କଣ ପାଇଁ ମୋଦୀ ଆଉ ନବୀନ ଦୁଇ ଜଣ ଚୁପ୍ ଅଛନ୍ତି ...କଣ ସତରେ ମେଣ୍ଟ ହେବାକୁ ଯାଉଛି ନା ଏସବୁ ମିଛ ଖବର ..
Mar 11, 2024, 08:52 IST

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ହିଁ ନା ମିଛ ଓ ସତ ଭିତରେ ରହିଛି ମେଣ୍ଟ।କିଏ କରୁଛି ଗୁଜବ ଆଉ କିଏ କହୁଛି ମିଛ ତାହା ବର୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।
ନେତା, କର୍ମୀ ଓ ଭୋଟର ବର୍ତମାନ ଦ୍ଵନ୍ଦ ରେ ରହିଛନ୍ତି।ପ୍ରଥମେ ରାଜ୍ୟ ସଭାପତି ପରେ ଓଡ଼ିଶା ନିର୍ବାଚନ ରେ ଆଉ ଏବେ ସହପ୍ରଭା ରେ ବିଜେପି ନେତା ଙ୍କ ବୟାନ।

୧୪୭ ବିଧାନସଭା ଓ ୨୧ ଲୋକସଭା ସିଟ ରେ ବିଜେପି ଲଢ଼ିବ।ସମସ୍ତ ସିଟ ରେ ଲଢ଼ିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି।ମେଣ୍ଟ ଚର୍ଚ୍ଚା ଆପଣ କରୁଛନ୍ତି ଆମେ ନୁହେଁ,ଆମେ ସବୁ ସିଟ ପାଇଁ ପ୍ରସ୍ତୁତ ହେଉଛୁ।
ଦିଲ୍ଲୀ ବୈଠକ ପ୍ରତିଟି ଲୋକସଭା ଏବଂ ବିଧାନସଭା ସିଟ ନେଇ ଚର୍ଚ୍ଚା ହୋଇଥିଲା।ସବୁ ସିଟ ର ଲଢେ଼ଇ ପାଇଁ ବିଜେପି ପ୍ରସ୍ତୁତ ହେଉଛି।ଏହା ପୂର୍ବରୁ ମଧ୍ୟ ବିଜେପି ରାଜ୍ୟ ସଭାପତି ପ୍ରତିକ୍ରିୟା ରଖିଥିଲେ।ତିନି ନେତା ଙ୍କ ସମାନ ଶବ୍ଦ,ଆଉ ସମାନ ଲାଇନ୍।

ମେଣ୍ଟ କୁ ନେଇ କେହି ବି କାର୍ଡ ଖୋଲିବାକୁ ରାଜି ନାହାଁନ୍ତି।ବିଜେପି ରାଜ୍ୟ ରେ ସମସ୍ତ ସିଟ ରେ ଲଢ଼ିବେ ବୋଲି କହିଛନ୍ତି।ତେବେ ଏହାର ରଣନୀତି ନା ମେଣ୍ଟ କୁ ନେଇ ସ୍ପଷ୍ଟ ଆଭିମୁଖ୍ୟ।ଅନ୍ୟପଟେ ଆସନ୍ତା ସପ୍ତାହ ରେ ମଧ୍ୟ ନିର୍ବାଚନ ତାରିଖ ଘୋଷଣା ସମ୍ଭାବନା ରହିଛି।
ତେଣୁ ତାରିଖ ଘୋଷଣା ପୂର୍ବରୁ ମେଣ୍ଟ ଲେଖା ଛିଣ୍ଡି ପାରେ ବୋଲି ରାଜନୈତିକ ସମୀକ୍ଷକ ମତ ରଖିଛନ୍ତି।ପୂର୍ବରୁ ମଧ୍ୟ ଏଭଳି ସମସ୍ୟା ହୋଇଥିଲା।ବହୁତ କମ ଦିନ ରହିଛି ବୋଲି ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ କହିଛନ୍ତି।
ଏହା ଭିତରେ ଯେତେ ଯେତେ ବିଳମ୍ବ ହେଉଛି ସେତେ ଉଭୟ ଦଳ ଙ୍କ କ୍ଷତି ହେଉଛି ବୋଲି ଆଶଙ୍କା କରୁଛନ୍ତି।ଏହି ଖବରଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଏବଂ ଦର୍ଶକ ମାନେ ଏହା ଦେଖିବା ପରେ ଅନେକ ଆଲୋଚନା କରିବାରେ ଲାଗିଛନ୍ତି।