ଖବର କାଗଜରେ ଛଣାଛଣି ଖାଉଥିଲେ ଆପଣଙ୍କୁ ହେବ ଏହି ଭୟଙ୍କର ବେମାରି !! ଦେଖନ୍ତୁ ଏବେ ଆସିଲା ବଡ ଖବର
Updated: Apr 3, 2024, 15:56 IST
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଅଧିକାଂଶ ସମୟରେ ଦେଖାଯାଏ ବାହାର ଖାଦ୍ୟ ବିଶେଷ କରି ଛଣାଛଣି ଖାଦ୍ୟ କିଣିବା ସମୟରେ ଏହାକୁ ସାଧାରଣତଃ ଖବର କାଗଜରେ ପ୍ୟାକିଙ୍ଗ୍ କରି ଦିଆଯାଏ।
ଏହାସହ ଖବର କାଗଜରେ ରଖି ଅନେକ ସମୟରେ ଲୋକେ ବିଭିନ୍ନ ପ୍ରକାର ଖାଦ୍ୟ ମଧ୍ୟ ଖାଇଥାଆନ୍ତି। ତେବେ ସ୍ୱାସ୍ଥ୍ୟ ଉପରେ ଏହା କି ପ୍ରଭାବ ପକାଏ,ତାହା ହୁଏତ ଜାଣିନଥିବେ। ଖାଦ୍ୟ ଦ୍ରବ୍ୟକୁ ଖବର କାଗଜରେ ଗୁଡାଇବା ଅନୁଚିତ।
ଖବର କାଗଜ ଛପା ହେବା ପାଇଁ ବ୍ୟବହାର କରାଯାଉଥିବା କାଳୀରେ ଅନେକ କ୍ଷତିକାରକ ତତ୍ତ୍ବ ରହିଛି। ଏହା ଶରୀର ପାଇଁ ହାନିକାରକ ଅଟେ। କାଳୀର ଅଳ୍ପ କିଛି ମାତ୍ରା ଆମ ଶରୀର ସଂସ୍ପର୍ଶରେ ଆସିବା ଦ୍ବାରା କର୍କଟ ରୋଗ ପରି ସମସ୍ୟା ସୃଷ୍ଟି କରିଥାଏ।
ଅଧିକାଂଶ ସମୟରେ ଗରମ ଖାଦ୍ୟକୁ ଖବରକାଗଜରେ ରଖି ଏହାକୁ ସେବନ କଲେ ଯକୃତ କର୍କଟ ହେବାର ସମ୍ଭାବନା ରହିଥାଏ। ଯଦି ଖାଦ୍ୟକୁ ଦୀର୍ଘ ସମୟ ଧରି ଖବରକାଗଜରେ ରଖାଯାଏ ଏବଂ ଏହାକୁ ଖାଆନ୍ତି, ତେବେ ଏହାର କାଳୀରେ ଥିବା ରାସାୟନିକ ପଦାର୍ଥ ଯୋଗୁଁ ଏହା ଫୁସଫୁସ କର୍କଟ ସୃଷ୍ଟି କରିପାରେ।
ପାଚନ କ୍ରିୟାରେ ସମସ୍ୟା : ଖବର କାଗଜରେ ଖାଦ୍ୟଦ୍ରବ୍ୟ ରଖି ଖାଇବା ଦ୍ବାରା ପାଚନ କ୍ରିୟାରେ ସମସ୍ୟା ସୃଷ୍ଟି ହୋଇଥାଏ। ଖବର କାଗଜରେ ବ୍ୟବହୃତ କାଳୀରେ ଥିବା କେମିକାଲ କାରଣରୁ ଏହି ସମସ୍ୟା ହୋଇଥାଏ।
ଏହାଦ୍ବାରା ଶରୀରରେ ଅନେକ ରୋଗ ମଧ୍ୟ ହୋଇଥାଏ। ହରମୋନ ଅସନ୍ତୁଳନ ହୋଇଥାଏ : ଖବର କାଗଜରେ ଖାଦ୍ୟଦ୍ରବ୍ୟ ଖାଇବା ଦ୍ବାରା ଶରୀରକୁ କ୍ଷତି ପହଞ୍ଚିଥାଏ। କାଗଜର କାଳୀରେ ଏପରି କ୍ଷତିକାରକ କେମିକାଲ ରହିଛି ଯାହା ଆମ ଶରୀରର ହରମୋନକୁ ପ୍ରଭାବିତ କରିଥାଏ।
ସେହି କେମିକାଲ ଶରୀର ସଂସ୍ପର୍ଶରେ ଆସିବା ଦ୍ବାରା ହରମୋନ ଅସନ୍ତୁଳନ ହୋଇଥାଏ। ଏହାଦ୍ବାରା ଅନେକ ରୋଗ ଖୁବ ଶୀଘ୍ର ଆମ ଶରୀରକୁ ପ୍ରବେଶ କରିଥାଏ। ଖବର କାଗଜରେ ବ୍ୟବହୃତ କାଳୀ ଶୀଘ୍ର ଶୁଖିବା ପାଇଁ ଅନେକ ପ୍ରକାର କେମିକାଲ ବ୍ୟବହୃତ କରାଯାଇଥାଏ।
ସେହି କେମିକାଲ ଖାଦ୍ୟରେ ଶୀଘ୍ର ଲାଗିଯାଇଥାଏ। ଖାଦ୍ୟ ଆମ ପେଟ ନିକଟକୁ ପହଞ୍ଚିବା ମାତ୍ରେ କେମିକାଲ ମଧ୍ୟ ପହଞ୍ଚିଥାଏ। ସେହି କେମିକାଲ ଯୁକ୍ତ ଖାଦ୍ୟ ଆମ ଶରୀରରେ ପହଞ୍ଚି ବିଭିନ୍ନ ସମସ୍ୟା ସୃଷ୍ଟି କରିଥାଏ।