ଦୀର୍ଘ ୧୮ ବର୍ଷ ରେ ଶେଷରେ... ଅନ୍ତିମ ସଂସ୍କାର ହେଲା କଙ୍କାଳ ର
Nov 17, 2024, 15:23 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଘଟଣା ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ୧୮ ବର୍ଷ ପରେ ଗାଁ ମଶାଣିରେ ଝିଅର ଶବକୁ ଅନ୍ତିମ ସଂସ୍କାର କରାଗଲା । ଯେତେବେଳେ ଏହି ଝିଅର ବୟସ ୧୩ ବର୍ଷ ଥିଲା ସେତେବେଳେ ତାର ଦେହରେ ନିଆଁ ଲାଗିଥିଲା ଆଉ ସେ ବଞ୍ଚାଅ ବଞ୍ଚାଅ କହି ଚିତ୍କାର କରୁଥିଲା । ଝିଅଟି ଏଭଳି କହି ଅଧିକ କାନ୍ଦିବାରେ ଲାଗିଥିଲା ।
ଏହି ୧୩ ବର୍ଷର ଝିଅ ଦେହରେ ନିଆଁ ଲାଗିଥିଲା ଆଉ ତା ସହ ଏଭଳି କିଛି କରାଯାଇଥିଲା ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଘଟଣା ହେଉଛି ଜଣେ ୧୩ ବର୍ଷର ଝିଅ ଯାହାର ଶବ ୧୮ ବର୍ଷ ହେଲା ରହିଥିଲା । ଏହି ନାବାଳିକା ଝିଅଟିର ନାମ ହେଉଛି ସଫିଆ । ଏହି ନାବାଳିକା ଝିଅ ସଫିଆ ସହିତ କରାଯାଇଥିଲା ଅମାନୁଷିକ କାଣ୍ଡ । ତାଙ୍କର ବାପା ମାଆ ଦିନ ମଜୁରିଆ ହିସାବରେ କାମ କରୁଥିଲେ । କାମ କରି ଯେତେବେଳେ ବାପା ମାଆ ଘରକୁ ଫେରୁଥିଲେ ଝିଅର ହସ ହସ ମୁହଁ ଦେଖି ଖୁସି ହେଇ ଯାଉଥିଲେ ।
ଦିନ ମଜୁରିଆ ହୋଇ କାମ କରୁଥିବା ମାଆ ବାପା ଝିଅକୁ ପାଠ ପଢାଇବାରେ ସକ୍ଷମ ନଥିଲେ । ଏହାପରେ ଝିଅ ସ୍କୁଲ ଯାଉନଥିଲା ଆଉ ସେ ବାପା ମାଆଙ୍କ ପାଇଁ ରୋଷେଇ କରିଥାଏ । ଏହାପରେ ତାଙ୍କ ଗାଁର ଜଣେ ଲୋକ କେସି ହେଞ୍ଜା ସେ ସଫିଆକୁ କାମ ଦେବ ବୋଲି ଗୋଆ ନେବ ବୋଲି କହିଥିଲା । ଆଉ ଝିଅର ବାପା ମାଆ ତାକୁ ବିଶ୍ୱାସ କରୁଥିଲେ ସେଥିପାଇଁ ଝିଅକୁ ତା ସହ କାମ କରିବାକୁ ଛାଡିଥିଲେ । ଏହାପରେ ସେ ଗୋଆ ଯାଇଥିଲେ ଆଉ ସେଠାରେ କାମ କରିଥିଲେ । କିନ୍ତୁ କିଛିଦିନ ପରେ ତାଙ୍କ ଝିଅ କି କେସି ହେଞ୍ଜାର କୌଣସି ଖବର ମିଳିନଥିଲା ।
ତାପରେ ମାଆ ବାପା ଥାନାରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ଏହି ଘଟଣାର ତଦନ୍ତ କରିବା ପରେ ଝିଅର ଶବ ମିଳିଥିଲା । ଆଉ ଏହି ଶବ ଜଳି ଯାଇଥିଲା । ସେଠାରୁ ଏହି ଘଟଣାର ତଦନ୍ତ ସିବିଆଇ କରୁଛି । ସିବିଆଇ ହାତରେ ଏବେ ସବୁକିଛି ଧରାପଡ଼ିଛି । ଏହି ଘଟଣା ହେଉଛି ଏହି ଝିଅ କାମ କରୁଥିବା ବେଳେ ନିଆଁ ଲାଗି ଯାଇଥିଲା ଆଉ ତାକୁ ମେଡିକାଲ ନେବା ବଦଳରେ ଏହି କେସି ହେଂଜା ଝିଅକୁ ତିନି ଖଣ୍ଡ କରି କାଟି ଦେଇଥିଲା । ଆଉ ତାକୁ କାଟି ଗୋଆର ଏକ ସ୍ଥାନରେ ପୋତି ଦେଇଥିଲା । ଏହି କେସ ୧୮ ବର୍ଷ ହେଲା ଚାଲିବା ପରେ ଏହାର ସମାଧାନ ହୋଇଛି ଏବଂ ଏହି ଅଭିଯୁକ୍ତକୁ ଗିରଫ କରାଯାଇଛି । ୧୮ ବର୍ଷ ପରେ ଝିଅର ଶବ ତାର ବାପା ମାଆଙ୍କୁ ହସ୍ତାନ୍ତର କରାଯାଇଛି ।