କାହିଁକି ଆସୁ ନାହାନ୍ତି ମହେନ୍ଦ୍ର ସିଂ ଧୋନି ଦେଖନ୍ତୁ ଏବେ ଏବେ ଆସିଲା ବହୁତ୍ ବଡ ଖବର
Updated: Nov 18, 2023, 20:41 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ କ୍ରିକେଟ ଜଗତକୁ ନେଇ ଆସୁଥିବା ଖବର ଗୁଡ଼ିକ ଜାଣି ପାରୁଥିବେ । ଆପଣମାନେ କ୍ରିକେଟ ଜଗତର ଜଣାଶୁଣା ଖେଳାଳୀ ମହେନ୍ଦ୍ର ସିଂ ଧୋନିଙ୍କୁ ଜାଣିଥିବେ ।
ଏହି ଖେଳାଳୀ ଜଣକ ବହୁତ ସୁନ୍ଦର ଖେଳ ପ୍ରଦର୍ଶନ କରନ୍ତି । ଏବେ କ୍ରିକେଟ ବିଶ୍ଵକପ ଖେଳ ଚାଲିଛି । ଆଉ ଏହି ଖେଳକୁ ନେଇ ଅନେକ ଖବର ବି ଆସିଥାଏ । ଏବେ କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କୁ ନେଇ କିଛି ଖବର ଆସିଛି । ଆଉ ଏହି ଖବର ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ ।
ଏବେ ଖବର ଆସୁଛି କି ସେଦିନ ଧୋନୀ କୁଆଡେ ଜାଣିଶୁଣି ରନ୍ ଆଉଟ୍ ହୋଇଥିଲେ । ଆଉ ସେ ଚାହୁଁ ନଥିଲେ ଅନ୍ୟ କୌଣସି ଅଧିନାୟକ ବିଶ୍ୱକପ୍ ଜିତୁ । କୁଆଡେ ଧୋନିଙ୍କ ଗାରିମା ଚାଲିଯିବ ବୋଲି ଧୋନି ଚାହୁଁଥିଲେ କେହି ଆଉ ବିଶ୍ୱକପ୍ ଜିତନ୍ତୁ ନାହିଁ ।
ଧୋନିଙ୍କ ନାଁ ସମସ୍ତେ ମନେ ରଖନ୍ତୁ ବୋଲି ସେ ଚାହୁଁଥିଲେ । ଆଉ ସେଥିପାଇଁ ସେଦିନ ବିଶ୍ୱକପ୍ ସେମି ଫାଇନାଲ ମ୍ୟାଚରେ ମହେନ୍ଦ୍ର ସିଂ ଧୋନି ରନ୍ ଆଉଟ୍ ହୋଇ ଯାଇଥିଲେ । କାରଣ ସେ ମ୍ୟାଚର ଅଧିନାୟକ ଥିଲେ କ୍ରିକେଟର ବିରାଟ କୋହଲି ।
୨୦୧୯ ମସିହା ସେମି ଫାଇନାଲ ଖେଳରୁ ଧୋନି ଆଉଟ୍ ହେବା ପରେ ଏଭଳି କିଛି ଚର୍ଚ୍ଚା ଦାଣ୍ଡରେ ପଡ଼ି ହାଟରେ ଗଡୁଥିଲା । ଏହି କଥାକୁ ନେଇ ଖବର ଆସିଥିଲା କି ଧୋନି ଜାଣିଶୁଣି ଆଉଟ୍ ହୋଇ ଯାଇଥିଲେ ।
ଏସବୁ ଚର୍ଚ୍ଚା ହେଉଥିବା ବେଳେ ଏବେ ମହେନ୍ଦ୍ର ସିଂ ଧୋନି ଏସବୁଥିରୁ ଦୂରେଇ ରହିଛନ୍ତି । ସବୁ କ୍ରିକେଟର ବିଶ୍ୱକପ୍ ଖେଳ ଖେଳିଥିବା ବେଳେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟିକ ମହେନ୍ଦ୍ର ସିଂ ଧୋନି ଏହି ଖେଳରୁ ନିଜକୁ ଦୂରେଇ ରଖିଛନ୍ତି ।
କେମିତି ବା ଖେଳ ଦେଖିଥାନ୍ତେ ମହେନ୍ଦ୍ର ସିଂ ଧୋନି ଯେଉଁ ଦଳ ଠାରୁ ସେ ଦିନେ ହାରି ଯାଇଥିଲେ । ଆଉ ଏବେ ଉତ୍ତରାଖଣ୍ଡର ଆଲୋମୋରା ଜିଲ୍ଲା ସ୍ଥିତ ଲୱାଲି ଠାରେ ସମୟ କାଟୁଛନ୍ତି ମହେନ୍ଦ୍ର ସିଂ ଧୋନି ଏବଂ ତାଙ୍କ ସ୍ତ୍ରୀ ସାକ୍ଷୀ ଧୋନି । ପ୍ରଶ୍ନ ଆସୁଥିଲା କି ଧୋନି ଏବେ କେଉଁଠି ?
ଆଉ ଧୋନି ଏବେ ତାଙ୍କ ଜନ୍ମଭୂମିରେ ଅଛନ୍ତି । ଶୀତୁଆ ସକାଳକୁ ଏବେ ଉପଭୋଗ କରୁଛନ୍ତି ମହେନ୍ଦ୍ର ସିଂ ଧୋନି । ସେଠାରେ ଥିବା ତାଙ୍କ ଘରେ ସେ ରହିଛନ୍ତି । ଆଉ ଏବେ ମହେନ୍ଦ୍ର ସିଂ ଧୋନି ଖେଳ ଦେଖି ନ ଆସିବା ନିଆଁରେ ଘିଅ ଜାଳିବାର କାମ କରୁଛି ।