ସ୍ୱାମୀର କଲେଜ ପ୍ରେମିକା ପାଇଁ କାନ୍ଦୁଛି ସ୍ତ୍ରୀ ଦେଖନ୍ତୁ କଣ ହେଲା ଏମିତି
Aug 26, 2024, 17:10 IST
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆଜିକାଲି ସବୁସ୍ଥାନରେ ପରକୀୟାପ୍ରୀତି ଘଟଣା ଦେଖିବାକୁ ମିଳୁଛି। ଘରେ ସ୍ତ୍ରୀକୁ ଛାଡ଼ି ବାହାରେ ପ୍ରେମ ସମ୍ପର୍କ ବଢ଼ାଉଛନ୍ତି ସ୍ୱାମୀ। କେବଳ ପୁରୁଷ ନୁହେଁ, କେତେକ ସ୍ଥାନରେ ମହିଳା ମଧ୍ୟ ବାହାରେ ପ୍ରେମ ସମ୍ପର୍କ ରଖୁଥିବା ଖବର ପ୍ରତିଦିନ ଶୁଣିବାକୁ ମିଳୁଛି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ।
ବନ୍ଧୁଗଣ ବର୍ତମାନ ଏକ ଆଶ୍ଚର୍ଯ୍ୟ ଘଟଣା ସାମ୍ନାକୁ ଆସିଛି। ଦେଖିବାକୁ ମିଳିଛି ଯେ, ସ୍ୱାମୀର ପ୍ରେମିକା ଦୁଆରେ ସ୍ତ୍ରୀର ଧାରଣା ବସିଛି। ପ-ର-କୀ-ୟା-ପ୍ରୀ-ତିକୁ ବିରୋଧ କରି ନ୍ୟାୟ ପାଇଁ କରୁଛନ୍ତି ଚିତ୍କାର। ସ୍ତ୍ରୀଙ୍କ ଅଭିଯୋଗ ସ୍ୱାମୀ କୁଆଡ଼େ ତାଙ୍କ ପୁରୁଣା ପ୍ରେମିକା ସହ ରଖୁଛନ୍ତି ସମ୍ପର୍କ। ମିଛ ସତ କହି ପ୍ରେମିକାକୁ ଦେଖା କରିବାକୁ ଯାଉଛନ୍ତି। ଘରେ ସ୍ତ୍ରୀ ଝିଅ ଥିବାବେଳେ ଦିନ ରାତି ପ୍ରେମିକା ସହ ସମୟ ବିତାଉଛନ୍ତି ସ୍ୱାମୀ। କିନ୍ତୁ ସ୍ତ୍ରୀକୁ ବହୁଦିନ ଧରି ମିଛ କହି ଆସୁଥିଲେ।
ନିଜ ପ୍ରେମିକ ସହ ରଖୁଥିଲେ ସମ୍ପର୍କ। ହେଲେ ତାଙ୍କର ଏହି ପ-ର-କୀ-ୟା-ପ୍ରି-ତି ସ୍ତ୍ରୀ ନଜରରେ ଧରାପଡ଼ି ଯାଇଥିଲା। ସ୍ତ୍ରୀ ଜଣଙ୍କ କିଛି ଉପାୟ ନପାଇ ଥାନାର ଦ୍ୱାରସ୍ଥ ହୋଇଥିଲେ। ହେଲେ ସେଠାରୁ ସ୍ତ୍ରୀକୁ ମିଳିନଥିଲା ନ୍ୟାୟ। ଶେଷରେ ଭୁବନେଶ୍ୱର ନୀଳାଦ୍ରି ବିହାର ସେକ୍ଟର ୩ରେ ସକାଳ ୬ଟାରୁ ଧାରଣାରେ ବସିଛନ୍ତି ଏଇ ମହିଳା ଜଣକ। ଉକ୍ତ ମହିଳାଙ୍କ ସ୍ୱାମୀଙ୍କୁ ଅନ୍ୟ ଜଣେ ମହିଳା ନିଜ କବଜାରେ ରଖିବା ସହ ପ୍ରେମିକାଙ୍କ ବାପା, ଭାଇ ମାଡ଼ ମାରିଥିବା ନେଇ ଚନ୍ଦ୍ରେଶଖରପୁର ଥାନାରେ ଅଭିଯୋଗ କରିଛନ୍ତି।
ତେବେ ଏହି ମହିଳା ଜଣକ ହେଉଛନ୍ତି ଲିନୁ ଦାସ। ତାଙ୍କ ସ୍ୱାମୀ ହେଉଛନ୍ତି ସତ୍ୟଜିତ ଦାସ। ଉଭୟଙ୍କ ବିବାହକୁ ୧୬ ବର୍ଷ ପରେ ବି ତାଙ୍କ ପାଖରେ ସ୍ୱାମୀ ନରହି ପ୍ରେମିକା ପାଖରେ ରହୁଥିବା ଅଭିଯୋଗ କରିଛନ୍ତି ମହିଳା ଜଣକ। ଏସବୁ କାଣ୍ଡର ସୁତ୍ରଧର ହେଉଛନ୍ତି ତାଙ୍କ ସ୍ୱାମୀ ନଣନ୍ଦ। ଏବେ ତାଙ୍କ ସ୍ବାମୀ ନଣନ୍ଦ ଘରେ ଯାଇ ଲୁଚିଛନ୍ତି ବୋଲି ମହିଳା ଜଣଙ୍କ ଆଣିଛନ୍ତି ଅଭିଯୋଗ। ମହିଳା ଜଣଙ୍କ ଏନେଇ ତୁରନ୍ତ ତାଙ୍କ ସ୍ୱାମୀ, ପ୍ରେମିକାକୁ ଗିରଫ ପାଇଁ ଦାବି କରିଛନ୍ତି।