ଆଜି ଆସିବେ ମୋଦୀ.. ବିଜେପି କାର୍ଯ୍ୟକର୍ତ୍ତା ଙ୍କ ଗୋଡ଼ ତଳେ ଲାଗୁନି..ଯାହା ହେଉ ମୋଦୀ ବାବୁ ଙ୍କ ପାଦ ଆମ ଓଡ଼ିଶା ରେ ପଡ଼ିଲା..
Mar 5, 2024, 07:54 IST
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏକମାସର ବ୍ୟବଧାନରେ ପୁଣି ଓଡିଶା ଆସୁଛନ୍ତି ମୋଦି। ନିର୍ବାଚନ ପାଖେଇ ଆସୁଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ରାଜନୀତି ଉଷ୍ମ ହୋଇଛି।
ଚଣ୍ଡୀଖୋଲରେ ମୋଦି ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ସହ ସାଧାରଣ ସଭାକୁ ଉଦବୋଧନ ଦେବେ। ମୋଦି ଆସୁଥିବାରୁ ଭୁବନେଶ୍ୱରରୁ ଚଣ୍ଡୀଖୋଲ ଯାଏଁ କଡା ସୁରକ୍ଷା ବ୍ୟବସ୍ଥା ହୋଇଛି। ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୁଲିସ କମିଶନର।
ବିମାନବନ୍ଦରକୁ କଡା ନଜରରେ ରଖାଯାଇଛି। ଭୁବନେଶ୍ୱର ଡିସିପି ସୁରକ୍ଷା ଦାୟିତ୍ୱରେ ରହିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରୁ ଚଣ୍ଡୀଖୋଲ ଯାଏଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।
ତେବେ ବନ୍ଧୁଗଣ ଆସନ୍ତା ୬ରେ ପଶ୍ଚିମବଙ୍ଗ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଶ୍ଚିମବଙ୍ଗର ବିଜେପି ମହିଳା ମୋର୍ଚ୍ଚା ସହ ଘଟଣାସ୍ଥଳ ବୁଲି ସ୍ଥିତି ସମୀକ୍ଷା କଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।
ବୈଜୟନ୍ତ ପଣ୍ଡା କହିଛନ୍ତି ପହରଦିନ ନରେନ୍ଦ୍ର ମୋଦିଙ୍କ ବଡ କାର୍ଯ୍ୟକ୍ରମ ଅଛି। ଯାହାକି ମହିଳା ଶକ୍ତି ବନ୍ଦନ ନାମରେ। ଯେଉଁଟା କି ଭାରତୀୟ ଜନତା ପାର୍ଟି ଅର୍ଗାନାଇଜେସ କରୁଛି। ମୋଦିଙ୍କ ନେତୃତ୍ୱରେ ମହିଳା ମାନଙ୍କ ପାଇଁ ୮-୧୦ ବର୍ଷ ଭିତରେ ଯେତେ କାମ କରାଯାଇଛି ଆଗରୁ କେବେ କରାଯାଇ ନଥିଲା।
ଏବଂ ଲତପତି ଦିଦି ମାନଙ୍କର ମଧ୍ୟ ଯୋଜନା ଚାଲିଛି। ଏନଜିଓ ମାନଙ୍କ ଜରିଆରେ ଯେଉଁ ସରକାରି ପ୍ରତ୍ସାହନ ଚାଲିଛି ଫଳରେ ବହୁତ ମହିଳା ମାନେ ନିଜ ଗୋଡ଼ରେ ଛିଡା ହେଇପାରୁଛନ୍ତି।
କେବକ ମହିଳା ମାନଙ୍କ ପାଇଁ ନୁହେଁ ପୁରା ପୃଥିବୀ ରେ ମୋଦିଜୀଙ୍କ ନେତୃତ୍ୱରେ ଭାରତର ଚିତ୍ର ବଦଳି ଯାଇଛି। ଭାରତ ଏବେ ସେଭଳି ଦେଶ ହେଇଯାଇଛି ଯେଉଁଠି ଯାହା ସମସ୍ୟା ହେଉଛି ଭାରତକୁ ଦେଖୁଛନ୍ତି ସାହାଯ୍ୟ ପାଇଁ।
ଏବଂ ଯେଉଁ ପ୍ରଗତି ଦେଶର ହେଇଛି କେବଳ ମହିଳା ମାନଙ୍କୁ ନୁହେଁ ୨୫ କୋଟି ନାଗରିକ ମାନେ ଗରିବିରେଖାରୁ ଉପରକୁ ଉଠିପାରିଛନ୍ତି ବୋଲି ବୈଜୟନ୍ତ ପଣ୍ଡା କହିଛନ୍ତି।

