ଖୋଲା ଖୋଲି ଧମକ ଦେଲା ବଙ୍ଗଳାଦେଶ ଦେଖନ୍ତୁ ଆହୁରି ହିନ୍ଦୁଙ୍କୁ ମାରିବାକୁ ଦେଲେ ଧମକ
Aug 12, 2024, 22:33 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ କି ବଙ୍ଗଳାଦେଶରେ ହିନ୍ଦୁମାନଙ୍କ ଉପରେ କଣ ସବୁ ହେଉଛି । ସାମନାକୁ ଆସିଲା ବଙ୍ଗଳାଦେଶର ଅସଲ ଚେହେରା । ଏବେ ବଙ୍ଗଳାଦେଶ ଭାରତକୁ ଖୋଲାଖୋଲି ଧମକ ଦେଉଛି । ବଙ୍ଗଳାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ହେଉଛି ।
ଆଉ ଏହି ଅତ୍ୟାଚାର ଆହୁରି ବଢିବ ବୋଲି ଏବେ ଖବର ଆସିଛି । ବଙ୍ଗଳାଦେଶରେ କାହିଁକି ହିନ୍ଦୁ ମାନଙ୍କୁ ଅତ୍ୟାଚାର କରାଯାଉଛି ଏହାର କାରଣ ଏବେ ଆପଣମାନେ ଜାଣିପାରିବେ । ଏବେ ବଙ୍ଗଳାଦେଶରେ ରାଜନୈତିକ ଅସ୍ଥିରତା ସହିତ ହିଂସାକାଣ୍ଡ ବଢ଼ିବାକୁ ଲାଗିଛି । ହିନ୍ଦୁ ଏବଂ ଅନ୍ୟାନ୍ୟ ସଂଖ୍ୟା ଲଘୁ ସମ୍ପ୍ରଦାୟର ଲୋକମାନଙ୍କ ଉପରେ ଆକ୍ରମଣ କରାଯାଉଛି । ବଙ୍ଗଳାଦେଶରେ ସଂରକ୍ଷଣକୁ ବିରୋଧ କରି ଆରମ୍ଭ ହୋଇଥିବା ଆନ୍ଦୋଳନ ଏବେ ହିନ୍ଦୁଙ୍କ ଉପରେ ଭାରି ପଡ଼ିଛି ।
ଏବେ ଏହା ହିନ୍ଦୁ ମାନଙ୍କ ଉପରେ ଅତ୍ୟାଚାରର ରୂପ ନେଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ସେଖ ହାସିନା ଦେଶ ଛାଡ଼ି ପଳାଇଥିବା ବେଳେ ବଙ୍ଗଳାଦେଶରେ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟର ଲୋକମାନଙ୍କୁ ଟାର୍ଗେଟ କରାଯାଇଛି । ହସିନା ଏବେ ବଙ୍ଗଳାଦେଶ ଛାଡ଼ି ଭାରତରେ ଆଶ୍ରୟ ନେଉଛନ୍ତି । ଏବେ ବଙ୍ଗଳାଦେଶରେ ହିନ୍ଦୁ ମାନଙ୍କ ଘର, ତାଙ୍କ ବ୍ୟବସାୟ ପ୍ରତିଷ୍ଠାନ, ମନ୍ଦିର ତଥା ଧାର୍ମିକ ପୀଠ ଗୁଡ଼ିକୁ ପୋଡାଜଳା କରାଯାଇଛି । ସୋସିଆଲ ମିଡ଼ିଆ ପୋଷ୍ଟ ଦେଖିଲେ ବଙ୍ଗଳାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଆପଣମାନେ ଜାଣିପାରିବେ ।
୨୭ ଟି ଜିଲ୍ଲାରେ ହିନ୍ଦୁ ମାନଙ୍କ ଘର ଆଉ ଦୋକାନକୁ ଟାର୍ଗେଟ କରାଯାଇଛି । ହିନ୍ଦୁ ପରିବାରର ଝିଅ ଆଉ ମହିଳାଙ୍କୁ ଟାର୍ଗେଟ୍ କରାଯାଉଛି । ବଙ୍ଗଳାଦେଶରେ ହେଉଥିବା ହିନ୍ଦୁଙ୍କ ଆକ୍ରମଣରେ ଶହ ଶହ ଲୋକ ମୃତ୍ୟୁବରଣ କରି ସାରିଲେଣି । ଏବେ ମଧ୍ୟ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାର କମି ନାହିଁ । ଏବେ ଭାରତକୁ ଧମକାଇଛି ବଙ୍ଗଳାଦେଶ । ଭାରତ ଶେଖ୍ ହସିନାଙ୍କୁ ଶରଣ ଦେଇଛି । ତେଣୁ ବଙ୍ଗଳାଦେଶରେ ସ୍ଥିତି ଖରାପ ହେବା ସ୍ବାଭାବିକ କଥା । ଏବେ ବଙ୍ଗଳାଦେଶରେ ଏଭଳି କାମ ହେଉଛି ଆଉ ହୁସେନ ଏଭଳି କହିବା ପରେ ଅଧିକ ଅତ୍ୟାଚାର ହୋଇପାରେ ବୋଲି ସୂଚନା ମିଳିଛି ।