୨୮ ଅକ୍ଟୋବର ଗ୍ରହଣ ଦେଖନ୍ତୁ ସାବଧାନ ରହିବେ ୪ ରାଶି ନହେଲେ ଘଟିବ ଅଘଟଣ !! ଜାଣନ୍ତୁ କଣ କରିବେ କେମିତି ରହିବେ
Updated: Oct 23, 2023, 20:36 IST
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ୨୦୨୩ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ୨୮-୨୯ ଅକ୍ଟୋବରରେ ହେବାକୁ ଯାଉଛି। ଏହି ଚନ୍ଦ୍ରଗ୍ରହଣ ଶରଦ ପୂର୍ଣ୍ଣିମା ଦିନ ପଡିବ। ଯାହା ଭାରତରେ ମଧ୍ୟ ଦୃଶ୍ୟମାନ ହେବ। ସୂର୍ଯ୍ୟ ଏବଂ
ଚନ୍ଦ୍ରଗ୍ରହଣ ହେଉଛି ଗୁରୁତ୍ୱପୂର୍ଣ୍ଣ ଜ୍ୟୋତିର୍ବିଜ୍ଞାନ ଘଟଣା ଯାହା ହିନ୍ଦୁ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ରରେ ବିଶେଷ ମହତ୍ୱ ରହି ଆସିଛି। ୨୦୨୩ ମସିହାରେ ଚାରୋଟି ଚନ୍ଦ୍ରଗ୍ରହଣ ଘଟିଥିଲା, ସେଥିମଧ୍ୟରୁ ୨ ଟି ସୂର୍ଯ୍ୟ ଏବଂ ୨ ଟି ଚନ୍ଦ୍ରଗ୍ରହଣ। ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଅକ୍ଟୋବର ୨୮ ରେ ଘଟିବାକୁ ଯାଉଛି।
ଯେତେବେଳେ କି ପ୍ରଥମ ଚନ୍ଦ୍ରଗ୍ରହଣ ୫ ମେ ରେ ଦୃଶ୍ୟମାନ ହୋଇଥିଲା। ହିନ୍ଦୁ ଧର୍ମରେ ସୂର୍ଯ୍ୟ ଗ୍ରହଣ ଏବଂ ଚନ୍ଦ୍ରଗ୍ରହଣ ସମୟ ଶୁଭ କାର୍ଯ୍ୟ କରିବାକୁ ମନା କରାଯାଏ। ଏହା ଅଶୁଭର ସଙ୍କେତ ଦେଇଥାଏ।
ଏହି କାରଣରୁ ସୂର୍ଯ୍ୟ କିମ୍ବା ଚନ୍ଦ୍ର ଗ୍ରହଣରେ ପୂଜାପାଠ କରାଯାଏ ନାହିଁ କିମ୍ବା ଗ୍ରହଣ ସମୟରେ ମନ୍ଦିରର କବାଟ ଖୋଲାଯାଏ ନାହିଁ। ଗତ ସପ୍ତାହରେ, ବର୍ଷର ଶେଷ ସୂର୍ଯ୍ୟ ଗ୍ରହଣ ୧୪ ଅକ୍ଟୋବରରେ ହୋଇଥିଲା।
ଏବଂ ବର୍ତ୍ତମାନ ଠିକ୍ ୧୫ ଦିନ ପରେ ଅର୍ଥାତ୍ ୨୮ ଅକ୍ଟୋବରରେ, ବର୍ଷର ଶେଷ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି। ଏହି ଚନ୍ଦ୍ରଗ୍ରହଣ ଅଷ୍ଟ୍ରେଲିଆ, ୟୁରୋପ, ଉତ୍ତର ଆମେରିକା, ଏସିଆ, ହିନ୍ଦ ମହାସାଗର, ଆଟଲାଣ୍ଟିକ ଏବଂ ଆଣ୍ଟ୍ରାଟିକାରେ ଦେଖା ଯିବ।
ଏହି ଚନ୍ଦ୍ରଗ୍ରହଣ ୨୮ ଅକ୍ଟୋବର ରାତି ୧୧ ଟା ୩୨ ରୁ ଆରମ୍ଭ ହେବ ଏବଂ ୩ଟା ୫୬ ମିନିଟରେ ଶେଷ ହେବ। ଏହା ପରେ ୨୯ ଅକ୍ଟୋବର ରାତି ୧ ଟା ୪୪ ମିନିଟରୁ ଆରମ୍ଭ ହୋଇ ୨ଟା ୨୪ ମିନିଟରେ ଶେଷ ହେବ।
ଏହାର ଅର୍ଥ ଏହି ଚନ୍ଦ୍ରଗ୍ରହଣର ପ୍ରଭାବ ଅଧିକ ରହିବ। ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ ତେବେ ପାକ ନିଶେଦ୍ଧ ହେବ ଚନ୍ଦ୍ରଗ୍ରହଣର ୯ ଘଣ୍ଟା ପୂର୍ବରୁ ପାକ ନିଶେଦ୍ଧ ହେବ। ୨୮-୨୯ ଅକ୍ଟୋବର ଚନ୍ଦ୍ରଗ୍ରହଣରେ ୨୮ ଅକ୍ଟୋବର ସନ୍ଧ୍ୟା ୪ ଟା ୪୪ ମିନିଟରେ ଲାଗିବ।
ଏହି ସମୟରେ କୌଣସି ପୂଜା ପାଠ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଚନ୍ଦ୍ରଗ୍ରହଣ ଲାଗିବା ପରେ ମନ୍ଦିରର କବାଟ ବନ୍ଦ ହେବ। ଏବଂ ଏହି ସମୟରେ ଦେବୀ ଦେବତାଙ୍କ ମୂର୍ତ୍ତି ଛୁଇଁବା କଥା ନୁହେଁ।