ଅଚାନକ ଆସିଲା ପ୍ରବଳ ବର୍ଷା ଦେଖନ୍ତୁ ଏହିସବୁ ଜିଲ୍ଲାକୁ ଦେଲା ପାଣିପାଗ ବିଭାଗ ସତର୍କ ସୂଚନା

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇବା ସହ ପାଣିପାଗ ବିଷୟରେ କିଛି ଖବର ଆପଣମାନେ ଜାଣିପାରିବେ । ଏବେ ଏହି ଭିଡିଓରେ ଆପଣମାନେ ପାଣିପାଗକୁ ନେଇ ଆସିଥିବା ନୂଆ ଅପଡେଟ ଜାଣିପାରିବେ । ଏବେ ଆପଣମାନେ ମେଘୁଆ ପାଗ ଦେଖୁଥିବେ ଆଉ କେତେବେଳେ କେତେବେଳେ ଖରା ମଧ୍ୟ ଦେଖିବାକୁ ମିଳୁଛି । 
ଏବେ ୨୪ ଘଣ୍ଟାରେ ପୁଣି ପାଗ ପରିବର୍ତ୍ତନ ହେବାକୁ ଯାଉଛି । ବର୍ଷା ଲାଗି ରହିବ ବୋଲି ଖବର ଆସିଥିବା ବେଳେ ଘରୁ ବାହାରି ହେବ ନାହିଁ ବୋଲି ସୂଚନା ମିଳିଛି । କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଥିବା ବେଳେ କିଛି ଜିଲ୍ଲାକୁ ଆର୍ଲଟ କରାଯାଇଛି । କିଛି ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଥିଲା । ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ ବୋଲି ସୂଚନା ମିଳିଥିବା ବେଳେ ସତର୍କ ରହିବାକୁ ମଧ୍ୟ କୁହାଯାଇଛି । ଏବେ ଦୁଇ ଦୁଇଟି ଲଘୁଚାପ ସୃଷ୍ଟି ହୋଇଛି । 
ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପୁଣି ଥରେ ସକ୍ରିୟ ହୋଇଛି । ଆଉ ଏଥିପାଇଁ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି । ଅନୁଗୁଳ ଏବଂ ନୂଆପଡ଼ା ଆଦି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି । ରାୟଗଡ଼ା, ବରଗଡ଼, ସୁନ୍ଦରଗଡ଼, ବରଗଡ଼, ନୟାଗଡ଼, ବୌଦ୍ଧ, ମଲକାନଗିରି, ଆଦି କେତେକ ଜିଲ୍ଲାରେ ଗୋଟିଏ କି ଦୁଇଟି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ ଆଉ ସୂଚନା ମିଳିଛି । ଆହୁରି ତିନିଦିନ ବର୍ଷା ହେବ ବୋଲି ସୂଚନା ମିଳିଛି । 
ଆଜି କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି ଜିଲ୍ଲାରେ ବର୍ଷା ହେବ । ଆଉ ଏହାସହ ଆସନ୍ତାକାଲି କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, କେନ୍ଦୁଝର, ବରଗଡ଼, ସମ୍ବଲପୁରରୁ, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, ଆଦି ଜିଲ୍ଲାରେ ବର୍ଷା ହେବ ବୋଲି ଖବର ମିଳିଛି । ଦକ୍ଷିଣ ଓଡ଼ିଶାରେ ଏହି ଲଘୁଚାପର ପ୍ରଭାବ ଲାଗି ରହିବ । ୨୩ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ ବୋଲି ସୂଚନା ମିଳୁଥିବା ବେଳେ ସତର୍କ ରହିବାକୁ କୁହାଯାଉଛି । ଏବେ ଅନେକ ସ୍ଥାନରେ ଜଳସ୍ଥଳ କମି ନାହିଁ ବୋଲି ଖବର ଆସିଛି ।