ମୋଦୀ ଙ୍କୁ ନିର୍ବାଚନ ମଇଦାନରେ ଡାକିଲେ ମମତା, ଭାଇନା କଲିକତା ରେ ଜିତିକି ଦେଖାଅ ବା...

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କେନ୍ଦ୍ରକୁ ଏବେ ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚେତାବନୀ ଦେଇଛନ୍ତି। ବକେୟା ନଦେଲେ ଧାରଣା ଦେବେ ମମତା ବାନାର୍ଜୀ। ଆନ୍ଦୋଳନ ଜରିଆ ରେ ହିଁ ବକେୟା ହାସଲ କରିବେ ଟିଏମସି ମୂଖ୍ୟ।
ଲୋକ ସଭା ପୂର୍ବରୁ ହିଁ କେନ୍ଦ୍ର ସରକାର ଙ୍କୁ ଘେରିବାରେ ଲାଗିଛନ୍ତି ମମତା ବାନାର୍ଜୀ। ମମତା ବାନାର୍ଜୀ ମୋଦୀ ସରକାର୍ ଙ୍କ ସଂପୂର୍ଣ୍ଣ ବିରୋଧୀ ଅଟନ୍ତି। ସେଥିପାଇଁ ସେ ଏକ ବଡ଼ ପଦକ୍ଷେପ ନେବାକୁ ମଧ୍ୟ ପ୍ରସ୍ତୁତ।
ମମତା ବାନାର୍ଜୀ ଏବେ କେନ୍ଦ୍ର ର ବକାୟା ପାଇଁ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି। ଯଦି କେନ୍ଦ୍ର ଫେବୃଆରୀ ପହିଲା ମଧ୍ୟରେ ରାଜ୍ୟର ବକେୟା ନଦିଏ ତେବେ ସେ ଧାରଣାରେ ବସିବେ।
ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଦଳୀୟ କାର୍ଯ୍ୟକର୍ତ୍ତା ଏବଂ ଧନ ନମିଳିବା ଦ୍ବାରା ପ୍ରଭାବିତ ଲୋକଙ୍କୁ ଧାରଣାରେ ଯୋଗ ଦେବା ପାଇଁ କହିଛନ୍ତି । ତେବେ କଲିକତା ର ରେଡ ରୋଡ ଅଞ୍ଚଳରେ ଥିବା ବି.ଆର ଆମ୍ବେଦକର ପ୍ରତିମା ନିକଟରେ,
ଏହା ଆୟୋଜନ କରାଯିବ। ମମତା ବାନାର୍ଜୀ କହିଛନ୍ତି କି ସମସ୍ତ ବକେୟା ଦେବା ପାଇଁ ସେ ଫେବୃଆରୀ ପହିଲା ଯାଏଁ ସମୟ ଦେଇଛନ୍ତି। ଯଦି ତାହା ହେବ ନାହିଁ ପର ଦିନ ଅର୍ଥାତ ଫେବୃଆରୀ ୨ ରେ ଧାରଣାରେ ବସିବେ।
କେବଳ ଆନ୍ଦୋଳନ ଜରିଆରେ ହିଁ ତାହା ହାସଲ କରି ହେବ ବୋଲି ମଧ୍ୟ ସେ ଜାଣନ୍ତି। ସମସ୍ତ ଦଳର ନେତା ଓ କର୍ମକର୍ତ୍ତା ଏଥିରେ ଭାଗ ନିଅନ୍ତୁ ବୋଲି ମଧ୍ୟ ସେ ଚାହୁଁ ଛନ୍ତି। ସେ ସ। ସମସ୍ତଙ୍କ ସମର୍ଥନ ଚାହୁଁ ଛନ୍ତି।
ମମତା ବାନାର୍ଜୀ ଙ୍କ ଦାବୀ ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ ଗ୍ୟାରେଣ୍ଟି ଅଧିନିୟମ ଏବଂ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଅଧୀନରେ କେନ୍ଦ୍ର ସରକାର ଙ୍କ ଦ୍ବାରା ସଞ୍ଚାଳିତ ଅନେକ ଯୋଜନାରେ ରାଜ୍ୟର ୭୦୦୦ କୋଟି ଟଙ୍କା ବକେୟା ରହିଛି।
ଏହାକୁ ନେଇ ମମତା ବାନାର୍ଜୀ ତେଜି ଉଠିଛନ୍ତି। ତେବେ ମମତା ବାନାର୍ଜୀ ଙ୍କ ଏଭଳି ପଦକ୍ଷେପ ଉଠାଇବା ଉପରେ ଆପଣଙ୍କ ରାୟ କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।