Movie prime

ଗୋଟେ ଝଟକା ରେ ବିଜେଡି ରୁ ବାହାରି ବିଜେପି ରେ ମିଶିଲେ ଅରିନ୍ଦମ,ନବୀନ ବାବୁ ଙ୍କ ଦଳ ରେ ରହି ଭଲ ଲାଗିଲା କିନ୍ତୁ..

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ।
ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। ବନ୍ଧୁଗଣ ସାଧାରଣ ନିର୍ବାଚନ-୨୦୨୪ ପୂର୍ବରୁ ଶଙ୍ଖ ଛାଡ଼ି ପଦ୍ମ ଧରିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଦୁନିଆର ଲୋକପ୍ରିୟ ଅଭିନେତା ଅରିନ୍ଦମ ରାୟ।
Ji
ସେ ଆଜି ବିଜେଡିର ସଭ୍ୟ ପଦରୁ ଇସ୍ତଫା ଦେଲା ପରେ ବିଜେପିରେ ସାମିଲ ହୋଇଛନ୍ତି। ବିଜେପିରେ ମିଶିଲେ ଅଭିନେତା ଅରିନ୍ଦମ ରାୟ। ବିଜେଡି ଛାଡିବାର ମାତ୍ର କିଛି ସମୟ ପରେ ସେ ବିଜେପିରେ ଯୋଗ ଦେଇଛନ୍ତି।
ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି। ଅରିନ୍ଦମ କିଛି ସମୟ ଆଗରୁ ବିଜେଡି ସାଧାରଣ ସମ୍ପାଦକ ସହ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ।
Hj
ଏନେଇ ସେ ନିଜର ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଠାଇଥିଲେ। ତେବେ ଅରିନ୍ଦମ ତାଙ୍କ ଇସ୍ତଫା ପତ୍ରରେ ମୁଖ୍ୟମନ୍ତ୍ରୀଙ୍କୁ ନିଜର କ୍ଷୋଭ ଜଣାଇଥିବା ଦେଖିବାକୁ ମିଳିଥିଲା।
ଅରିନ୍ଦମ ଇସ୍ତଫା ପତ୍ରରେ ମୁଖ୍ୟମନ୍ତ୍ରୀଙ୍କୁ ଉଲ୍ଲେଖ କରିଥିଲେ, ଯେ "ତାଙ୍କ କାର୍ଯ୍ୟକୁ ବିଜେଡି ଦଳରେ ମର୍ଯ୍ୟାଦା ମିଳୁନାହିଁ। ଅନେକଥର ଆପଣଙ୍କୁ ଭେଟିବାକୁ ଚାହୁଁଥିଲେ ବି ସୁଯୋଗ ମିଳୁନି। ତେବେ ସେହିପରି ଆପଣଙ୍କ ଦଳରେ ମୋର ସ୍ଥାନ କିଛି ନୁହେଁ ବୋଲି ଭାବୁଛି।
ଅରିନ୍ଦମ ଏହା ଲେଖି ଇସ୍ତଫା ଦେଇଥିଲେ।" ସୂଚନାନୁସାରେ ଗତମାସ "କେନ୍ଦ୍ର ରେଳମନ୍ତ୍ରୀ" ଯେତେ‌‌ବେଳେ କଟକ ଗସ୍ତ କରିଥିଲେ, ସେହି ସମୟରେ ଅରିନ୍ଦମ ତାଙ୍କୁ ଭେଟିଥିଲେ। ସେହି ସମୟରେ ଅରିନ୍ଦମ ବିଜେପିରେ ଯୋଗଦେବେ‌ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା।
କିନ୍ତୁ ଏହି ଚର୍ଚ୍ଚାର କିଛି ଦିନ ନୀରବତା ପରେ ଆଜି ସେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଅରିନ୍ଦମ ବିଜେପିରେ ସାମିଲ ହେଇଥିଲେ।

Around The Web