ପ୍ରେମ ପ୍ରେମ କହି ପାଗଳ ହେଉଥିଲା...ହେଲେ ପୋଲିସ ଗୋଡେଇ ଗୋଡ଼େଇ ଏମିତି କଲା..
Sep 24, 2024, 16:19 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ଜଣେ ପୋଲିସ ଅଧିକାରୀଙ୍କୁ ନେଇ ଆସିଛି ଯାହା ଜାଣିପାରିବେ । ପ୍ରେମ ଉଭୟ ପକ୍ଷରୁ ଆଉ ଉଭୟଙ୍କ ସମ୍ମତିରେ ପ୍ରେମ ହୋଇଥାଏ । ଆଉ ଏହି ପ୍ରେମକୁ ନେଇ ଅନେକ କିଛି ଖବର ଆସିଥାଏ । ପ୍ରେମ ବିଷୟରେ ଏବେ ଜଣେ ପୋଲିସ ଅଧିକାରୀଙ୍କୁ ନେଇ ଆସିଛି କିଛି ଖବର ଯାହା ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ ।
ଫାଣ୍ଡି ଅଧିକାରୀଙ୍କ ପ୍ରେମ ନିବେଦନକୁ ନେଇ ଏବେ ଆସିଛି ଖବର । ଫାଣ୍ଡି ଥାନା କନେଷ୍ଟବଳଙ୍କ ପ୍ରେମ ନିବେଦନ ଏବେ ତାଙ୍କୁ ମହଙ୍ଗା ପଡ଼ିଛି । ଏହି ଅଧିକାରୀ ଜଣକ ଏକ ବର୍ଷ ହେଲା ଜଣେ ଯୁବତୀଙ୍କୁ ଭଲ ପାଉଥିଲେ ଆଉ ଯେତେବେଳେ ଏହି ଯୁବତୀ ଜଣକ ତାଙ୍କ ପ୍ରେମ ନିବେଦନକୁ ଗ୍ରହଣ କରିଲେ ନାହିଁ ସେତେବେଳେ ସେ କରିଦେଲେ ଏଭଳି କିଛି କାମ । ଏହି ପୋଲିସ ଅଧିକାରୀ ଜଣକର ପ୍ରେମ ନିବେଦନକୁ ଗ୍ରହଣ ନ କରିବାରୁ ସେ ହିଂସ୍ର ହୋଇ ଉଠିଲେ ।
ଏବେ ଏହି ପୋଲିସ କନେଷ୍ଟବଳ ଜଣକର ଦବଙ୍ଗ ଗିରି ସାମ୍ନାକୁ ଆସିଛି । ଏବେ ଏହି କନେଷ୍ଟବଳ ଜଣକ ଗିରଫ ହୋଇଛନ୍ତି । ଥାନାରେ କନେଷ୍ଟବଳ ଥିବାରୁ ଏହି ବ୍ୟକ୍ତି ଜଣକ ଯୁବତୀ ଜଣକ ଘରେ ପଶି ଯାଇଥିଲେ । ଏହି ଅଫିସର ଜଣଙ୍କର ପ୍ରେମ ଯୁବତୀ ଜଣକ ସ୍ବୀକାର କରିନଥିବାରୁ ସେ ତାଙ୍କ ଘରେ ପଶି ଦବଙ୍ଗ ଗିରି ଦେଖାଇଥିଲେ । ଏହି କନେଷ୍ଟବଳ ଜଣକ ଜଣେ ନର୍ସକୁ ଭଲ ପାଉଥିଲେ । ଆଉ ସେ ମନା କରିବାରୁ ନର୍ସ ଜଣଙ୍କର ଘରେ ପଶି ତାଙ୍କୁ ଆକ୍ରମଣ କରିଥିଲେ ଏହି କନେଷ୍ଟବଳ ଜଣକ ।
ଏହି କନେଷ୍ଟବଳ ଜଣକ ଯାଜପୁର ଥାନା ଅନ୍ତର୍ଗତ ରାମବାଲ ଫାଣ୍ଡିର ଅଟନ୍ତି । ତାଙ୍କ ନାମ ହେଉଛି ଜିତେନ୍ଦ୍ର ବିଶ୍ଵାଳ । ଏହି କନେଷ୍ଟବଳଙ୍କ ବିରୋଧରେ ମଙ୍ଗଳପୁର ଥାନାରେ ଅଭିଯୋଗ ହୋଇଛି । ଏବେ ତାଙ୍କୁ ମଙ୍ଗଳପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି କନେଷ୍ଟବଳ ଜଣକ ନର୍ସଙ୍କ ଭଡା ଘରେ ପଶି ତାଙ୍କୁ ପ୍ରେମ ନିବେଦନ କରିଥିଲେ ଆଉ ସେ ମନା କରିବାରୁ ତାଙ୍କୁ ମାଡ଼ ମାରିଥିଲେ । ଆଉ ଏବେ ଏହି ଅଭିଯୋଗକାରିଣୀଙ୍କ ଅଭିଯୋଗ କ୍ରମେ ତାଙ୍କୁ ଗିରଫ କରି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏବେ ଏହି ନର୍ସ ଜଣଙ୍କର ଡାକ୍ତରୀ ମଇନା କରାଯାଉଛି ।