Movie prime

ମୋହନ ମାଝି ଙ୍କୁ ଚିଠି ରେ କଣ ଲେଖିଦେଲେ.... ଗୋଟେ ଛୋଟ ଗାଁ ର ନବମ ଶ୍ରେଣୀ ଛାତ୍ର..

 
Ff
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ପାଇବା ସହ ଅନେକ ବିଷୟରେ ଜାଣିପାରିବେ । ଏବେ ଖବର ଆସିଛି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଜଣେ ନବ ଶ୍ରେଣୀର ଛାତ୍ର ଚିଠି ଲେଖିଛି । ଏହି ଛାତ୍ର ଜଣକ ଚିଠିରେ କଣ ସବୁ ଲେଖିଛନ୍ତି ତାହା ଆପଣମାନେ ଜାଣିପାରିବେ । ଚିଠିର ପିଲା ଜଣକ ଯାହା ଲେଖିଛି ତାହା ଶୁଣିଲେ ଆପଣଙ୍କ ମନରେ ଅନେକ କଥା ଆସିବ । 
Bb
ଏହି କୁନି ପୁଅଟି ତାର ବାପାକୁ ବହୁତ ଭଲ ପାଇଥାଏ ଆଉ ସେ ତାର ବାପାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଚିଠି ଲେଖିଛି ବୋଲି ଜଣାପଡିଛି । ସେ ଚିଠିରେ ଲେଖିଛି ତାଙ୍କ ବାପା ୧୫ ଦିନ ହେବ ମେଡିସିନ ଖାଇ ନାହାଁନ୍ତି ଆଉ ମେଡିସିନ ସେ କେଉଁଠୁ ବା ଆଣିବେ ତାଙ୍କ ପାଖରେ ଅର୍ଥ ନାହିଁ । ନିଜ ପେଟର ଭୋକ ମେଣ୍ଟାଇବା ପାଇଁ ତାଙ୍କ ପାଖରେ ଅର୍ଥ ନାହିଁ ଆଉ ସେ ବାପାଙ୍କ ପାଇଁ କିଭଳି ମେଡିସିନ ଆଣିବେ । ଏହି କୁନି ପୁଅ ଏହାସହ ଅନେକ କିଛି କଥା ଲେଖିଛି । ଏହି କୁନି ପୁଅ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ସାହାଯ୍ୟ ପାଇଁ ଚିଠି ଲେଖିଛି ।
Gv
ଯେଉଁ ବ୍ୟକ୍ତି ଘର ପରିବାରକୁ ଚଳାଉଥିଲେ ସେ ଏକ ବର୍ଷ ହେବ ଶଯ୍ୟାଶାୟୀ ହୋଇ ଯାଇଛନ୍ତି । ଆଉ ଏବେ ତାଙ୍କର ଘୋର ଅଭାବ ପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କ ପାଖକୁ ସେ ଚିଠି ଲେଖିବାର କାରଣ ହେଉଛି କାଳେ ସେ ତାଙ୍କ ବାପାଙ୍କୁ ହରାଇ ଦେବେ କି ? ନିଜ ବାପାଙ୍କୁ ବଞ୍ଚାଇବା ପାଇଁ କୋହଭରା ନିବେଦନ କରିଛି ଏହି ନବମ ଶ୍ରେଣୀର ଛାତ୍ର । ଏହି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାରେ । କେନ୍ଦ୍ରାପଡ଼ା ଜିଲ୍ଲାର ପାଟପୁରା ଡେରାବିଶ ବ୍ଲକ ଅନ୍ତର୍ଗତ ନଳସାହି ଗାଁର ଭାଗ୍ୟଧର ସେଠୀଙ୍କୁ ଭଲ କରିବା ପାଇଁ ଚିଠି ଲେଖା ଯାଇଛି ।
ମୁଖ୍ୟମନ୍ତ୍ରୀଙ୍କ ପାଖକୁ ତାଙ୍କ ପୁଅ ସୁନୀଲ ବାପାଙ୍କ ଆରୋଗ୍ୟ ପାଇଁ ଚିଠି ଲେଖିଥିବା ବେଳେ ତାଙ୍କର କୌଣସି ପ୍ରତିକ୍ରିୟା ମିଳି ନଥିଲା । ଆଉ ଏବେ ତାଙ୍କୁ ସାହାଯ୍ୟ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାଆ ଜ୍ଞାନ ପଟ୍ଟନାୟକଙ୍କ ନାମରେ ନାମିତ ଜ୍ଞାନଦେବୀ ଗୁଜୁରାଣ ସହାୟକ ପାଣ୍ଠି । ଭାଗ୍ୟଧର ସେଠୀ ଜଣେ ଦିନ ମଜୁରିଆ । ଆଉ ତାଙ୍କର ଦୁଇ ଝିଅ ଆଉ ଗୋଟିଏ ପୁଅ ଅଛି । ତାଙ୍କର ଘରଟିଏ ବି ନାହିଁ । ତାଙ୍କର ଦୁଇଟି କିଡନୀ ନଷ୍ଟ ହୋଇଯାଇଛି । ଏବେ ସରକାର ତାଙ୍କୁ ସାହାଯ୍ୟ କରିଲେ ତାଙ୍କ ପରିବାର ଉପକୃତ ହେବେ ବୋଲି ଜଣାପଡିଛି ।

Around The Web