ମହାଳୟାର ପ୍ରକୃତ ରହସ୍ୟ କଣ ଜାଣନ୍ତୁ ମା ଦୁର୍ଗାଙ୍କ ଏହି ରହସ୍ୟ କାହିଁକି ହୁଏ ଏହି ଦିନରେ ପିଣ୍ଡଦାନ - Devotional
Updated: Oct 15, 2023, 11:04 IST
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ, ହିନ୍ଦୁ ଧର୍ମରେ ମହାଳୟା ପର୍ବର ଏକ ସ୍ୱତନ୍ତ୍ର ମହତ୍ତ୍ୱ ରହିଛି। ଏହି ପର୍ବରୁ ଦୁର୍ଗାପୂଜା ଆରମ୍ଭ ହୁଏ। ଏହି ଦିନକୁ ନବରାତ୍ରୀ ଏବଂ ପିତୃପକ୍ଷ ଭାବେ ମଧ୍ୟ ପାଳନ କରାଯାଏ। ଏହି ଦିନ ମାତା ଦୁର୍ଗାଙ୍କୁ ବନ୍ଦନା କରାଯାଏ ଏବଂ ନିଜ ଘରକୁ ଆଗମନ ପାଇଁ ପ୍ରାର୍ଥନା କରାଯାଏ।
ଏହି ଦିନ ପିତୃପୁରୁଷମାନଙ୍କୁ ମଧ୍ୟ ସ୍ମରଣ କରାଯାଏ। ପିତୃପୁରୁଷଙ୍କ ସନ୍ତୁଷ୍ଟି ପାଇଁ ଶ୍ରାଦ୍ଧ କର୍ମକୁ ମହାଳୟା ଶ୍ରାଦ୍ଧ କୁହାଯାଏ। ବିଶ୍ୱାସ କରାଯାଏ ଯେ ନବରାତ୍ରୀ ସମୟରେ ଦେବୀ ପାର୍ବତୀ ୯ଟି ରୂପ ଧାରଣ କରି ପୃଥିବୀକୁ ଆସନ୍ତି।
ବନ୍ଧୁଗଣ ହିନ୍ଦୁ ଶାସ୍ତ୍ର ଅନୁଯାୟୀ ମହାଳୟା ଏବଂ ପିତୃପକ୍ଷ ଅମାବାସ୍ୟା ଗୋଟିଏ ଦିନରେ ପାଳନ କରାଯାଏ। ବିଶ୍ୱାସ କରାଯାଏ ଯେ ମହାଳୟା ଦିନ ପ୍ରତ୍ୟେକ ଶିଳ୍ପୀ ମା' ଦୁର୍ଗାଙ୍କ ଆଖି ପ୍ରସ୍ତୁତ କରନ୍ତି।
ଏହା ପରେ ମା' ଦୁର୍ଗାଙ୍କ ମୂର୍ତ୍ତିଗୁଡ଼ିକୁ ଅନ୍ତିମ ରୂପ ଦିଆଯାଏ। ହିନ୍ଦୁ ଧର୍ମ ଅନୁସାରେ ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ ମହାଳୟା ଶ୍ରେଷ୍ଠତମ । ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ବ୍ରାହ୍ମଣ ଭୋଜନ ଦିଆଯାଏ। ଯାହା ଦ୍ୱାରା ବଂଶର ଉତ୍ତର ପିଢ଼ିର ସକଳ ଉନ୍ନତି ହୋଇଥାଏ।
ବଡ଼ ଦେଉଳରେ ବାଇଶି ପାହାଚରେ ପିଣ୍ଡଦାନ କର୍ମ ବି ହୁଏ। ଏଵଂ ଏହି ମହାଳୟା ପର୍ବକୁ ନେଇ ଏକ ପୌରାଣିକ ମତ ମଧ୍ୟ ରହିଛି। ଅତ୍ୟାଚାରୀ ମହିଷାସୁର କୁ ବଧ କରିବା ପାଇଁ ଭଗବାନ ବ୍ରହ୍ମ, ବିଷ୍ଣୁ, ମହେଶ୍ୱର ମିଶି ଏକ ଦିବ୍ୟ ଶକ୍ତିର ସୃଷ୍ଟି କରିଥିଲେ।
ମହିଷାସୁରକୁ କୌଣସି ଦେବତା କିମ୍ବା କୌଣସି ମନୁଷ୍ୟ ବଧ କରି ପାରିବ ନାହିଁ ବୋଲି ବରଦାନ ମିଳିଥିଲା। ଏକଦା ମହିଷାସୁର ର ଆକ୍ରମଣରେ ଦେବତା ମାନେ ହାରିଗଲେ। ଏହାକୁ ଦେଖି ବ୍ରହ୍ମ, ବିଷ୍ଣୁ, ମହେଶ୍ୱର ଏକାଠି ମିଶି ଏକ ଦିବ୍ୟ ଶକ୍ତିର ସୃଷ୍ଟି କରିଥିଲେ।
ଯେଉଁ ଶକ୍ତି ମା ଦୂର୍ଗାଙ୍କ ରୂପ ନେଇଥିଲା। ଆଉ ତାପରେ ସେ ୯ ଦିନ ପର୍ଯ୍ୟନ୍ତ ଯୁଦ୍ଧ କରି ମହିଷାସୁର ରାକ୍ଷସକୁ ବଧ କରିଥିଲେ। ଆଉ ଦେବଲୋକକୁ ମୁକ୍ତି କରିଥିଲେ। ଆଉ ସେହିଦିନ ଠାରୁ ମନାଯାଏ ଯେ ମା ଦୁର୍ଗା ପୃଥିବୀକୁ ଆଗମନ କରନ୍ତି।
ଯାହାଫଳରେ ଏହି ଦିନ ମହାଳୟା ପର୍ବର ପାଳନ ହୋଇଥାଏ। କୁହାଯାଏ ଯେ, ମହାଳୟା ଦିନ ପୂର୍ବପୁରୁଷମାନଙ୍କୁ ବିଦାୟ ଦିଆଯାଏ ଏବଂ ମା’ଙ୍କୁ ପୃଥିବୀପୃଷ୍ଠକୁ ସ୍ୱାଗତ କରାଯାଏ।