ସତରେ କଣ ଗିରଫ ହେବେ ନବୀନ ବାବୁ !!ଦେଖନ୍ତୁ ଆସିଲା ବଡ଼ ଖବର

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ। ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ। ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ଜାଣିବା ସହ ଅନେକ ଘଟଣା ଯାହା ରାଜନୀତିକୁ ନେଇ ଆସୁଛି ତାହା ଜାଣିପାରିବେ। ଏବେ ରାଜନୀତିକୁ ନେଇ କିଛି ଖବର ଆସିଛି। ଆପଣମାନେ ସମସ୍ତେ ତ ରାଜନୀତି ବିଷୟରେ ଆସୁଥିବା ଖବର ପାଇ ପାରୁଛନ୍ତି।
ବନ୍ଧୁଗଣ ସୋମବାର ରାଜ୍ୟପାଳ ରଘୁବର ଦାସ ଅଭିଭାଷଣ ଦେବା ସମୟରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗୃହର ନିୟମ ଭାଙ୍ଗିଛନ୍ତି। ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ବିରୋଧୀ ଦଳ ନେତା ବିଶୃଙ୍ଖଳା ସୃଷ୍ଟି କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ଏଥିପାଇଁ ନବୀନ ପଟ୍ଟନାୟକଙ୍କୁ ଗିରଫ କରାଯାଉ।’ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଜି ଗୃହରେ ଏଭଳି ଦାବି କରିଛନ୍ତି। 
ଶ୍ରୀ ମହାଲିଙ୍ଗ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଣିବାବେଳେ ବିରୋଧୀ ଦଳ ସଦସ୍ୟମାନେ ହୋହଲ୍ଲା କରୁଥିଲେ। ତେଣୁ ସେ ଗୃହ ପରିଚାଳନା ସମ୍ବନ୍ଧୀୟ ନିୟମ ପୁସ୍ତିକା ପଢ଼ି କହିଥିଲେ ଯେ ସଂସଦର ପରିଚାଳନା ଓ ପଦ୍ଧତି ଅନୁଯାୟୀ ସଂସଦ‌ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ କି ବିଧାନସଭାରେ ରାଜ୍ୟପାଳ ଅଭିଭାଷଣ ଦେବାବେଳେ କୌଣସି ସଦସ୍ୟ ବିଶୃଙ୍ଖଳା ପ୍ରଦର୍ଶନ କରିପାରିବେନି। 
ମାତ୍ର ବିରୋଧୀ ଦଳ ନେତା ନିଜ ଆସନରେ ଛିଡ଼ା ହୋଇ ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧ କରିଥିଲେ। ଏପରିକି ତାଙ୍କ ମାଇକ୍ କଟାଯାଇଥିବାରୁ ବିଜେଡି ବିଧାୟକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ତେଣୁ ବିରୋଧୀ ଦଳ ନେତା କାହିଁକି ଗୃହରେ ବିଶୃଙ୍ଖଳା କଲେ ତା’ର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଉ। କମିଟିର ରିପୋର୍ଟ ଆଧାରରେ କଠୋର କାର୍ଯ୍ୟାନୁଷ୍ଠାନ ହେଉ।