ମାଡ଼ି ଆସିଲାଣି ବାତ୍ୟା ଦାନା..ଧିରେ ଧିରେ ଅଶାନ୍ତ ହେଉଛି ସମୁଦ୍ର
Oct 24, 2024, 17:26 IST
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଅଶାନ୍ତ ରହିଛି ସମୁଦ୍ର ଆଉ ବଳ ଗୋଟାଇବା ରେ ଲାଗିଛି ସମ୍ଭାବ୍ୟ ବାତ୍ୟା। ଉଠିଲାଣି ଉଚ୍ଚର ଜୁଆର। ବାତ୍ୟା ନା ଶୁଣି ଉପକୁଳିଆଙ୍କ ଛାତି ଧଡ଼ ଧଡ୍ ହେବାରେ ଲାଗିଛି। ଦାନା ପାଇଁ ଏବେ ଲୋକ ମାନଙ୍କ ମଧ୍ୟରେ ଭୟ ବଢିବା ରେ ଲାଗିଛି। ଭୀଷଣ ରୂପ ନେଇ ୨୪ ରାତି ଅଧରେ ଛୁଇଁବ ସ୍ଥଳ ଭାଗ। ଭିତରକନିକା ରୁ ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁବ ଏହି ବାତ୍ୟା ଦାନା।
ପାଣିପାଗ ବିଭାଗର ଆକଳନ ପରେ ଏଥିରେ ପ୍ରଭାବିତ ହୋଇପାରେ ଅଧା ଓଡିଶା। ଖାସ କରି ପେଟ ପାଟଣା ନେଇ ଏବେ ଚିନ୍ତାରେ ପଡ଼ିଛନ୍ତି ମତ୍ସ୍ୟଜୀବୀ। କେମିତି ଧନ ଜୀବନ ସୁସ୍ଥ ରହିବ ସେନେଇ ଚିନ୍ତା ଏବେ ଘାରିଛି। ସୃଷ୍ଟି ହୋଇଛି ଅବପାତ , କାଲି ଏହା ମଧ୍ୟ ନେବ ବାତ୍ୟା ର ରୂପ। ଅସ୍ତରଙ୍ଗ ହେଉ କି ପୁରୀ ଅବା ଗୋପାଳପୁର ଭୟଭୀତ ଅବସ୍ଥାରେ ଏବେ ରହିଛନ୍ତି ପୂରା ଅଞ୍ଚଳର ଲୋକମାନେ। ଏରସମା ବ୍ଲକ ର ପଦ୍ମପୁର ଅଞ୍ଚଳର ଲୋକମାନେ ଭୟଭୀତ।
ବାତ୍ୟା ପାଇଁ ସେମାନେ ଖୁବ୍ ଭୟଭୀତ ହୋଇ ଯାଇଛନ୍ତି। ବାତ୍ୟା ପାଇଁ କେମିତି ବଞ୍ଚାଇବ ଧନ ଜୀବନ ସେନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। କାରଣ ୧୯୯୯ ର କରାଳ ବାତ୍ୟାକୁ ଯେ କେହିବି ଦେଖିଛି ତାହାର ଛାତି ଧଡ଼ ଧଡ଼ ହେବାରେ ଲାଗିଛି। ମହାବାତ୍ୟାରେ ବ୍ୟାପକ କ୍ଷତି ହୋଇଥିଲା ଏହି ଅଞ୍ଚଳ। ଏବେ ବାତ୍ୟା ହେବା ଖବର ଶୁଣି ଭୟଭୀତ ହେବାରେ ଲାଗିଛନ୍ତି ଲୋକମାନେ। ସେମାନେ ଖୁବ୍ ଡରି ଯାଇଛନ୍ତି।
ଏହାକୁ ନେଇ ସୋସିଆଲ ମିଡ଼ିଆ ରେ ଅନେକ ଚର୍ଚ୍ଚା ହେବାରେ ଲାଗିଛି। ଲୋକମାନେ ମଧ୍ୟ ନିଜର ଅନେକ ପ୍ରତିକ୍ରିୟା ଦେଇଛନ୍ତି। ବାତ୍ୟା ସହ ଓଡିଶାର ସମ୍ପର୍କ କଣ ତାହା ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ। ତେବେ ଏହି ବାତ୍ୟା ସମ୍ପର୍କରେ ଆପଣଙ୍କ ମତାମତ କଣ ଆପଣ କେତେଦୂର ପ୍ରସ୍ତୁତ ଅଛନ୍ତି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଯେମିତି ଭୁଲି ଯିବେ ନାହିଁ।