Movie prime

ଆସୁଛି ପ୍ରବଳ ବର୍ଷା ଏହି ସବୁ ଜିଲ୍ଲା ସାବଧାନ ଦେଖନ୍ତୁ କେଉଁ କେଉଁ ଜିଲ୍ଲା ରହିବେ ସାବଧାନ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ପାଣିପାଗକୁ ନେଇ ଆଦୁଥିବାଖବାଏ ବିଷୟରେ ଜାଣିପାରିବେ । ଏବେ ଏହି ଖବର ଆପଣମାନେ ଅର୍ଥାତ୍ ପାଣିପାଗ କଣ ରହିବ ଆଗାମୀ ଦିନରେ ଏହି ଖବର ଆପଣମାନେ ଏହି ଭିଡିଓ ଦ୍ଵାରା ଜାଣିପାରିବେ ।
ଏବେ ମୌସୁମୀ ଦୁର୍ବଳ ହୋଇପଡିଛି । ସେଥିପାଇଁ ରାଜ୍ୟରେ ବର୍ଷା ଦୁର୍ବଳ ହୋଇ ପଡ଼ିଛି । ଯେଉଁଥିପାଇଁ ଗତ ଚାରି କି ପାଞ୍ଚ ଦିନ ହେଲା ରାଜ୍ୟରେ ତାତି ବଢ଼ିଛି ।ଏହି ତାତିରେ ଲୋକମାନେ ହଇରାଣ ହେଉଛନ୍ତି । ଆଉ ଲୋକମାନେ ଅସ୍ତବ୍ୟସ୍ତ ହେଉଥିବା ବେଳେ ପାଣିପାଗ ବିଭାଗ ଦେଇଛି ଖୁସି ଖବର ।
Special report
ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଆଉ ଯାହାର ପ୍ରଭାବରେ ଆଗାମୀ ଦିନରେ ବର୍ଷା ହେବ ବୋଲି ସୂଚନା ମିଳିଛି । ରାଜ୍ୟର କିଛି ଅଂଶରେ ବର୍ଷା ହେବାର ସମ୍ଭାବନା ରହିଛି ।
ସେପ୍ଟେମ୍ବର ୧ ରୁ ୪ ତାରିଖ ଭିତରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇପାରେ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗ ଜାରି କରିଥିବା ସୂଚନା ଅନୁସାରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇପାରେ ।
Special report
ସେପ୍ଟେମ୍ବର ୧ ତାରିଖରେ ସୁନ୍ଦରଗଡ଼, କେଉଁଝର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଜଗତସିଂପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, 
କନ୍ଧମାଳ, ଗଞ୍ଜାମ, ଗଜପତି ଏବଂ ନୂଆପଡ଼ା ଜିଲ୍ଲା ଆଦିରେ କେତେକ ସ୍ଥାନରେ ସାମାନ୍ୟ ବର୍ଷା ହେବା ସହ ବଜ୍ରପାତ ଏବଂ ଘଡଘଡି ହେବାର ସମ୍ଭାବନା ରହିଛି ।ସେଥିପାଇଁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି ।
ସେହିଭଳି ୨ ତାରିଖରେ ମୟୂରଭଞ୍ଜ, ବାଲେଶ୍ଵର, କେଉଁଝର, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ କେତେକ ସ୍ଥାନରେ ବର୍ଷା ସହ ଘଡଘଡି ଏବଂ ବଜ୍ରପାତ ହେବାର ସମ୍ଭାବନା ରହିଛି ।