Movie prime

ପ୍ରଭୁ ଜଗନ୍ନାଥଙ୍କ ରତ୍ନ ଭଣ୍ଡାରରେ ରହିଛି ଏତିକି ପରିମାଣରେ ସୁନା ରୂପା ଏବଂ ଅନ୍ୟାନ୍ୟ ଜିନିଷ

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ସମସ୍ତେ ରତ୍ନ ଭଣ୍ଡାର ବିଷୟରେ ଆସିଥିବା ଖବର ସବୁ ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ ରତ୍ନ ଭଣ୍ଡାରକୁ ନେଇ କଣ ସବୁ ଖବର ଆଉ ଏହି ଭିଡିଓରେ ଆସିଥିବା ଖବର ଜାଣିପାରିବେ । ରତ୍ନ ଭଣ୍ଡାରରେ ମହାପ୍ରଭୁଙ୍କ ପାଇଁ ରତ୍ନ ଅଳଙ୍କାର ରହିଛି। 
Fg
ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ କି ମହାପ୍ରଭୁଙ୍କ କେଉଁ ଶ୍ରୀଅଙ୍ଗ ପାଇଁ କେତେ ସୁନା ଅଛି ଏହି ସିନ୍ଦୁକ ଭିତରେ । ଭିତର ରତ୍ନ ଭଣ୍ଡାରରେ ସୁନା ଅଛି ଆଉ ଏହାସହ ବାହାର ରତ୍ନ ଭଣ୍ଡାରରେ ମଧ୍ୟ ସୁନା ରହିଛି । ଭିତର ରତ୍ନ ଭଣ୍ଡାରରେ କେତେ ଆଉ ବାହାର ରତ୍ନ ଭଣ୍ଡାରରେ କେତେ ସୁନା ରହିଛି ତାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଭିତର ରତ୍ନ ଭଣ୍ଡାରରେ ରହିଛି ମହଣ ମହଣ ସୁନା ଅଳଙ୍କାର । ଏହାର ହିସାବ ୧୯୭୮ ମସିହାରେ କରାଯାଇଥିଲା । 
Nnn
ସେତେବେଳେ ଏହାର ହିସାବ କରାଯାଇଥିଲା । ଭିତର ରତ୍ନ ଭଣ୍ଡାରରେ ୯୭ ପ୍ରକାରର ସୁନା ଅଳଙ୍କାର ମସ୍ତକ ପାଇଁ ରହିଛି ଏବଂ ବାହାର ରତ୍ନ ଭଣ୍ଡାରରେ ୧୦ ପ୍ରକାରର ଅଳଙ୍କାର ରହିଛି । ଭିତର ରତ୍ନ ଭଣ୍ଡାରରେ କାନର ୧୨ ପ୍ରକାରର, ଏବଂ ବାହାର ରତ୍ନ ଭଣ୍ଡାରରେ ୫ ପ୍ରକାରର ସୁନା ଅଳଙ୍କାର ରହିଛି, ସେହିଭଳି ଭିତର ରତ୍ନ ଭଣ୍ଡାରରେ ୨୦ ପ୍ରକାରର ନାକର ଅଳଙ୍କାର ରହିଥିବା ବେଳେ ବାହାର ରତ୍ନ ଭଣ୍ଡାରରେ ୩ ପ୍ରକାରର ରହିଛି । ଏହାକୁ ଦେଖିଲେ ଆଖି ଝଲସି ଉଠିବ । ଆହୁରି ଅନେକ ଅଳଙ୍କାର ରହିଛି ।
ଭିତର ରତ୍ନ ଭଣ୍ଡାରରେ ବେକ ପାଇଁ ୧୮ ପ୍ରକାରର ଅଳଙ୍କାର ଥିବା ବେଳେ ବାହାର ରତ୍ନ ଭଣ୍ଡାରରେ ୩ ପ୍ରକାରର , ଭିତର ରତ୍ନ ଭଣ୍ଡାରରେ ୧୫ ପ୍ରକାରର ମଣିବନ୍ଧ ରହିଥିବା ବେଳେ ବାହାର ରତ୍ନ ଭଣ୍ଡାରରେ ଏକ ପ୍ରକାରର ମଣିବନ୍ଧ ରହିଛି, ଅଣ୍ଟା ପାଇଁ ଭିତର ରତ୍ନ ଭଣ୍ଡାରରେ ୫ ପ୍ରକାରର ସୁନା ଅଳଙ୍କାର ରହିଥିବା ବେଳେ ବାହାର ରତ୍ନ ଭଣ୍ଡାରରେ ୮ ପ୍ରକାରର ସୁନା ଅଳଙ୍କାର ରହିଛି । ଏହାସହ ଅନ୍ୟାନ୍ୟ ୩୬ ପ୍ରକାରର ଅଳଙ୍କାର ରହିଥିବା ବେଳେ ବାହାରେ ୧୩ ପ୍ରକାରର ଅଳଙ୍କାର ରହିଛି । ଏବେ ଏଭଳି ଅନେକ ଖବର ଆପଣମାନେ ଜାଣିପାରିଲେ ।