ବ୍ୟୋମକେଶଙ୍କ ଭଳି ଫସି ଯାଉନାହାନ୍ତି ତ ରିୟା ଦେଖନ୍ତୁ ମୁଁହ ଖୋଲିଲେ
Updated: Jul 20, 2024, 18:58 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ଓଲିଉଡ ଅଭିନେତ୍ରୀ ରିୟାଙ୍କୁ ନେଇ ଆସିଥିବା ଖବର ବିଷୟରେ ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅଭିନେତ୍ରୀ ରିୟାଙ୍କୁ ନେଇ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ କଣ ସବୁ କହିଛନ୍ତି ତାହା ଆପଣମାନେ ଜାଣିପାରିବେ । ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ କହିଛନ୍ତି ବର୍ତ୍ତମାନ ନୂଆ ସରକାର ଚାଲିଛି ।
ପୋଲିସ ଏବେ ତାର କାମ କରୁଛି । ଏବେ ପୋଲିସ ଚାପରେ ରହୁଛି । ଯେଉଁ ଅଭିଯୋଗ ଗୁଡ଼ିକ ଜଣେ ମହିଳା କରୁଛନ୍ତି ତାହାର ସମାଧାନ ଶୀଘ୍ର ଆଉ ଭଲରେ ହେବ ବୋଲି ସରକାର କହିଛନ୍ତି । ଯଦି ତଦନ୍ତରୁ ଜଣାପଡେ କି ଅଭିନେତ୍ରୀ ରିୟା ଦୋଷୀ ହେବେ ତାହେଲେ ତାଙ୍କୁ ଦଣ୍ଡ ମିଳିବ । ରିୟାଙ୍କ ଘଟଣା ବିଷୟରେ ସମସ୍ତେ ତ ଜାଣିଥିବେ । ତାଙ୍କ ଘରେ କାମ କରୁଥିବା ବର୍ଷା ଏବେ ଅଭିଯୋଗ ଆଣିଛନ୍ତି କି ରିୟା ଆଉ ତାଙ୍କ ସ୍ବାମୀ ତାଙ୍କ ଉପରେ ଅତ୍ୟାଚାର କରୁଛନ୍ତି । ଆଉ ସେ ତାଙ୍କର ଦରମା ଦେଉ ନାହାଁନ୍ତି ।
ଏବେ ଏହି ଘଟଣାକୁ ନେଇ ବର୍ଷା ବିଡାନାସୀ ଥାନାରେ ଅଭିଯୋଗ କରିବା ପରେ ଏହାର ତଦନ୍ତ ହେଉଛି । ବ୍ୟୋମକେଶ ତ୍ରିପାଠୀ କହିଛନ୍ତି ସେ ଏଭଳି ଏକ ମିଥ୍ୟା ଅଭିଯୋଗରେ ଫସି ଯାଇଥିଲେ । ଆଉ ଏବେ ସେ ଏହି ମାମଲାକୁ ନେଇ ବ୍ୟୋମକେଶ ତ୍ରିପାଠୀ କହିଛନ୍ତି କି ରିୟା ନିର୍ଦ୍ଦୋଷ ବୋଲି ସେ କହୁ ନାହାଁନ୍ତି । ପୋଲିସ ତଦନ୍ତ ପରେ ସତ୍ୟ କଣ ତାହା ସାମ୍ନାକୁ ଆସିବ । ଆଉ ସେ ହିଁ କେବଳ ପ୍ରକୃତ ଦୋଷୀ ଆଉ କଣ ସବୁ ଘଟଣା ଘଟିଛି ଜାଣିପାରିବେ । ସବୁ ପରିସ୍ଥିତିରେ ସମାନ ପ୍ରତିକ୍ରିୟା ଥାଏ ।
ଏବେ ସୋସିଆଲ ମିଡିଆରେ ରିୟାଙ୍କୁ ଲୋକମାନେ ଅନେକ ଗାଳି ଗୁଲଜ କରୁଛନ୍ତି । ଏପର୍ଯ୍ୟନ୍ତ ଜଣାପଡି ନାହିଁ କି ସେ ଦୋଷୀ ବୋଲି କିନ୍ତୁ ତାଙ୍କୁ ନେଇ ଏବେ ଏଭଳି ଲୋକମାନେ ଅନେକ କଥା କହୁଛନ୍ତି । ଲୋକମାନେ ସୋସିଆଲ ମିଡିଆରେ ଗାଳି ଗୁଲଜ କରୁଛନ୍ତି । ଯେଉଁମାନେ ସୋସିଆଲ ମିଡିଆରେ ଗାଳି ଗୁଲଜ କରୁଛନ୍ତି ସେମାନେ ସମସ୍ତେ ଏକତ୍ରିତ ହୋଇ ଏହି କେସକୁ ତଦନ୍ତ କରିବାକୁ କୁହନ୍ତୁ । ଆଉ ସତରେ ରିୟା ଏଭଳି କରିଛନ୍ତି ନା ନାହିଁ ଏହା ତଦନ୍ତ ପରେ ଜଣାପଡ଼ିବ । ଏବେ ଏଭଳି ଅନେକ କଥା ଅଭିନେତ୍ରୀ ରିୟାଙ୍କ ଘଟଣାକୁ ନେଇ କହିଛନ୍ତି ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ।