Movie prime

ମାଡ଼ି ଆସୁଛି ବନ୍ୟାପାଣି ଦେଖନ୍ତୁ ଏହି ୫ଟି ଜିଲ୍ଲାକୁ ସତର୍କ ରହିବାକୁ ମିଳିଲା ସୂଚନା

 
Bb
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ତେବେ ବନ୍ଧୁଗଣ ପୁଣି ଆସିଲାଣି ଆଉ ଏକ ଘୂର୍ଣ୍ଣିବଳୟ। ବର୍ଷାରେ ଅଧା ଓଡିଶା ଭିଜୁଥିବା ବେଳେ ପୁରା ବୁଡ଼ିଯିବ ୫ ଜିଲ୍ଲା। ଆସନ୍ତା ୨୪ ଘଣ୍ଟାରେ ହେବ ବାଦଲ ଫଟା ବର୍ଷା। ଉପର ମୁଣ୍ଡରେ ବର୍ଷା ହେବା ସହିତ ବଢିବ ଜଳସ୍ତର। 
Hh
ବନ୍ଧୁଗଣ ୩୧ ତାରିଖରେ ବଙ୍ଗୋପସାଗର ଉପରେ ସୃଷ୍ଟି ହେବ ଆଉ ଏକ ଘୂର୍ଣୀବଳୟ। ଏହା ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି। ଯାହାକୁ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହା ପ୍ରଭାବରେ ବଢିବ ବର୍ଷାର ପରିମାଣ। ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୫ ଜିଲ୍ଲା କଟକ, ଢେଙ୍କାନାଳ, ନୟାଗଡ଼, ଅନୁଗୁଳ ଓ ଯାଜପୁରକୁ ୟୋଲ ୱାରିଂ ଜାରି କରାଯାଇଛି। ଅଗଷ୍ଟ ୧ ତାରିଖରୁ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୧୫ ଜିଲ୍ଲାକୁ ୟୋଲ ୱାରିଂ ଜାରି ହେଇଛି।
Bb
ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ। ଏହା ସହିତ ଉତ୍ତର ଛତିଶଗଡ ଉପରେ ରହିଛି ଘୂର୍ଣ୍ଣିବଳୟ। ଯାହା ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ତେବେ ଆସନ୍ତା ୩୧ ତାରିଖରେ ପଶ୍ଚିମବଙ୍ଗ ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ପ୍ରଭାବରେ ଉତ୍ତର ଓଡ଼ିଶା ସମେତ ଆଭ୍ୟନ୍ତରିଣ ଓ ଛତିଶଗଡରେ ପ୍ରବଳ ବର୍ଷା ହେବ। ମହାନଦୀର ଉପର ମୁଣ୍ଡରେ ଅଧିକ ବର୍ଷା ହେବା ଯୋଗୁଁ ଜଳସ୍ତର ବଢ଼ି ପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। 
ତେବେ ଆସନ୍ତା ୪ ଦିନ ଯାଏଁ ବର୍ଷାକୁ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗତକାଲି ସନ୍ଧ୍ୟାରେ ଦେଢ଼ ଘଣ୍ଟା ଧରି ରାଜଧାନୀରେ ପ୍ରବଳ ହେଇଥିଲା ବର୍ଷା। ଯାହାଫଳରେ ପୁରା ଜଳମଗ୍ନ ହେଇଯାଇଥିଲା ସହର। ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ଜାମ ହେଇଥିଲା। ଖାଲି ସେତିକି ନୁହେଁ ଆଜି ସକାଳୁ ସକାଳୁ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆକାଶରେ କଳାହାଣ୍ଡିଆ ମେଘ ଢାଙ୍କି ରଖିଥିବା ବେଳେ ପ୍ରବଳରୁ ଅତିପ୍ରବଳ ବର୍ଷା ଆରମ୍ଭ ହେଇଗଲାଣି।

Around The Web