କଣ ଆପଣ ବି କେବେ PULSE ଚକଲେଟ ଖାଇଛନ୍ତି କି ! ୩ ମାସ ରେ ୩୦୦ କୋଟି ର ବ୍ୟବସାୟ କରି କମ୍ପାନୀ କଲା ରେକର୍ଡ !

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଟଙ୍କିକିଆ ଚକୋଲେଟ୍ ଦେଲା କୋଟି କୋଟି ଟଙ୍କାର ବ୍ୟବସାୟ ଦୁଇ ବର୍ଷ ମଧ୍ୟରେ ଦେଲା ୩୦୦ କୋଟି ଟଙ୍କାର ଲାଭ। ବିନା ବିଜ୍ଞାପନରେ ମଧ୍ୟ ଏହି ଚକୋଲେଟ୍ ର ଚାହିଦା ବଢ଼ିବାକୁ ଲାଗିଲା।
୨୦୧୫ ମସିହାରେ ଏକ ନୂଆ କ୍ୟାଣ୍ଡି ବଜାର କୁ ଆସିଥିଲା। ଏହା ବିଷୟରେ କେହି ଜାଣି ନଥିଲେ କିମ୍ବା ଏହାର ବିଜ୍ଞାପନ ମଧ୍ୟ କେହି ଦେଖି ନଥିଲେ। କିଛି ଲୋକ ଅନେକ ଦିନ ପରେ କମ୍ପାନୀର ନାଆଁ ଦେଖି ଜାଣିଲେ କି ଏହା ଏକ ପୁରୁଣା କମ୍ପାନୀ।
ପ୍ରାରମ୍ଭିକ ପର୍ଯ୍ୟାୟରେ କମ୍ପାନୀ କ୍ୟାଣ୍ଡି କୌଣସି ବିଜ୍ଞାପନ ଦେଇ ନାହିଁ। କିମ୍ବା ଅନ୍ୟ ପ୍ରକାରର ପ୍ରମୋସନ ପାଇଁ ଅଧିକ ଖର୍ଚ୍ଚ ମଧ୍ଯ କରି ନଥିଲା। ତଥାପି କ୍ୟାଣ୍ଡି କୋଟି କୋଟି ଟଙ୍କା ରୋଜଗାର କରି କମ୍ପାନୀ କୁ ଏକ ବଡ଼ ଲାଭ ଦେଲା।
କ୍ୟାଣ୍ଡି ର ନାମ ହେଉଛି ପଲ୍ସ କ୍ୟାଣ୍ଡି। ଏହି କ୍ୟାଣ୍ଡି ତିଆରି କରୁଥିବା କମ୍ପାନୀର ନାମ ହେଉଛି DS Group। ଏହି ଗ୍ରୁପ ର ଅନ୍ୟାନ୍ୟ ଜିନିଷର ମଧ୍ୟ ବଜାରରେ ଖୁବ ଚାହିଦା ରହିଛି।
ଯେପରି କି ରଜନୀଗନ୍ଧା ପାନ ମସଲା , ପାସ ପାସ ମାଉଥ ଫ୍ରେସନର, କ୍ୟାଚ୍ ମସଲା ଭଳି ଅନେକ ଲୋକପ୍ରିୟ ପ୍ରଡକ୍ଟ। ପ୍ରଥମେ ପଲ୍ସ ପାଇଁ ବିଜ୍ଞାପନ ରେ କୌଣସି ଟଙ୍କା ଖର୍ଚ୍ଚ ହୋଇ ନଥିଲା।
ଏହା ପରେ ମଧ୍ୟ ଏହା ଏଭଳି ସଫଳତା ହାସଲ କଲା ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଲା। ଏକଥା କେହି କେବେ ହେଲେ ମଧ୍ଯ ଭାବି ନଥିଲେ। ମାତ୍ର ଦୁଇ ବର୍ଷ ମଧ୍ୟରେ ଏହା ୩୦୦ କୋଟି ର ଲାଭ ଦେଇଥିଲା।
୨୦୧୩ ରେ କମ୍ପାନୀ ଏହି କ୍ୟାଣ୍ଡି ର ଧାରଣା ଆଣିଥିଲା। କମ୍ପାନୀ ର ଉତ୍ପାଦକ୍ୟ ରାଜୀବ କୁମାର୍ ମାତ୍ର ଗୋଟିଏ କଥା କହିଥିଲେ , ଯଦି ଏହା ଭଲ ହୋଇଥିବ ତେବେ ଖାଇବା ସମୟରେ ଗ୍ରାହକଙ୍କ ଆଖି ଆପେ ଆପେ ବନ୍ଦ ହୋଇ ଯିବ ,
ଯଦି ତାହା ନୁହେଁ ତେବେ ଏହାର କୌଣସି ଫାଇଦା ନାହିଁ। ଏହି ଗୋଟାଏ ଧାଡ଼ି ଆଧାରରେ ହିଁ ଏହି ଚକୋଲେଟ୍ ତିଆରି ହୋଇଛି। ଆଉ ଏହି ଚକୋଲେଟ୍ ହିଁ ପରବର୍ତ୍ତୀ ସମୟରେ ଏତେ ଲାଭ ଦେଇଥିଲା।