ଆମ୍ବାନୀଙ୍କ ବାହାଘରରେ ପ୍ରିୟଙ୍କାଙ୍କୁ କିଏ ଦେଲେ ଅପମାନ ଦେଖନ୍ତୁ ଆସିଲା ବହୁତ୍ ବଡ଼ ଖବର
Jul 19, 2024, 17:30 IST
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଏସିଆର ସବୁଠୁ ବଡ଼ ଧନୀ ମୁକେଶ ଅମ୍ବାନୀ ସାନ ପୁଅ ଅନନ୍ତଙ୍କ ବାହାଘର ଅତ୍ୟନ୍ତ ଜାକଜମକରେ କରୁଛନ୍ତି। ଭାରତ ତଥା ବିଶ୍ୱର ଅନେକ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ପିଲାଦିନର ସାଙ୍ଗ ରାଧିକାଙ୍କ ହାତ ଧରିଛନ୍ତି ଅନନ୍ତ। ବଲିଉଡ ସମେତ ପ୍ରସିଦ୍ଧ ଅନ୍ତର୍ଜାତୀୟ ଗାୟକ ଜଷ୍ଟିନ ବିବର ଭାରତୀୟ ସିନେ ତାରକା ଶାହରୁଖ ଖାନ ଏବଂ ଐଶ୍ୱରୀୟା ରାୟ ବଚ୍ଚନ, ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର ଏବଂ ବୋରିସ ଜନସନ ଆଦି ଏହି ରାଜକୀୟ ବିବାହର ଶୋଭା ବଢାଇଥିଲେ।
ବନ୍ଧୁଗଣ ଆମେରିକାର ଇନଫ୍ଲୁଏନ୍ସର ଜୁଲିୟା ଚେଫ ନିକଟରେ ଅନନ୍ତ ଅମ୍ବାନୀ ଓ ରାଧିକାଙ୍କର ବିବାହ ଉତ୍ସବରେ ସାମିଲ ହୋଇଥିଲେ। ଏହି ବିବାହରେ ଜୁଲିୟାଙ୍କର ଅଭିନେତ୍ରୀ ପ୍ରିୟଙ୍କା ଚେପ୍ରା ଓ ତାଙ୍କ ସ୍ବାମୀ ନିକ ଜୋନସଙ୍କ ସହ ଭୋଟ ହୋଇଥିଲା। ଜୁଲିୟା ଅଭିନେତ୍ରୀଙ୍କ ସହିତ ସାକ୍ଷାତକାରର ଏକ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହି ଭିଡିଓ ଦେଖିବା ପରେ ଜୁଲିୟା ଟ୍ରୋଲର ଶିକାର ହୋଇଛନ୍ତି।
ଏହି ଭିଡିଓ ଦେଖି ଅଭିନେତ୍ରୀଙ୍କ ପ୍ରଶଂସକଙ୍କମାନେ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି, ଅନନ୍ତ ଓ ରାଧିକାଙ୍କ ବିବାହରେ ସାମିଲ ହୋଇଥିବା ଜୁଲିୟା ପ୍ରିୟଙ୍କାଙ୍କ କଥାକୁ ଅଣଦେଖା କରି ନିକଙ୍କ ସହିତ କଥା ହେବାରେ ବ୍ୟସ୍ତ ରହିଥିଲେ। ସେ ଏପରି କରି ପ୍ରିୟଙ୍କାଙ୍କ ଅପମାନ କରିଛନ୍ତି। ଅନନ୍ତ ବିବାହରେ ପ୍ରିୟଙ୍କା ଜୁଲିୟାଙ୍କୁ ଦେଖି ଉତ୍ସାହିତ ହୋଇ କହିଥିଲେ, ‘ଆରେ ମୁଁ ତୁମକୁ କେଉଁଠି ଦେଖିଥିବାର ଲାଗୁଛି।’ ଜୁଲିୟା ପ୍ରିୟଙ୍କାଙ୍କ ଏ କଥାକୁ ଅଣଦେଖା କରି ନିକଙ୍କ ସହିତ କଥା ହେବାକୁ ଲାଗିଥିଲେ।
ଏହି ଘଟଣାକୁ ନେଇ ଜୁଲିୟା ସଫେଇ ଦେଇ କହିଛନ୍ତି, ‘ପ୍ରିୟଙ୍କା ଯେତେବେଳେ କହିଲେ ମୋତେ ସେ କେଉଁଠି ଦେଖିଛନ୍ତି ମୁଁ ତାଙ୍କ କଥାରେ କ’ଣ ଉତ୍ତର ଦେବି ଜାଣି ପାରି ନଥିଲି। ସେଥିପାଇଁ ନିକଙ୍କ ସହିତ କଥା ହେବା ଆରମ୍ଭ କରି ଦେଇଥିଲି। ମୁଁ ମାନୁଛି ସେ ସମୟରେ ପ୍ରିୟଙ୍କାଙ୍କ ଅପମାନ କରିଛି। ପ୍ରିୟଙ୍କା ଯଦି ତୁମେ ଏହି ଭିଡିଓ ଦେଖୁଛ ତେବେ ଏହାରି ମାଧ୍ୟମରେ ମୁଁ ତୁମକୁ କ୍ଷମା ମାଗୁଛି। ମୋ କଥାକୁ ଧରି ରଖିବ ନାହିଁ। ତୁମେ ମୋର ଅଲଟାଇମ ଫେବରାଇଟ ଅଭିନେତ୍ରୀ ଥିଲ ଓ ରହିବ ମଧ୍ୟ।