Movie prime

ଭଲ ପାଇ ବାହା ହେଲେ ଗାଆଁ ମଶାଣୀରେ ଶ-ବ ପୋଡ଼ିବା ମନା

 
Vg
ଭଲପାଇଲେ ଜାତି ଭେଦ ଦେଖା ଯାଇନଥାଏ । ଆଉ ଏବେ ଏହିଭଳି କିଛି ଖବର ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଭିନ୍ନ ଜାତିରେ ଭଲପାଇ ଥିବାରୁ ଏଭଳି କିଛି ଘଟଣା ଘଟି ଯାଇଥିଲା । ଭିନ୍ନ ଜାତିରେ ଭଲ ପାଉଥିଲେ ଯୁବକ ଆଉ ଯୁବତୀ । ସେମାନଙ୍କ ବିବାହ ପାଇଁ ପରିବାର ଲୋକେ ରାଜି ନଥିଲେ । ଏହି ଯୁବକ ଆଉ ଯୁବତୀ ଶେଷରେ ଏଭଳି କିଛି ଘଟଣାର ଶିକାର ହୋଇଥିଲେ । ଏହି ଯୁବକ ଆଉ ଯୁବତୀ ଭଲ ପାଉଥିବା ଖବର ଜାଣି ଦେଇଥିଲେ ପରିବାର ।
Yy
ଭଲପାଇ ବିବାହ କରିଥିଲେ ଯୁବକ ଆଉ ଯୁବତୀ । ଯୁବକ ଆଉ ଯୁବତୀ ଅଲଗା ଅଲଗା ଜାତି ଥିଲେ । ଅଲଗା ଜାତି ଥିବାରୁ ମୃତ୍ୟୁ ପରେ ମଧ୍ଯ କେହି ପରିବାର ଲୋକ ଶବକୁ ଛୁଇଁଲେ ନାହିଁ । କେହି ଆତ୍ମୀୟ ସ୍ୱଜନ ବା ପରିବାର ଲୋକ କେହିବି ଶବ ପାଖକୁ ଗଲେ ନାହିଁ । ଭିନ୍ନ ଜାତିରେ ବିବାହ କରିଥିବାରୁ ଏହି ଯୁବକ ଆଉ ଯୁବତୀଙ୍କୁ ଅନେକ କଥା ଶୁଣିବାକୁ ପଡୁଥିଲା । ଆଉ ଏହି କଥା ଶୁଣି ସହି ପାରୁନଥିଲେ ଯୁବକ ଆଉ ଯୁବତୀ । ଶେଷରେ ଯୁବକ ଜଣକ ଘରୁ ଫେରାର ହୋଇ ଯାଇଥିଲେ ।
Ff
ଆଉ ଯୁବତୀ ଜଣକ ବେକରେ ରସି ଲଗାଇ ଦେଇଥିଲେ । ଯୁବତୀ ଜଣକର ଶବ ଦାହ କରିବାକୁ କେହି ଆସିଲେ ନାହିଁ । ଶେଷରେ ସଂଘମିତ୍ରା ନାମକ ସାମାଜିକ ସେବି ମହିଳା ତାଙ୍କୁ ସାହାଯ୍ୟ କରିଲେ । ଅଲଗା ଜାତିରେ ବିବାହ କରିବାରୁ ମହିଳା ଜଣକ ଶବକୁ କାନ୍ଧ ମିଳିଲା ନାହିଁ । ଏହି ବିଜ୍ଞାନ ଯୁଗରେ ଏଭଳି ଘଟଣା ଘଟିବା ସତରେ ବହୁତ ଖରାପ ଅଟେ । ଏଭଳି ଘଟଣା ବରଗଡ଼ ଜିଲ୍ଲାରେ ଦେଖିବାକୁ ମିଳିଛି । ଦେଶ ସ୍ଵାଧୀନତା ହେବାର ଏତେ ବର୍ଷ ହୋଇଗଲାଣି ତଥାପି ଲୋକଙ୍କ ମନରେ ଜାତି ଭେଦ ରହିଛି ।
ଜାତି ଭେଦର କଳଙ୍କିତ ଏବେ ଦେଖାଯାଇଛି । ଏବେ ବଡ ପରିବର୍ତ୍ତନ ଆଶା କରୁଛି ସମାଜ । ପୁଅ ପଥଲା ଗ୍ରାମର ଆଉ ଝିଅ ସହସବାଲ ଗ୍ରାମର । ପୁଅ ଜଣକ ଅନ୍ୟ ଜାତିର ଝିଅକୁ ବିବାହ କରିଥିଲା ଆଉ ସେଥିପାଇଁ ଝିଅର ବାପଘର ଲୋକଙ୍କୁ ବାଧ୍ୟ କରି ପିଣ୍ଡ ଦେଇଥିଲେ ବାପା ମାଆ । ଆଉ ସେମାନେ ଅନ୍ୟ ଏକ ଗାଁରେ ରହୁଥିଲେ । ଆଉ ଗାଁରେ ରହିବା ପରେ ସେମାନେ ଏହି ଜାତିଭେଦ ପାଇଁ ମାନସିକ ଦୁଶ୍ଚିନ୍ତାରେ ଥିଲେ । ଆଉ ସେହି କାରଣରୁ ଏଭଳି କିଛି କରି ଦେଇଥିଲେ ଯୁବତୀ । ଏବେ ଏହି ଜାତି ଭେଦ ଯୋଗୁଁ ଯୁବତୀ ଜଣକ ଶବ ପାଖକୁ କେହି ମଧ୍ଯ ଆସିନଥିଲେ । ଶେଷରେ ଏହି ସମାଜସେବା ସଂଗଠନ ଦ୍ଵାରା ତାଙ୍କର ଶବ ସତ୍କାର ହୋଇଥିଲା । ଏବେ ପୋଲିସ ଏହି ସ୍ଥାନରେ ପହଂଚିଛି । ଦେଖାଯାଉ ଏଭଳି କୁସଂସ୍କାର କେବେ ଲୋକଙ୍କ ମନରୁ ଲିଭୁଛି ।

Around The Web