ଟ୍ରେନ୍ ଚଢ଼ୁ ଚଢୁ ଅଚାନକ କଟିଗଲା ଗୋଡ ଦେଖନ୍ତୁ କଟାଗୋଡ଼କୁ ନେଇ ମେଡିକାଲ ପହଞ୍ଚିଲେ ଯୁବକ - Exclusive
Nov 15, 2023, 20:03 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଟ୍ରେନ ଦୁର୍ଘଟଣା ଏବଂ ଦେଶ, ବିଦେଶ ସହ ସବୁ ପ୍ରକାରର ଖବର ସୋସିଆଲ ମିଡିଆରେ ଜାଣି ପାରୁଛନ୍ତି ।
ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଅନେକ କିଛି ଖବର ବିଷୟରେ ସୂଚନା ପାଇପାରିବେ । ଏହି ଭିଡିଓ ଆପଣଙ୍କୁ ଅନେକ କିଛି ଖବର ଜଣାଇବ । ଜଣେ ଯୁବକ ଟ୍ରେନରେ ଯିବା ସମୟରେ ତାଙ୍କ ସହ ଦୁର୍ଘଟଣା ଘଟିଛି । ଦୁର୍ଘଟଣାର ଶିକାର ହୋଇଛନ୍ତି ଯୁବକ ।
ଯୁବକ ଜଣକ ଟ୍ରେନରେ ଚଢିବା ସମୟରେ ତାଙ୍କ ସହ ଘଟିଥିଲା କିଛି ଏଭଳି । ସବୁଦିନ ଭଳି ଗତକାଲି ଯୁବକ ଜଣକ ପାଠ ପଢିବା ପାଇଁ କଲେଜ ଯାଉଥିଲେ । ଆଉ ।ତାଙ୍କର ଗୋଟିଏ ଲକ୍ଷ୍ୟ ଥିଲା ସେ କେମିତି ତାଙ୍କ ଗନ୍ତବ୍ୟ ସ୍ଥାନରେ ପହଞ୍ଚିବେ । ସବୁଦିନ ଭଳି ଯୁବକ ଜଣକ ଟ୍ରେନରେ କଲେଜ ଯାଉଥିଲେ ।
କିନ୍ତୁ ସେଦିନ ଏଭଳି କିଛି ଘଟିଯିବ ସେକଥା କିଏ ଜାଣିଥିଲା । ବଇଣ୍ଡାରେ ଥିବା ରେଳ ଷ୍ଟେସନରେ ଭୁବନେଶ୍ୱର ବଲାଙ୍ଗୀର ଇଣ୍ଟରସିଟିରେ ଚଢିବା ବେଳେ ଯୁବକଙ୍କ ଗୋଡ଼ ଖସି ଯାଇଥିଲା । ଆଉ ଗୋଡ଼ ଖସିଯିବା ପରେ ଟ୍ରେନ ଚକା ତଳେ ପଡି ଯାଇଥିଲେ ଯୁବକ ଜଣକ ।
ଏହି ଲୌହ ଦାନବ ଯୁବକଙ୍କ ଗୋଡ଼ରୁ ମୁଣ୍ଡକୁ ଅଲଗା କରି ଦେଇଥିଲା ।ଦେହସାରା କ୍ଷତ ବିକ୍ଷତ ହୋଇଥିଲା ଯୁବକ ଜଣଙ୍କର ।ଟ୍ରେନ ଚକା ତଳେ ଚାପି ହୋଇ ଯେତେବେଳେ ଯୁବକ ଜଣକ ଦେଖିଲେ ତାଙ୍କ ଗୋଡ଼ କଟି ଯାଇଛି ସେତେବେଳେ ସେ ଚିତ୍କାର କରିଥିଲେ ।
ଆଖି ଆଗରେ ଯୁବକ ଜଣକର ଗୋଡ଼ କଟି ଯାଉଥିଲା ସେ କିଛି କରିପାରୁ ନଥିଲେ ।ସେ ଚିତ୍କାର କରି ତାଙ୍କୁ ରକ୍ଷା କରିବାକୁ କହୁଥିଲେ । ଅନୁଗୁଳ ଜିଲ୍ଲା ବଇଣ୍ଡା ରେଳ ଷ୍ଟେସନରେ ଏହି ଘଟଣା ଘଟିଛି । ଯୁବକ ଜଣକ ହେଉଛନ୍ତି ପୁରୁଣାକୋଟ ଥାନା ଟାଇସି ହିନ୍ଦିଲୋଇ ଗାଁର ଅବିନାଶ ବିଶ୍ଵାଳ ।
ଯୁବକ ଜଣଙ୍କର ବୟସ ହେଉଛି ୧୮ ବର୍ଷ ।ସେ ସମ୍ବଲପୁରର ପଲିଟେକନିକ୍ କଲେଜରେ ରହି ପାଠ ପଢନ୍ତି । ସେ ସବୁଦିନ ଭଳି ଗତକାଲି କଲେଜ ଯିବାକୁ ଟ୍ରେନରେ ଚଢ଼ୁଥିଲେ ଆଉ ସେଠାରେ ଏଭଳି ଘଟଣା ଘଟିଥିଲା ।
ଏହାପରେ ସେଠାରେ ଆମ୍ବୁଲାନ୍ସ ଭାଙ୍ଗି ଯାଇଥିଲା ଆଉ ଅଟୋ ତାଙ୍କୁ ନେବାକୁ ନାହିଁ କରିଥିଲା । ଏହାପରେ ସମାଜସେବୀ ତାଙ୍କୁ ଟ୍ରେଶରରେ ବୋହି ମେଡିକାଲ ନେଇଥିଲେ । ଆଉ ଏବେ ତାଙ୍କ ଅବସ୍ଥା ଗୁରୁତର ଅଛି । ସେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।