Movie prime

ମାଡ଼ି ଆସୁଛି ଘୂର୍ଣୀ ବଳୟ ଦେଖନ୍ତୁ ସାବଧାନ ରୁହନ୍ତୁ ଏହିସବୁ ଜିଲ୍ଲା

 
Tt
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ବନ୍ଧୁଗଣ ଗତକିଛି ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗିରହିଛି। ତୁହାକୁ ତୁହା ବର୍ଷା ସାଙ୍ଗକୁ ବିଜୁଳି ଘଡଘଡିର ପ୍ରଭାବ ଲାଗିରହିଥିବା ବେଳେ ଆଗାମୀ ୫ ଦିନ ଯାଏଁ ଏପରି ବର୍ଷା ଲାଗିରହିବ। ଏନେଇ ଭୁବନେଶ୍ବର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶ ଦେଇଛି। 
Bb
୨୪ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା, ଯାହାର ପ୍ରଭାବରେ ବର୍ଷା ଲାଗିରହିବ। ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ସହ କିଛି ଜାଗାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ତେବେ ୨୬ ତାରିଖଠୁ ବର୍ଷାର ପରିମାଣରେ ସାମାନ୍ୟ ହ୍ରାସ ହୋଇପାରେ। ବନ୍ଧୁଗଣ ଯଦି ଏଭଳି ଭାବେ ବର୍ଷା ଲାଗି ରହିବ ତେବେ ଅଧା ଓଡ଼ିଶା ପୁରା ଜଳମଗ୍ନ ହେଇଯିବ। ଯାହାକୁ ନେଇ ଆଗକୁ ସତର୍କ କରାଗଲାଣି। ଆସନ୍ତା କାଲି ଉତ୍ତର ବଙ୍ଗପୋସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। 
Gg
ତେବେ ଉତ୍ତର ବାଂଲାଦେଶ ଓ ସଂଲଗ୍ନ ବର୍ତ୍ତି ଅଞ୍ଚଳରେ ଲଘୁଚାପ ସକ୍ରିୟ ରହିଛି। ଯାହା ପ୍ରଭାବରେ ପାଞ୍ଚଦିନ ଯାଏଁ ବର୍ଷା ଲାଗି ରହିବ। ୨୫ ତାରିଖ ଯାଏଁ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଜି ପ୍ରବଳ ବର୍ଷା ପାଇଁ ଦୁଇ ଜିଲ୍ଲାକୁ ୟେଲୋ ୱାରିଂ ଜାରି କରାଯାଇଛି। ସେହିଭଳି ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ଅରେଞ୍ଜ ୱାରିଂ ଓ ୮ ଜିଲ୍ଲାକୁ ୟେଲୋ ୱାରିଂ ଜାରି କରାଯାଇଛି। 
ଏହି ଦୁଇ ଜିଲ୍ଲାରେ ୭ ରୁ ୨୦ ସେଣ୍ଟିମିଟର ବର୍ଷା ହେଇପାରେ। ସେହିପରି ପ୍ରବଳ ବର୍ଷା ପାଇଁ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ସୁନ୍ଦରଗଡ଼, ଗଞ୍ଜାମ, ଗଜପତି ଏବଂ ଝାରସୁଗୁଡ଼ା ୮ ଜିଲ୍ଲାକୁ ୟେଲୋ ୱାରିଂ ଜାରି କରାଯାଇଛି। ତେବେ ଆସନ୍ତା କାଲି ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ୱାରିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ୧୮ ଜିଲ୍ଲାକୁ ୟେଲୋ ୱାରିଂ ଜାରି କରାଯାଇଛି।

Around The Web