ପୁଅ ବଞ୍ଚି ଥାଉ ଥାଉ ଫଟୋକୁ ଧରି ପୂଜା କରୁଛନ୍ତି ବାପା-ମାଆ

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କମ୍ ବୟସରୁ ଘରର ଆର୍ଥିକ ଅବସ୍ଥା ଖରାପ ଥିବାରୁ ଘର ଚଳାଇବା ପାଇଁ ଦାଦନ ଖଟିବାକୁ ଚେନ୍ନାଇ ଯାଇଥାନ୍ତା ପୁଅ। ହେଲେ ସେ ଏବେ ନିଖୋଜ ହୋଇ ଯାଇଛି। ନା ତାଙ୍କୁ କେହି ଦେଖିଛନ୍ତି ନା ତାଙ୍କୁ କେହି ଖୋଜି ପାଉଛନ୍ତି। ଘରର ଏକମାତ୍ର ରୋଜଗାରିଆ ପୁଅ ଏବେ କେଉଁଆଡେ ବାଟବଣା ହୋଇ ଯାଇଛି। ପୁଅକୁ ଝୁରି ଝୁରି ବାହୁନି ବାହୁନି କାନ୍ଦିବାରେ ଲାଗିଛି ମାଆ।
ବାର ବାର ଏହା ମଧ୍ୟ କହୁଛି କି ମୋ ପୁଅକୁ ମୋ ପାଖକୁ ନେଇ ଆସ। ପୁଅକୁ ଥରୁଟେ ଆଖି ପୁରେଇ ଦେଖିବାକୁ ମଧ୍ୟ ଚାହୁଁଛି ଏହି ମାଆ। ମାଆ କୋଳକୁ ଚାରିଦିନ ହେବ ସେ ପୁଅ ଆଉ ଫରୁ ନାହିଁ। ମାଆର କାନ୍ଦି କାନ୍ଦି ଆଖି ଲୁହ ସୁଖୀ ଗଲାଣି। ପାଗଳୀ ଙ୍କ ପରି ମାଆ କୁ ଯିଏ ଯାହା କହୁଛି ମାଆ ସେୟା କରୁଛି। ହେଲେବି ତାର ପୁଅର କୌଣସି ଖବର ମିଳୁ ନାହିଁ। ମାଆ ପୁଅକୁ ପାଇବା ପାଇଁ ପୁଅ ର ଫଟୋ କୁ ଚାଉଳ ଥାଳିରେ ରଖି ପୂଜାର୍ଚ୍ଚନା କରୁଛି।
ପୁଅ ଘର ଛାଡ଼ି ଯିବା ଦିନ ଠୁ କାହା ପେଟକୁ ଦାନା ଟିକେ ହେଲେ ମଧ୍ୟ ଯାଇ ନାହିଁ। ସେମିତି ଘରେ ପଡି ରହିଛନ୍ତି ଅକ୍ଷୟ ର ବାପା, ମାଆ ଓ ଭଉଣୀ। ଯଦି ମାଆ ଜାଣି ଥାଆନ୍ତା କି ପୁଅକୁ ପଠାଇଲେ ଏଭଳି କିଛି ହେବ ବୋଲି ତେବେ ସେ କେବେ ହେଲେ ମଧ୍ୟ ପୁଅକୁ ବାହାରକୁ ପଠାଇ ନଥାନ୍ତା। ବରଂ ସେମାନେ ଗାଁ ରେ ଯାହା ଯେତିକି ଅଛି ସେତିକି ଖାଇ ଚଳି ଥାଆନ୍ତେ। ଦୈବ ଏମିତି ମାଆ କୋଳରୁ ପୁଅକୁ ଛଡ଼ାଇ ଦେବ ତାହା ମାଆ ଜାଣି ନଥିଲା।
ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର, ପୋଲସରା ଥାନା , ବଣରାମଚନ୍ଦ୍ରପୁର ଗ୍ରାମରେ। ପୁଅ ଫେରିବ ବୋଲି ଚାଲିଛି ପୂଜାର୍ଚ୍ଚନା। ଆଉ ପୂଜାର୍ଚ୍ଚନା ଉପରେ ଭରଷା କରିଛନ୍ତି ପରିବାର ଲୋକେ। ଏହି ଘଟଣା ଏବେ ଚାରିଆଡ଼େ ଚହଳ ସୃଷ୍ଟି କରିଛି। ତେବେ ଆମେ ମଧ୍ଯ ଏହି ପ୍ରାର୍ଥନା କରୁଛୁ କି ଏହି ନିଖୋଜ ପୁଅର ଖୁବ୍ ଶୀଘ୍ର ସନ୍ଧାନ ମିଳି ଯାଉ। ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।