ନାବାଳିକା ପ୍ରେମିକା ପାଇଁ ମାଟିତଳୁ ବାହାରିଲା ପ୍ରେମିକର ୧୪ ଦିନର ଆତ୍ମା
Nov 29, 2024, 15:45 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ଜାଣିବା ସହ ପ୍ରେମକୁ ନେଇ ଆସିଥିବା ଖବର ବିଷୟରେ କିଛି ଘଟଣା ପାଇପାରିବେ । ଏବେ ପ୍ରେମକୁ ନେଇ ଆଜିକାଲି ନାବାଳିକା ଏଭଳି ସବୁ କାମ କରୁଛନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ପ୍ରେମିକା ପାଇଁ ଜୀବନ ହାରି ଦେଇଛି ପ୍ରେମିକ । ପ୍ରେମିକା ଜଣକ ପାଇଁ ୧୪ ଦିନ ତଳେ ପ୍ରେମିକ ଜଣକ ମରି ଯାଇଥିଲେ ।
ଆଉ ୧୪ ଦିନ ପରେ ପ୍ରେମିକ ଜଣଙ୍କୁ ମାଟି ତଳୁ ଉଦ୍ଧାର କରାଯାଇଛି । ଏହି ଘଟଣା ଜାଣିବା ପରେ ପ୍ରେମିକା ଜଣକ କଇଁ କଇଁ ହୋଇ କାନ୍ଦୁଥିଲା ଆଉ ଏପଟେ ପ୍ରେମିକ ଜଣଙ୍କର ଶବ ମଶାଣି ମାଟିରୁ ବାହାର କରାଯାଇଛି । ଏହି ପ୍ରେମିକା ଏବଂ ପ୍ରେମିକ ଜଣଙ୍କର ପ୍ରେମ କାହାଣୀ ବିଷୟରେ ଯିଏ ଶୁଣୁଛି ସେ ଆଶ୍ଚର୍ଯ୍ୟ ହୋଇ ଯାଉଛି । ଏବେ ଏହି ପ୍ରେମ କାହାଣୀକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ଏହି ପ୍ରେମିକା ଜଣକ ଜଣେ ନାବାଳିକା ଅଟନ୍ତି । ଏହି ନାବାଳିକା ପ୍ରେମିକ ଆଜି ପ୍ରେମ ପାଇଁ ନିଜ ଜୀବନ ଦେଇ ଦେଇଛନ୍ତି ।
ଏହି ନାବାଳିକା ପ୍ରେମିକା ପାଇଁ ଆଜି ମଶାଣି ମାଟି ତଳୁ ପ୍ରେମିକର ଶବ ଖୋଳା ଯାଉଛି ଆଉ ଏହି ମଶାଣିରେ ମାଳ ମାଳ ପୋଲିସ ଜଗିଛନ୍ତି । ଏହି ମାଟି ତଳେ ୧୪ ଦିନ ତଳେ ଶବ ପୋତା ଯାଇଥିଲା । ଏହି ନାବାଳିକା ପ୍ରେମିକ ଜଣକ ଯୁକ୍ତ ଦୁଇ ପାଠ ପଢୁଥିଲେ । ଉଭୟ ପ୍ରେମିକ ଆଉ ପ୍ରେମିକା ଅନେକ ସମୟ ଏକାଠି ବିତାଇ ଥାଆନ୍ତି ଆଉ ତାଙ୍କ ଭିତରେ ଭଲ ସମ୍ପର୍କ ଥିଲା କିନ୍ତୁ ହୁଏତ କୌଣସି କାରଣ ପାଇଁ ତାଙ୍କ ଭିତରେ ଝଗଡ଼ା ହୋଇଥିଲା । ଆଉ ଏହି ଝଗଡ଼ା ଏତେ ବଡ ରୂପ ନେବ କିଏ ବା ଜାଣିଥିଲା । ଗତ ୧୨ ତାରିଖରେ ଏହି ଘଟଣା ଘଟିଛି ।
୧୨ ତାରିଖ ଦିନ ପୁଅର ଘରଲୋକ ଯାତ୍ରା ଦେଖିବାକୁ ଯାଇଥିଲେ ଆଉ ପୁଅକୁ ଯାତ୍ରା ଦେଖିବାକୁ କହିଥିଲେ କିନ୍ତୁ ସେ ତାର ରୁମରେ ଥିଲା । ଆଉ ରୁମରେ ଥିବା ବେଳେ ଉଭୟ ପ୍ରେମିକା ଆଉ ପ୍ରେମିକ ମଧ୍ୟରେ ଝଗଡ଼ା ହୋଇଥିଲା । ଆଉ ଏହି ଝଗଡ଼ା ପରେ ପ୍ରେମିକ ଜଣକ ସେହି ଘରେ ଆ-ତ୍ମ-ହ-ତ୍ୟା କରିଥିଲା । ଏହାପରେ ଘରଲୋକ ତାକୁ ମଶାଣିରେ ପୋତି ଦେଇଥିଲେ । ତାପରେ ପୁଅର ମୋବାଇଲ ୧୪ ତାରିଖରେ ଯେତେବେଳେ ଖୋଲା ଯାଇଥିଲା ଏହି ଘଟଣା ବିଷୟରେ ଜଣା ପଡିଥିଲା । ଏହାପରେ ପୁଅର ମାଆ ଥାନାରେ ପ୍ରେମିକା ଜଣକ ନାଁରେ ଅଭିଯୋଗ କରିଛନ୍ତି । ଏବେ ପୋଲିସ ଏହି ଘଟଣାର ତଦନ୍ତ କରୁଛି ଆଉ ତଦନ୍ତ ପରେ ଅନେକ ତଥ୍ୟ ସାମ୍ନାକୁ ଆସିବ ବୋଲି ସୂଚନା ମିଳୁଛି ।