ଭୟଙ୍କର ଦୁର୍ଘଟଣାରେ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ଦେଖନ୍ତୁ କିଭଳି ଭାବେ ଘଟିଗଲା ଏତେବଡ଼ ଅଘଟଣ - Exclusive

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ। ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ କଟକ ନିକଟ ମଙ୍ଗୁଳି ଛକରେ ଘଟିଛି ଏହି ଦୁ-ର୍ଘ-ଟ-ଣା।
ଏକ ଟ୍ରକ୍‌ ପଛରେ ପିଟି ହୋଇଥିଲା ସୁଧାକର ବସନ୍ତଙ୍କ କାର୍‌। ସେ ବାରିପଦାରୁ ଫେରୁଥିବା ବେଳେ ଏହି ଦୁ-ର୍ଘ-ଟ-ଣା ଘଟିଥିଲା। ଚୌଦ୍ୱାର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସୁଧାକର ବସନ୍ତଙ୍କୁ ଉଦ୍ଧାର କରିଥିଲେ। 
କାର୍‌କୁ କାଟି ସୁଧାକରଙ୍କୁ ଉଦ୍ଧାର କରାଯାଇଥିଲା। ଏହାପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ସୁଧାକରଙ୍କ ମୁଣ୍ଡ ଓ ଛାତିରେ ଆଘାତ ଲାଗିଛି। ଉଦ୍ଧାର କରାଯିବା ବେଳକୁ ତାଙ୍କ ମୁଣ୍ଡରୁ ପ୍ରବଳ ର-କ୍ତସ୍ରାବ ହେଉଥିଲା।
କାର୍ ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି। ତାଙ୍କ ହାତରେ ଅଧିକ ଆଘାତ ଲାଗିଛି। ସେହିଭଳି ମୁଣ୍ଡରେ ଅଳ୍ପ ଆଘାତ ଲାଗିଛି। ସେ ବି କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। କେମିତି ଏହି ଦୁ-ର୍ଘ-ଟ-ଣା ଘଟିଲା, ତାହା ସ୍ପଷ୍ଟ ହୋଇପାରିନାହିଁ। 
କାର୍‌ରେ ମୋଟ ତିନି ଜଣ ଥିଲେ। ଡ୍ରାଇଭର ଗାଡ଼ି ଚଲାଉଥିବା ବେଳେ ସୁଧାକର ସାମ୍ନା ସିଟ୍‌ରେ ବସିଥିଲେ। ସୁଧାକରଙ୍କ ଜଣେ ସହକାରୀ ନିର୍ଦ୍ଦେଶକ ରଘୁ ପଛ ସିଟ୍‌ରେ ବସିଥିଲେ। ତେବେ ଦୁ-ର୍ଘ-ଟ-ଣା ଘଟିବା ସମୟରେ ରଘୁ ଶୋଇଥିଲେ।
ଦୁ-ର୍ଘ-ଟ-ଣା କେମିତି ଘଟିଲା ସେ କିଛି ଜାଣି ନାହାନ୍ତି। ଦୁ-ର୍ଘ-ଟ-ଣାରେ ତାଙ୍କର କିଛି ହୋଇନାହିଁ। ଦୁ-ର୍ଘ-ଟ-ଣା ଖବର ପାଇବା ପରେ ସକାଳୁ ସକାଳୁ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ସହିତ ଜଡ଼ିତ କିଛି ଲୋକ କଟକ ବଡ଼ ଡାକ୍ତରଖାନାରେ ପହଞ୍ଚି ସୁଧାକରଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି। 
ସେମାନଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଦୁ-ର୍ଘ-ଟ-ଣାର କାରଣ ସ୍ପଷ୍ଟ ଭାବେ ଜଣାପଡ଼ିନି। ତେବେ ଡ୍ରାଇଭରଙ୍କ କହିବା ମୁତାବକ ଗାଡ଼ି ଅଧିକ ବେଗରେ ଯାଉ ନଥିଲା। ଗାଡ଼ିର ବେଗ ଘଣ୍ଟା ପ୍ରତି ୬୦/୭୦ କି.ମି ଥିଲା। ମଙ୍ଗୁଳି ନିକଟରେ ସାମ୍ନାରୁ ହଠାତ୍ ଏକ ଗାଡ଼ି ମାଡ଼ି ଆସିବାରୁ ଡ୍ରାଇଭର କାରକୁ ଗୋଟିଏ ସାଇଡ୍‌କୁ ବୁଲାଇ ଦେଇଥିଲେ ଓ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ପଛରେ ପିଟି ହୋଇଯାଇଥିଲେ।