Movie prime

କଲେଜ ରେ ଆଡ଼ମିଶନ ପାଇଁ ଶେଷରେ..ଦିଦି ଙ୍କ ଗୋଡ ଧରିଲେ ଛାତ୍ର.. !!

 
Vv
ଉତ୍କଳ ବିଶ୍ବବିଦ୍ୟାଳୟରେ ଆଡ଼ମିସନକୁ ନେଇ ହେଇଛି ହେଲ୍ପ ପେୟର ଯେଉଁଥିପାଇଁ ଛାତ୍ରଙ୍କ ଭବିଷ୍ୟତ ବିଗିଡିବାରେ ଲାଗିଛି। ଯାହାକୁ ନେଇ ଉତ୍କଳ ବିଶ୍ବବିଦ୍ୟାଳୟରେ ଏଭଳି ହଙ୍ଗାମା ଦେଖିବାକୁ ମିଳିଛି। ଆଡ଼ମିସନ ପାଇଁ ପିଜି କାଉନସିଲ ଅଧ୍ୟାକ୍ଷକଙ୍କ ଗୋଡ ଧରିଛନ୍ତି ଛାତ୍ର। ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ପରିସରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ତେବେ ଛାତ୍ରଙ୍କ ଆଡ଼ମିସନକୁ ନେଇ ସମସ୍ତେ ଏବେ ଉତ୍ୟକ୍ତ। 
Ff
ଆଡ଼ମିସନରେ ଅନିୟମିତତା ହେଇଥିବା ଆସିଛି ଅଭିଯୋଗ। ଯେଉଁଥିପାଇଁ ଛାତ୍ର ମାନେ ଏଭଳି ଉତ୍ତେଜିତ ହେଇଛନ୍ତି। ଏହା ଭିତରେ ଏମିତି କିଛି ଘଟଣା ଦେଖିବାକୁ ମିଳିଛି। କୁହାଯାଉଛି ଯେ, " ରାଙ୍କ ନଥିବା ପିଲାଙ୍କୁ ଆଡ଼ମିସନ ଦିଆଯାଇଛି"। ଏଭଳି କିଛି ସଙ୍ଗୀନ ଅଭିଯୋଗ କରିଛନ୍ତି ଉତ୍କଳ ବିଶ୍ବବିଦ୍ୟାଳୟ ବିରୋଧରେ। ତେବେ ସୂଚନା ଅନୁସାରେ, ବିଜୟ କୁମାର ସାହୁ ପ୍ରବେଶିକା ପରୀକ୍ଷାରେ ସଫଳତା ପାଇବା ପରେ ବାଲେଶ୍ଵରର ଫକୀର ମୋହନ ବିଶ୍ଵବିଦ୍ୟାଳୟରେ ଆଡ଼ମିସନ କରିଥିଲେ। 
Ff
କିନ୍ତୁ ପରେ ତାଙ୍କ ପାଖକୁ ବାଣୀବିହାରରୁ କଲ ଯାଇଥିଲା ଆଉ ଆଡ଼ମିସନ କରିବାକୁ କୁହାଯାଇଥିଲା। ଏହାପରେ ବିଜୟ ଫକୀର ମୋହନ ବିଶ୍ବବଦ୍ୟାଳୟରୁ ସବୁ ଡକମେଣ୍ଟ ଆଣି ଉତ୍କଳ ବିଶ୍ବବିଦ୍ୟାଳୟରେ ଦାଖଲ କରିଥିଲେ। ତେବେ ପରବର୍ତ୍ତୀ ସମୟରେ ତାଙ୍କ ଠାରୁ ରାଙ୍କ କମଥିବା ଜଣେ ପିଲାଙ୍କୁ ଆଡ଼ମିସନ ଦିଆଯାଇଛି ବୋଲି ଏବେ ଅଭିଯୋଗ ଆଣିଛନ୍ତି ବିଜୟ। ଯେଉଁଥିପାଇଁ ବିଜୟ ଭାଙ୍ଗି ପଡିଛନ୍ତି। ଆଉ ନିଜର ଆଡ଼ମିସନ କରିବା ପାଇଁ ସ୍ୱର ଉଠାଇଛନ୍ତି। 
ତେବେ ବିଜୟଙ୍କର ଆଡ଼ମିସନ ନହେଲେ ଉତ୍ତେଜନା ବହୁତ୍ ଉଗ୍ର ରୂପ ନେବ। ଯାହାକୁ ନେଇ ଚେତାବନୀ ଦେଇଛନ୍ତି ବିଜୟଙ୍କର ସମର୍ଥକ। ଏଥିସହିତ ରାଜନୈତିକ ଚାପରେ ଏମିତି କିଛି କରାଯାଇଥିବା ସଙ୍ଗୀନ ଅଭିଯୋଗ ମଧ୍ୟ କରିଛନ୍ତି। ତେବେ ଏନେଇ ବାଣୀବିହାର କର୍ତୁପକ୍ଷ ଠାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ତେବେ ଏବେ ଦେଖିବାକୁ ବାକି ରହିଲା ବିଜୟଙ୍କର ଆଡ଼ମିସନ କେବେ ହେଉଛି।

Around The Web