ପାକିସ୍ତାନ ରେ ଦାଉଦ୍ କୁ ଖୁସି କରିବାକୁ ଆସିଥିବା ଝିଅ ଓଠ ରେ ଥିଲା ବିଷ, କିସ୍ କଲା ବେଳେ ବିଷ ସଂସ୍ପର୍ଶରେ ଆସି ଦାଉଦ୍ ଅବସ୍ଥା ସଙ୍କଟାପନ୍ନ

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ସବୁଠାରୁ ଚର୍ଚ୍ଚାର ବିଷୟ ଏହାକି ୧୯୯୩ ରେ ହୋଇଥିବା ମୁମ୍ବାଇ ବିସ୍ପୋରଣର ମାଷ୍ଟର ମାଇଣ୍ଡ ତଥା ଭାରତର ଅଣ୍ଡର ୱର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ୍ ବିଷ ଦେଲା କିଏ?
ଏହା ପୂରା ସୋସିଆଲ ମିଡିଆରେ ହିଁ ପୂରା ଝଡ଼ ସୃଷ୍ଟି କରି ଦେଇଛି।ସ୍ୱାସ୍ଥ୍ୟବସ୍ଥା ଖରାପ୍ ହେବାରୁ ତାଙ୍କୁ ପାକିସ୍ତାନ ର ଏକ ମେଡିକାଲ ରେ ଭର୍ତ୍ତି ମଧ୍ଯ କରାଯାଇ ଥିଲା।
ଦାଉଦ୍ ଯେଉଁ ମେଡିକାଲ ରେ ଭର୍ତ୍ତି ହୋଇଛି ସେହି ମେଡିକାଲ କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖା ଯାଇଛି। ଡାକ୍ତରଖାନାର ସେହି ଫ୍ଲୋର ରେ ଦାଉଦ୍ ହେଉଛି ଏକମାତ୍ର ରୋଗୀ।
କେବଳ ହସ୍ପିଟାଲ ର କର୍ତ୍ତୃପକ୍ଷ ମାନେ ହିଁ ତାଙ୍କ ସହ ଦେଖା କରି ପାରୁଛନ୍ତି। ହେଲେ ତାଙ୍କୁ କିଏ ବିଷ ଦେଇଛି ତାହା ଏବେ ପର୍ଯ୍ୟନ୍ତ ଜଣାପଡି ପାରି ନାହିଁ। ଦାଉଦ୍ ମେଡିକାଲ ରେ ଭର୍ତି ହେବା ପରେ ପାକିସ୍ତାନ ରେ ନେଟୱର୍କ ଏବେ ଡାଉନ୍ ହେବାରେ ଲାଗିଛି।
ପାକିସ୍ତାନ ର ଅନେକ ବଡ଼ ବଡ଼ ସହର ମାନଙ୍କରେ ଇଣ୍ଟରନେଟ ଡାଉନ୍ ହେବାରେ ଲାଗିଛି। ସୋସିଆଲ ମିଡିଆ ମଧ୍ୟ ଆଉ କାମ କରୁ ନାହିଁ। ରବିବାର ରାତି ୮ ଟା ପରେ ହିଁ ଇଣ୍ଟରନେଟ୍ ସ୍ପିଡ୍ ହ୍ରାସ ପାଇବାରେ ଲାଗିଛି।
ଦାଉଦ୍ ଇବ୍ରାହିମ କୁ ନେଇ କୌଣସି ଲୋକ ଫଟୋ କିମ୍ବା ଭିଡିଓ ପୋଷ୍ଟ ନକରିବା ପାଇଁ ଏଭଳି କରାଯାଇ ଥିବାର କୁହା ଯାଉଛି। ଏପରି ହଠାତ୍ କିଛି କାମ ନକରିବା ପଛରେ ବହୁତ୍ ବଡ଼ କାରଣ ରହିଥାଏ ପାରେ ବୋଲି ଚର୍ଚ୍ଚା ହେଉଛି।
ଲୋକମାନେ ଏହାକୁ ନେଇ ଅନେକ କଥା କହିଛନ୍ତି। ଏଭଳି କି ଦାଉଦ୍ ଇବ୍ରାହିମ୍ ଦୁଇ ଦିନ ହେବ କରାଚି ମେଡିକାଲ ରେ ଭର୍ତି ହେବା ନେଇ ଚର୍ଚ୍ଚା ଜୋର ଧରିଛି। ତାଙ୍କର ଅବସ୍ଥା ବର୍ତ୍ତମାନ ଖୁବ୍ ଗୁରୁତର ମଧ୍ୟ ରହିଛି।
ହେଲେ ପାକିସ୍ତାନର କେତେକ ଗଣ ମାଧ୍ୟମ ଏଭଳି ଖବର କୁ ଖଣ୍ଡନ କରିଛନ୍ତି। ସେମାନେ କହିଛନ୍ତି ପାକିସ୍ତାନ ସ୍ଥିତ ବାସ ଭବନରେ ଦାଉଦ୍ ସଂପୂର୍ଣ୍ଣ ଭାବରେ ସୁସ୍ଥ ଅଛନ୍ତି ବୋଲି କୁହାଯାଇଛି।