାଣ କାରଖାନାରେ ଏଭଳି ଭାବରେ ବିସ୍ପୋରଣ ହୋଇଛି ଯେ ଜଳି ପୋଡ଼ି ପୂରା ପାଉଁଶ ହୋଇ ଯାଇଛି ବାଣ ଫ୍ୟାକ୍ଟ୍ରି। ଚାରିଆଡ଼େ ପୂରା ଧୂଆଁ ମୟ ମଧ୍ୟ ହୋଇ ଯାଇଛି।
Gg
ଆଖିକୁ ମଧ୍ୟ ସେଠାରେ କିଛି ଦେଖାଯାଉ ନଥିଲା। ଯିଏ ଯୁଆଡେ ପାରିଲା ଦୌଡ଼ିବାକୁ ଲାଗିଲା। ସେଠାରେ କାମ କରୁଥିବା ଲୋକ ମାନଙ୍କ ମଧ୍ୟରୁ ୧୮ ଜଣ ଆଖି ବୁଜି ସାରିଥିବା ବେଳେ ଛିଟିକି ହୋଇ ଚାରିଆଡ଼େ ପଡ଼ିଛି ଖଣ୍ଡ ଖଣ୍ଡ ମଣିଷ ମାଂସ। ସ୍ଥିତି ପୂରା ଭୟଙ୍କର ହୋଇ ଯାଇଛି ଆଉ ସ୍ଥାନୀୟ ଅଞ୍ଚଳରେ ଭୟଙ୍କର ବାତାବରଣ ଖେଳି ଯାଇଛି। ମଙ୍ଗଳବାର ଗୁଜୁରାଟ ର ବନାସକଣ୍ଠ ଜିଲାରେ ଏକ ବାଣ କାରଖାନାରେ ଅଗ୍ନିକାଣ୍ଡ ଘଟି ୧୮ ଜଣଙ୍କ ମୃ-ତ୍ୟୁ ହୋଇଛି।
Vg
ଏହି ଦୁର୍ଘଟଣାରେ ଆଉ ଚାରିଜଣ ଆହତ ମଧ୍ୟ ହୋଇ ଥିବାର ସୁଚନା ମଧ୍ଯ ମିଳିଛି। ଅଧିକାରୀ ମାନେ କହିଛନ୍ତି କି ଅଗ୍ନିକାଣ୍ଡ ପରେ ଅନେକ ବିସ୍ପୋରଣ ମଧ୍ୟ ହୋଇଥିଲା। ଯେଉଁ କାରଣରୁ କାରଖାନା ର କିଛି ଅଂଶ ଭୁଶୁଡ଼ି ପଡିଥିଲା। ଅନେକ ଶ୍ରମିକ ମଧ୍ୟ ସେଠାରେ ଫସି ରହିଥିବା ଆଶଙ୍କା କରା ଯାଉଛି। ଆଗକୁ ମୃ-ତ-କ ମାନଙ୍କ ସଂଖ୍ୟା ମଧ୍ୟ ବଢ଼ି ପାରେ। କିଛି ଶ୍ରମିକ ମାନେ ଭଗ୍ନାବଶେଷ ତଳେ ଫସି ରହିଥିବା କୁହା ଯାଉଛି।
ତାଙ୍କୁ ଉଦ୍ଧାର କରିବା ପାଇଁ ଯଥା ସମ୍ଭବ ଚେଷ୍ଟା ଚାଲିଛି। ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟରେ କୌଣସି ସିଥିଳତା ମଧ୍ୟ ଦେଖାଯାଉ ନାହିଁ। ଆହତ ଶ୍ରମିକ ମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ରେ ଭର୍ତ୍ତି କରା ଯାଇଛି। ବିସ୍ପୋରଣ ଏତେ ଶକ୍ତିଶାଳୀ ହୋଇଥିଲା ଯେ କାରଖାନାର ସ୍ଲାଗ ମଧ୍ୟ ଭୁଶୁଡ଼ି ପଡିଥିଲା। ଏବେ ଏହି ବିସ୍ପୋରଣ କୁ ନେଇ ଚାରିଆଡ଼େ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଆଉ ଏହାକୁ ନେଇ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Around The Web