ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆସିଲା ବଡ଼ ଖବର ଦେଖନ୍ତୁ କେଉଁମାନେ ହେବେ ଉପକୃତ
Jul 12, 2024, 18:06 IST
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ପାଇଁ ଆସିଛି ଏକ ବଡ଼ ଖବର। ପ୍ରଥମ କିସ୍ତିରେ ଆସିବ ୫ ଲକ୍ଷ ଘର। ଫାଇଲରେ ନାଁ ନଥିଲେ ମିଳିବନି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର। ଏନେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ପଞ୍ଚାୟତରାଜ ମନ୍ତ୍ରୀଙ୍କ ବଡ ବୟାନ। ତେବେ ସବୁଠାରୁ ବଡ଼କଥା ହେଉଛି ବର୍ଷାଦିନ ପରେ ମିଳିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର।
ପ୍ରଥମ କିସ୍ତିରେ ଆସିବ ରାଜ୍ୟକୁ ୫ ଲକ୍ଷ ଘର। ଚିଠା ବି ପ୍ରସ୍ତୁତ ହେଇସାରିଛି। ଘରେ ବାପା ଓ ଦୁଇପୁଅ ଥିବେ ଯଦି ସେମାନେ ଅଲଗା ରହୁଥିବେ ତେବେତାଙ୍କୁ ମଧ୍ୟ ଘର ଦେବାକୁ ଯୋଜନା କରୁଛନ୍ତି ପ୍ରଧାନମନ୍ତ୍ରୀ। ସୂଚନା ଅନୁସାରେ ଭାରତୀୟ ଜନତା ପାର୍ଟି ସଂକଳ୍ପ ପତ୍ରରେ ୧୫ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଗାଇ ଦେବାକୁ ଉଲ୍ଲେଖ କରିଥିଲେ। ଓଡ଼ିଶାର ଏସେସି ତାଲିକାରେ ୧ ଲକ୍ଷ ୨୦ ହଜାର ରହିଥିବା କହିଛନ୍ତି ମନ୍ତ୍ରୀ। କେଦ୍ର ତରଫରୁ ପ୍ରଥମ କିସ୍ତିରେ ରାଜ୍ୟକୁ ୫ ଲକ୍ଷ ଘର ମିଳିଛି।
ଆଗାମୀ ଦିନରେ ଏହି ଘରକୁ ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯିବ। ଏବେ କିଛି ଲୋକ ବିଡ଼ିଓଙ୍କୁ ଦରଖାସ୍ତ ଦେଇଛନ୍ତି ଆଉ କିଛି ଲୋକ ଅନଲାଇନରେ ଆବେଦନ ମଧ୍ୟ କରିଛନ୍ତି। ଯଦି ଏହା ୧୫ ଲକ୍ଷରୁ ଅଧିକ ହୁଏ ତେବେ କେନ୍ଦ୍ର ସରକାରଙ୍କୁ ଜଣାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି। ଏହା ସହିତ ମନ୍ତ୍ରୀ ଅଭିଯୋଗ କରୁଛନ୍ତି ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଇଥିବାରୁ ପୂର୍ବ ସରକାରଙ୍କ ଆନ୍ତରିକତା ନଥିଲା।
ପୂର୍ବରୁ ଯୋଗ୍ୟ ହିତାଧିକାରି ମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଡ ପଡୁଥିଲେ। ବିଭିନ୍ନ ସମୟରେ ଅଯୋଗ୍ୟ ହିତାଧିକାରୀ ମାନେ ମଧ୍ୟ ଘର ପାଇଛନ୍ତି। ଏଥିରେ ଗ୍ରାମ ସଭା ଏବଂ ପଲ୍ଲୀ ସଭା ମାଧ୍ୟମରେ ପ୍ରକୃତ ହିତାଧିକାରୀଙ୍କୁ ବଛାଯିବ। ଯଦି ବାପା ଓ ଦୁଇପୁଅ ଅଲଗା ଅଲଗା ରହୁଛନ୍ତି ତେବେ ସେମାନଙ୍କୁ ୩ଟି ଘର ମିଳୁନଥିଲା। ଏବେ ସମସ୍ତଙ୍କୁ ଘର ଦେବାକୁ ଯୋଜନା କରୁଛନ୍ତି ସରକାର। ଯେମିତି ରାଜ୍ୟର ସମସ୍ତ ଯୋଗ୍ୟ ହିତାଧିକାରୀ ଘର ପାଇପାରିବେ। ଏବେ ଯୋଗ୍ୟ ହିତାଧିକାରୀ ଚୟନ ପ୍ରକ୍ରିୟା ଆରମ୍ଭ ହେବ।