ଆସୁଛି ବଡ଼ ବର୍ଷା ହେଇଯାଆନ୍ତୁ ସତର୍କ ହେବ କି ଖରା ଦିନିଆ ବାତ୍ୟା...?
Updated: Apr 3, 2025, 19:59 IST

ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଆପଣମାନେ ପାଣିପାଗ ବିଷୟରେ ଆସୁଥିବା ଖବର ସବୁ ଜାଣିପାରିବେ । ପାଣିପାଗ ବିଭାଗ ଦେଇଥିବା ସୂଚନା ଅନୁସାରେ ବର୍ଷା ହେବ ବୋଲି ସୂଚନା ମିଳିଛି । ଅଚାନକ ଅନ୍ଧାର କରି କାଚି ଦେଇଯିବ ବର୍ଷା ବୋଲି ସୂଚନା ମିଳିଛି । ଖରା ଗାଏବ ହୋଇଯିବ ଆଉ ହଠାତ୍ ଆସିବ ବର୍ଷା । ଖରା ପାଗ ଥିଲେ ମଧ୍ୟ ହଠାତ୍ ଘୋଟି ଆସିବ କଳାହାଣ୍ଡିଆ ମେଘ । କିଛି ଜିଲ୍ଲାରେ କୁଆପଥର ବର୍ଷା ସହ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବ ।

ଆଉ କିଛି ଜିଲ୍ଲାରେ ପବନ ମଧ୍ୟ ବହିବ । ବର୍ତ୍ତମାନ ସମୟରେ ଖରା ହେଉଥିବା ବେଳେ ଏବେ ମାଡ଼ି ଆସୁଛି ବଡ ବର୍ଷା । ଏଭଳି ଭାବରେ ବର୍ଷା ହେବ ଯେ ଘରୁ କାହାକୁ ବାହାର କରି ଦେବ ନାହିଁ । ଏହି ବର୍ଷା ଯୋଗୁଁ ଏଭଳି ଅନେକ କିଛି ଅସୁବିଧା ହେବ । ବର୍ଷା ହଠାତ୍ କାଚିବ । ବର୍ଷା ହେବା ନେଇ ୫ ଜିଲ୍ଲାକୁ ଆର୍ଲଟ ଜାରି କରାଯାଇଛି । ଏବେ ଏହି ଖବର ସବୁଠି ଚର୍ଚ୍ଚା ହେଉଛି । ରାଜ୍ୟରେ ୫ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ ବୋଲି ସୂଚନା ମିଳିଛି । ଏବେ ଏହି ବର୍ଷା ପାଇଁ କିଛି ଜିଲ୍ଲାକୁ ସତର୍କ କରାଯାଇଛି ।

ଆସନ୍ତା ୨୪ ଘଣ୍ଟା ପାଇଁ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡ଼ିକ ହେଉଛି କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର, ଝାରସୁଗୁଡ଼ା, ନୂଆପଡ଼ା ଜିଲ୍ଲା ଇତ୍ୟାଦି । ଆଉ କିଛି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବ ବୋଲି ସୂଚନା ମିଳିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଏବେ ମିଳିଛି । ଆଗାମୀ ୫ ତାରିଖ ଯାଏଁ ବର୍ଷା ହେବ ।
ବର୍ଷା ହେବା ସହ ଏହି ଜିଲ୍ଲାରେ ପବନ ମଧ୍ୟ ବହିବ । କିଛି ଜିଲ୍ଲାରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବା ସହ ଆଉ କିଛି ଜିଲ୍ଲାରେ ଅଧିକ ବର୍ଷା ହେବ । କିଛି ଜିଲ୍ଲାରେ ଯଥା କୋରାପୁଟ, କଳାହାଣ୍ଡି, ଅନୁଗୁଳ, ସମ୍ବଲପୁର ଆଦି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଞ୍ଚଳିକ ପାଣିପାଗ ଦେଇଥିବା ସୁଚନା ଅନୁସାରେ ସମ୍ବଲପୁର, ବଲାଙ୍ଗୀର, ଝାରସୁଗୁଡ଼ା, ଜିଲ୍ଲାରେ ବର୍ଷା, ବିଜୁଳି ସହ ଘଡଘଡି ହେବ । ଆଉ ୫ ତାରିଖ ପର୍ଯ୍ୟନ୍ତ ସବୁ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ କୁହାଯାଇଛି ।
Around The Web
Mon,7 Apr 2025
ସ୍ତ୍ରୀ ପଚାରିଲା ‘ତୁ ଏଯାଏଁ ମରିନୁ ?’କାନ୍ଦି କାନ୍ଦି ମରିଗଲା ସ୍ବାମୀ
Mon,7 Apr 2025
ବଙ୍ଗୋପସାଗରରେ ‘ବାତ୍ୟା’ ଏହି ତାରିଖରୁ ଓଡ଼ିଶାକୁ ବିପଦ !
Mon,7 Apr 2025
ବିଜେଡିକୁ ଜାଣିଶୁଣି ଭାଙ୍ଗୁଛନ୍ତି ପାଣ୍ଡିଆନ୍ ! କାରଣ ସୁଜାତା...
Mon,7 Apr 2025