ଦେଖନ୍ତୁ LIVE ଭିଡିଓ ଚଳନ୍ତା ଟ୍ରେନରୁ ଗଳିପଡିଲା ୫ ବର୍ଷର ପୁଅ

 
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଆପଣମାନେ ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାରର ଘଟଣା ଘଟୁଥିବାର ନିଶ୍ଚୟ ଦେଖିଥିବେ। ବର୍ତମାନ ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। କଥା ରେ ଅଛି ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ।ଏହି ଉକ୍ତିର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି।ରାତି ସାରା ଜଙ୍ଗଲ ମଝିରେ ନିଜର ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରିଥିଲା ଜଣେ ପାଞ୍ଚ ବର୍ଷର ପିଲାଟି।ପାଖରେ ସୋଇଥିଲେ ବାପା ଆଉ ମା।
ହେଲେ ଆଖି ଖୋଲିଲା ବେଳକୁ ପାଖରେ କେହି ନାହାନ୍ତି।ଘଞ୍ଚ ଜଙ୍ଗଲ ଭିତରେ ଜୀବନ ସହିତ ଲଢେଇ କରୁଥିବା ବେଳେ ଏହି କୁନି ପୁଅ ପାଇଁ ଦେବ ଦୂତ ସାଜିଥିଲେ ମାଲବାହୀ ଟ୍ରେନ ର ଜଣେ କର୍ମଚାରୀ।ଟିକେ ଅସାବଧାନତା ଯୋଗୁଁ ଏଭଳି ଅଘଟଣ ଘଟି ଯାଇଛି।ଏହି ଘଟଣା ଦେଖିବା ପରେ ସମସ୍ତଙ୍କ ଆଖିରୁ ଝରି ଯାଇଛି ଲୁହ। ରାତି ସାରା ଜଙ୍ଗଲ ଭିତରେ ସଂଘର୍ଷ କରିଥିବା ଏହି କୁନି ପିଲା ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ଟ୍ରେନ ରେ ଯାଉଥିବା ବେଳେ ଅସାବଧାନତା ଯୋଗୁଁ ଖସି ପଡିଥିଲେ ପାଞ୍ଚ ବର୍ଷର କୁନି ପୁଅ ପ୍ରିତିଶ ପ୍ରଜ୍ଞା ହୋତା ସାରା ରାତି ଟ୍ରାକ ପାଖରେ ପଡ଼ି ରହି ଜୀବନ ମରଣ ଶହ ସଂଘର୍ଷ କରୁଥିଲେ।ଠିକ୍ ସେହି ସମୟରେ ଯାଉଥିବା ମାଲବାହୀ ଟ୍ରେନ ର କର୍ମଚାରୀ ପିଲାଟିକୁ ଦେଖିବାକୁ ପାଇଥିଲେ।ତାପରେ ନିକଟସ୍ଥ ଷ୍ଟେସନ କୁ ଖବର ଦେଇଥିଲେ।ତେବେ ଏଭଳି ଏକ ହୃଦୟ ବିଦାରକ ଘଟଣା ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ରେ ଦେଖିବାକୁ ମିଳିଛି।
ଗତକାଲି ବିଳମ୍ବିତ ରାତିରେ ଟ୍ରେନ ରେ ଯାଉଥିବା ବେଳେ ଏହି ଅଘଟଣ ଘଟି ଯାଇଥିଲା।ଟ୍ରେନ ରେ ଯାଉଥିବା ବ୍ରହ୍ମପୁର ର ମାନସ ହୋତା ଙ୍କ ପାଞ୍ଚ ବର୍ଷର ପୁଅ ପ୍ରିତିଶ ପ୍ରଜ୍ଞା ହୋତା ରାତିରେ ଅସାବଧାନତା ଯୋଗୁଁ ଟ୍ରେନ ଗେଟ୍ ରୁ ତଳକୁ ଖସି ପଡିଥିଲେ।ଏହି ଘଟଣା ଟି ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।