Movie prime

କରିଥିଲେ ସରକାରୀ ଚାକିରି ହଠାତ୍ ବନ୍ଦ ଘରେ କରିଦେଲେ ଏମିତି ଦେଖନ୍ତୁ ଘଟିଗଲା ହୃଦୟ ବିଦାରକ ଘଟଣା

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ବନ୍ଧୁଗଣ ଜଣେ ଯୁବତୀ ଡାକ କର୍ମଚାରୀ ହୋଇ ଲୋକଙ୍କ ସେବା କରୁଥିଲେ କିନ୍ତୁ ଶେଷରେ ନିଜ ଜୀବନ ହାରି ଦେଇଛନ୍ତି। ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲାରେ। 
Bb
ବାସ୍ତବରେ ଅନୁଗୁଳ ଜିଲ୍ଲା ବରପାଳ ବ୍ଲକ ଅନ୍ତର୍ଗତ ନାଲକୋ ନଗର କନଲି ପରିସରର ଏକ କ୍ୟୁଆଟର ଭିତରୁ ଜଣେ ଯୁବତୀଙ୍କର ମୃ-ତ-ଦେ-ହ ଉଦ୍ଧାର କରାଯାଇଛି। ଆଉ ମୃତ ଯୁବତୀ ଜଣଙ୍କ ହେଉଛନ୍ତି ପାର୍ବତୀ ଟୁଡୁ। ତାଙ୍କ ବୟସ ମାତ୍ର ୩୦ ବର୍ଷ। ପାର୍ବତୀ ନାଲକୋ ପୋଷ୍ଟାଲରେ ଚାକିରି କରୁଥିଲେ। ତେବେ ଖାଇବା ଛୁଟି ସମୟରେ ଘରକୁ ଖାଇବାକୁ ଆସି ପାର୍ବତୀ ଆଉ ଥରେ ଅଫିସକୁ ଯାଇନଥିଲେ। ଯେଉଁଥିପାଇଁ ଡାକ ବିଭାଗରୁ ଜଣେ ସହକର୍ମୀ ପାର୍ବତୀଙ୍କ ଘରକୁ ଡାକିବାକୁ ଆସିଥିଲେ। 
Hh
ତେବେ ସେହି ଘରେ ଉଭୟ ଭାଇ ଭଉଣୀ ମିଶି ରୁହନ୍ତି। କିନ୍ତୁ ଭାଇ କବାଟ ଖୋଲିବାକୁ ଡାକିବାରୁ ଭଉଣୀ ନଶୁଣିବାରୁ କବାଟ ଭାଙ୍ଗି ଦେଖିଲା ବେଳକୁ ତାଙ୍କ ଭଉଣୀ ନିଜେ ନିଜର ଜୀବନ ନେଇଯାଇଛନ୍ତି। ଭଉଣୀ ଏଭଳି ଅବସ୍ଥା ଦେଖି ତାଙ୍କ ଭାଇ ତାଙ୍କୁ ବଞ୍ଚେଇବାକୁ ଚେଷ୍ଟା କରିଥିଲେ। ତାଙ୍କ ଭାଇ ଭାବୁଥିଲେ ତାଙ୍କ ଭଉଣୀ ବଞ୍ଚିଥିବ। କିନ୍ତୁ ଡାକ୍ତରଖାନାକୁ ନେବା ପରେ ସେଠାରେ ପାର୍ବତୀଙ୍କୁ ଡାକ୍ତର ମୃ-ତ ଘୋଷଣା କରିଥିଲେ। 
ତେବେ ଏହି ଘଟଣା ପରେ ସ୍ଥାନୀୟ ସୁରକ୍ଷା କର୍ମୀଙ୍କୁ ଜଣାଯାଇଥିଲା। ସେପଟେ ପାର୍ବତୀଙ୍କର ଘର ମୟୂରଭଞ୍ଜ ଜିଲ୍ଲା ଭାଲୁବସା ଗାଁରେ ବୋଲି ଜଣାପଡିଛି। କିନ୍ତୁ ପାର୍ବତୀଙ୍କ ଘର ଅନୁଗୁଳ ଠାରୁ ଦୂରରେ ହେଇଥିବା କାରଣରୁ ତାଙ୍କ ମାଙ୍କର ଆସିବାରେ ବିଳମ୍ବ ହେଇଥିଲା। ସେପଟେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଏହି ଘଟଣା ଉପରେ ତଦନ୍ତ ଆରମ୍ଭ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ପଠା ଯାଇଥିବା ଜଣାପଡିଛି।