Movie prime

ବିଜେଡ଼ି ବିଜେପି ମେଣ୍ଟ ହେଲେ କିଏ ରହିବ ଫାଇଦା ରେ...କଣ ପରାଜୟ କୁ ଡରିଗଲେ କି ନବୀନ ବାବୁ...

 
Gg
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଦିଲ୍ଲୀ ରୁ ଫେରିଲେ ବିଜେଡି ନେତା। ଡେରା ପକାଇଛନ୍ତି ବିଜେପି ର ଟପ୍ ନେତା।ଓଡ଼ିଶା ନେତା ବର୍ତମାନ ଅନ୍ଧାର ରେ।
ବିଜେଡି କହୁଛି ସୁପ୍ରିମୋ କହିବେ,ବିଜେପି କହୁଛି ମେଣ୍ଟ ନ ହେଉ।ବିଜେଡି ବିଜେପି ସମ୍ଭାବ୍ୟ ମେଣ୍ଟ କୁ ନେଇ ଚାଲିଥିବା ଚର୍ଚ୍ଚା ଆଲୋଚନା ଭିତରେ ଦୁଇ ବିଜେଡି ନେତା ଦିଲ୍ଲୀ ରୁ ଓଡ଼ିଶା ଫେରିଛନ୍ତି।
B
ବିଜେଡି ନେତା ଭି କେ ପାଣ୍ଡିଆନ ଏବଂ ପ୍ରଣବ ପ୍ରକାଶ ଦାସ ଗତକାଲି ଭୁବନେଶ୍ୱର ରୁ ଏକ ସ୍ଵତନ୍ତ୍ର ଫ୍ଲାଇଟ ରେ ଦିଲ୍ଲୀ ଯାଇଥିଲେ।ଉଭୟ ନେତା ସମ୍ଭାବ୍ୟ ମେଣ୍ଟ ନେଇ ବିଜେପି ର ଶୀର୍ଷ ନେତ୍ରୁ ବୁନ୍ଦ ଙ୍କ ସହିତ ଆଲୋଚନା କରୁଥିବା କୁହାଯାଇଛି। ବିଶେଷ କରି ସମ୍ଭାବ୍ୟ ମେଣ୍ଟ ଓ ଆସନ ବୁଝାମଣା ନେଇ କଥାବାର୍ତ୍ତା ହେଉଥିବା ନେଇ ଚର୍ଚ୍ଚା ହେଉଛି।
କୁହାଯାଉଛି ଯେ ଲୋକସଭା ପାଇଁ ବିଜେପି ଅଧିକ ଆସନ ଚାହୁଁ ଥିବା ବେଳେ ବିଜେଡ଼ି ବିଧାନସଭା ରେ ସହେ ରୁ ଅଧିକ ଆସନ ରେ ପ୍ରତିଦ୍ବନ୍ଦିତା କରିବାକୁ ଚାହୁଁ ଥିବା ଚର୍ଚ୍ଚା ହେଉଛ।
Uu
ସେପଟେ ଗତ ଦୁଇ ଦିନ ହେଲା ରାଜ୍ୟ ସଭାପତି ମନମୋହନ ସାମଲ ଙ୍କ ସମେତ ଅନ୍ୟ ରାଜ୍ୟ ବିଜେପି ନେତା ଦିଲ୍ଲୀ କୁ ଯାଇଛନ୍ତି।ତାଙ୍କ ସହ ବିଜେପି ନେତୃତ୍ୱ ମେଣ୍ଟ ଏବଂ ଆଗାମୀ ନିର୍ବାଚନୀ ର ରଣନୀତି ନେଇ ଆଲୋଚନା କରୁଛନ୍ତି।
ଏପଟେ କିନ୍ତୁ ରାଜ୍ୟ ରେ ନେତା ମାନେ ଅନ୍ଧାର ରେ ରହିଛନ୍ତି।ଅପେକ୍ଷା ଭିତରେ ମେଣ୍ଟ କୁ ନେଇ ମତ ରଖୁଛନ୍ତି।ବିଜେପି ନେତା ପୃଥ୍ବୀ ରାଜ୍ ହରି ଚନ୍ଦନ କହିଛନ୍ତି ଯେ ଏହି ବାବଦ ରେ କୌଣସି ନିଷ୍ପତି ହୋଇନାହିଁ।ଏବଂ କୌଣସି କଥା ବି ଏ ପର୍ଯ୍ୟନ୍ତ ଚର୍ଚ୍ଚା ଆଲୋଚନା ଭିତରେ ବି ନାହିଁ।
ଆଶା ରଖିଛନ୍ତି ଯେ ଯେଉଁ କଥା ରାଜ୍ୟ ର ସଭାପତି, ଦଳର ପ୍ରମୁଖ ନେତୃତ୍ଵ କେନ୍ଦ୍ର ନେତୃତ୍ୱ ଆଗରେ କହିଛନ୍ତି ଏକାକୀ ନିର୍ବାଚନ ଲଢ଼ିଲେ ବହୁତ ଭଲ କରିବେ।ଭାରତୀୟ ଜନତା ପାର୍ଟି ଏହି କଥା ରେ ବିଶ୍ୱାସ କରେ l

Around The Web