Movie prime

Odisha ରେ ନାମ କୁ ମାତ୍ର ମୋ ସରକାର, ବିଗତ ୩ ବର୍ଷ ରେ କୌଣସି କାମ କରିନି ଏହି ବିଭାଗ ! ମୋ ସରକାର ପ୍ରହସନ କାହିଁକି କଲେ ନବୀନ

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଭୁବନେଶ୍ୱର ପ୍ରମୁଖ ବିଜେପି ସରକାରୀ କଲେଜ ଅଧ୍ୟକ୍ଷକଙ୍କ ରୁମ ଆଗରେ ଲାଗିଛି "ମୋ ସରକାର" ପୋଷ୍ଟର। ୨୦୧୯ ଗାନ୍ଧୀ ଜୟନ୍ତୀ "ମୋ ସରକାର" ଉଦ୍ୟମ ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
"ମୋ ସରକାର" ବ୍ୟବସ୍ଥାରେ ଲୋକଙ୍କ ଫିଡ ବ୍ୟାକ ନିଆଯାଇ ଶାସନକୁ ଲୋକାଭିମୁଖି କରାଯିବ ବୋଲି କହିଥିଲେ। ଏହି କ୍ରମରେ ତିନିବର୍ଷ ତଳେ ୨୦୨୨ ମାର୍ଚ୍ଚ ୪ ତାରିଖରେ ଉଚ୍ଚଶିକ୍ଷା ବିଭାଗରେ ପ୍ରବେଶ କରିଥିଲା "ମୋ ସରକାର"। 
୧୫ଟି ପ୍ରସଙ୍ଗ ଉପରେ ଏକ ନିର୍ଦ୍ଧିଷ୍ଟ ଫର୍ମାଟରେ ଉଚ୍ଚଶିକ୍ଷା ବିଭାଗର ଜଣେ ନୋଡାଲ ଅଧିକାରୀ ସାଧାରଣ ପ୍ରଶାସନ ବିଭାଗକୁ ଫିଡ ବ୍ୟାକ ଦେବେ ବୋଲି ନିର୍ଦ୍ଦେଶ ଦିଆଗଲା। ଏଥିପାଇଁ ଦାୟିତ୍ଵରେ ଥିବା ନୋଡାଲ ଅଧିକାରୀ ରାଜ୍ୟର କିଛି କଲେଜ ପରିଦର୍ଶନରେ ଯାଇ ଯାଞ୍ଚ କରିବା ସହ ଫୋନରେ ଫିଡ୍ ବ୍ୟାକ୍ ନେବା କଥା।
ଗତ ମାର୍ଚ୍ଚ ମାସର ଫିଡ୍ ବ୍ୟାକ୍ ଫର୍ମାଟ ଦେଖିଲେ କୌଣସି ଗୋଟିଏ କଲେଜକୁ ଯାଇ ଯାଞ୍ଚ କରୁନାହାନ୍ତି ସ୍ଵତନ୍ତ୍ର ନୋଡାଲ ଅଧିକାରୀ। କେବଳ ଚଳିତ ବର୍ଷର ମାର୍ଚ୍ଚ ମାସ ନୁହେଁ ୨୦୨୨ ଏପ୍ରିଲ ମାସ, ୨୦୨୨ ଜୁନ ମାସରେ ବି ସମାନ କଥା ରହିଛି। 
କୌଣସି ଗୋଟିଏ କଲେଜ ପରିଦର୍ଶନରେ ଯାଇ ନାହାଁନ୍ତି, କୌଣସି ନୋଡାଲ ଅଧିକାରୀ। ରାଜ୍ୟର ପ୍ରାୟ ୭୫୦ ଉଚ୍ଚଶିକ୍ଷା ଅନୁଷ୍ଠାନ କଲେଜ ଓ ବିଶ୍ଵ ବିଦ୍ୟାଳୟ ରହିଥିବା ବେଳେ ବିଭିନ୍ନ ସମସ୍ୟା ଲାଗରହିଛି।
ବିଜେପି କଲେଜର ଛାତ୍ରୀ ରୁଚିକା ରାଗିଂ ଓ ଆ-ତ୍ମ-ହ-ତ୍ୟା ଘଟଣା ହେଉ, କିମ୍ୱା ବଲାଙ୍ଗୀର ମେଡିକାଲ କଲେଜର ରାଗିଂ ଘଟଣା। ଏହିସବୁ କଲେଜରେ ଆଣ୍ଟୀ ରାଗିଂ ସେଲ୍ଫ ଭାବରେ କାମ କରୁଛି କି ନାହିଁ
 କେହି ନୋଡାଲ ଅଧିକାରୀ ଯାଞ୍ଚ କରିବାକୁ ଉଚିତ ମାନି ନାହାଁନ୍ତି। ପୁରାତନ ଛାତ୍ରଛାତ୍ରୀଙ୍କ ଆର୍ଥିକ ସହଯୋଗ ଭିତ୍ତିରେ ୨୦୨୧ରେ ଆରମ୍ଭ ହେଇଥିବା 
"ମୋ କଲେଜ" ଅଭିଯାନରେ ବି ମାଲକାନଗିରି ଡିଗ୍ରୀ କଲେଜ ଭଳି ଅନେକ କଲେଜରେ ଭିତ୍ତିଭୂମିର ବିକାଶ କାମ ହୋଇପାରିଛି। ପୁରୁଣା କଲେଜ ସତ୍ବେ କଲେଜରେ କ୍ଲାସ ରୁମ୍, ଲାଇବ୍ରେରୀ, ଖେଳ ପଡିଆର ଅଭାବ ରହିଛି।
କୋରାପୁଟ ସରକାରୀ ମହାବିଦ୍ୟାଳୟକୁ ଇତି ମଧ୍ୟରେ "ମୋ କଲେଜ" ଅଭିଯାନର ଅଧ୍ୟକ୍ଷକ ଆକାଶ ନାୟକ ଆସିଥିଲେ। ହେଲେ ୫୦ରୁ ଅଧିକ ପୁରୁଣା ଛାତ୍ର ବା ଆଲୁମିନିକୁ ନେଇ ଗଠିତ କମିଟି ଅର୍ଥ ସଂଗ୍ରହ କାର୍ଯ୍ୟ ସରିନଥିବାରୁ ସରକାରୀ ସହାୟତା ବି ମିଳିପାରିନାହିଁ, ଭିତ୍ତିଭୂମି ସମସ୍ୟା ଲାଗିରହିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.