କଣ ହଠାତ ହେଲା ଏମିତି ଯେ ସରପଞ୍ଚଙ୍କୁ ତଳେ ପକାଇ ନିଧୁମ ଛେଚିଲେ ଦେଖନ୍ତୁ ଦୃଶ୍ୟ ହେଲା ସୋସିଆଲ ମିଡିଆରେ VIRAl

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଦିନକୁ ଦିନ ସମାଜରେ ଅଜବଗଜବ ଘଟଣା ସବୁ ଘଟିଚାଲିଛି। ଦୁନିଆ ଯେତେ ଆଗାଉଛି, ସେତିକି ସେତିକି ମଣିଷ ନିଷ୍ଠୁର ପାଲଟି ଯାଉଛି।
ସମସ୍ତେ ନିଜ ସୁଖ ସୁବିଧା ପାଇଁ ମନ୍ଦ କାର୍ଯ୍ୟ କରିବା ପାଇଁ ପଛଉନାହାନ୍ତି। ତେବେ ବନ୍ଧୁଗଣ ସୋସିଆଲ ମିଡ଼ିଆର ଯୁବପିଢି ଏମିତି କିଛି କାରନାମା କରିବାକୁ ଉଦ୍ୟମ କରୁଛନ୍ତି, ଯାହାଦ୍ୱାରା ସେମାନେ ଚର୍ଚ୍ଚାକୁ ଆସୁଛନ୍ତି। 
ବନ୍ଧୁଗଣ ଦିନକୁ ଦିନ ଦୁନିଆ ପରିବର୍ତ୍ତନ ହେବାରେ ଲାଗିଛି। ଏବଂ ତାସହ ଲୋକମାନେ ମଧ୍ୟ ପରିବର୍ତ୍ତନ ହେବା ସହ ଚାଲିଚଳନ ଏବଂ କଥାବାର୍ତ୍ତାରେ ମଧ୍ୟ ପରିବର୍ତ୍ତନ ଆସୁଛି। ମନୁଷ୍ୟ ଦିନକୁ ଦିନ ନିଜ ସ୍ବାର୍ଥରେ ଅନ୍ଧ ହୋଇ ସ୍ୱାର୍ଥପର ହେବାରେ ଲାଗିଛି।
ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଘଟଣା ସାମ୍ନାକୁ ଆସିଛି। ଯାହାକି ବନ୍ଧୁଗଣ ଫାଇଭ୍-ଟି କାମରେ ଦୁର୍ନୀତି ଅଭିଯୋଗକୁ ନେଇ ମରାମରି ହୋଇଥିବା ସରପଞ୍ଚ ଓ ପୂର୍ତ୍ତବିଭାଗ ଏସଡିଓ ଗିରଫ ହୋଇଛନ୍ତି। 
ଉଭୟ ପରସ୍ପର ନାଁରେ ଖପ୍ରାଖୋଲ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଉଭୟଙ୍କୁ ଗିରଫ କରାଯାଇଛି। ପରେ ଉଭୟଙ୍କୁ ଜାମିନ ମିଳିଛି। ବଲାଙ୍ଗିର ହରିଶଙ୍କର ପୀଠର ଉନ୍ନୟନ କାମରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ପ୍ରତିବାଦ କରିଥିଲେ
ଖପ୍ରାଖୋଲ ବ୍ଲକ ସରପଞ୍ଚ ସଂଘର ସଭାପତି ସୁଶୀଲ ଗୁରୁ। ଏହି କଥା ଶୁଣି ରାଗିଯାଇଥିଲେ ପିଡବ୍ଲୁଡି ଏସଡିଓ। ସବୁ କଥାରେ କାହିଁକି ବାଧ ଉପୁଯାଉଛ ବୋଲି କହି ସରପଞ୍ଚଙ୍କୁ ମାଡି ବସି ନିସ୍ତୁକ ମାଡ ମାରିଥିଲେ। 
ଉପସ୍ଥିତ ଲୋକେ ଏସଡିଓଙ୍କ କବଳରୁ ସରପଞ୍ଚଙ୍କୁ ଉଦ୍ଧାର କରିଥିଲେ। ଆଉ ସେହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏସଡିଓଙ୍କ ଏପରି ଆଚରଣକୁ ସାଧାରଣ ଲୋକେ ନିନ୍ଦା କରୁଛନ୍ତି।
ଅନ୍ୟପଟେ ଖବର ପାଇ ହରିଶଙ୍କର ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଏସଡିଓ ଓ ସରପଞ୍ଚଙ୍କୁ ଖପ୍ରାଖୋଲ ଥାନାକୁ ଆଣି ପଚରାଉଚରା କରୁଛି। ବର୍ତମାନ ସୁଦ୍ଧା ଥାନାରେ କୌଣସି ପ କ୍ଷରୁ ଏତଲା ଦିଆଯାଇନଥିବା ସୂଚନା ମିଳିଛି।