କଲେଜ୍ ପଛ ପଟେ ଛାତ୍ରୀ ମାନେ ଛାତ୍ର ଙ୍କୁ କରୁଛନ୍ତି ବିବାହ, ଓଡ଼ିଶା ର ପ୍ରତିଷ୍ଠିତ କଲେଜ୍ ରେ ଘଟୁଛି ପ୍ରେମୀ ଯୁଗଳ ଙ୍କ ବିବାହ ହେଲେ ପ୍ରିନ୍ସିପଲ୍ ଅଜଣା

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ଏକ ଭିଡିଓ ଖୁବ ଜୋରେ ଭାଇରାଲ୍ ହେବାରେ ଲାଗିଛି। ସେହି ଭିଡିଓ ରେ ଦେଖିବାକୁ ମିଳିଛି କି କଲେଜ୍ ପଛପଟେ ଚାଲିଛି ବାହାଘର।
ଆଉ ଏହି ବାହାଘରରେ ମଧ୍ୟ ଚାରି ଜଣ ଯୁବତୀ ସହ ଜଣେ ଯୁବକ ଅଛନ୍ତି। କଲେଜ୍ କୁ ସେମାନେ ଆସିଥିଲେ ପାଠ ପଢିବା ପାଇଁ ହେଲେ ହଠାତ୍ ସେ ଏମିତି ବାହା ହୋଇ ଯିବେ ସେକଥା କେହି ଜାଣି ନଥିଲେ।
ହେଲେ ଉଭୟ ଯୁବକ ଓ ଯୁବତୀ ଏହି ବାହାଘରରେ ଖୁସୀ ଥିବାର ନଜର ଆସୁଛନ୍ତି। ଏହି ଘଟଣା ସମ୍ପର୍କରେ କଲେଜ୍ ର ପ୍ରିନ୍ସିପଲ୍ ମଧ୍ୟ ଜାଣିବା ପରେ ସଂପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।
ନିଜ କଲେଜ୍ ଭିତରେ ଏତେ ବଡ ବାହାଘର ହୋଇ ଯାଇଥିଲା ହେଲେ ସେକଥା କଲେଜ୍ ର ପ୍ରିନ୍ସିପାଲ ମଧ୍ୟ ଜାଣିପାରି ନଥିଲେ। ଏକଥା ଯେତେବେଳେ ପ୍ରିନ୍ସିପାଲ ଜାଣିଥିଲେ ସେତେବେଳେ ତାଙ୍କର ହୋସ ସଂପୂର୍ଣ୍ଣ ଭାବରେ ଉଡ଼ି ଯାଇଥିଲା।
ଏହି ବାହାଘର ହେଉଛି ଓଡ଼ଙ୍ଗା ସମବାୟ ମହାବିଦ୍ୟାଳୟ ରେ। ଯୁବକ ଓ ଚାରି ଯୁବତୀ +୨ ରେ ପାଠ ପଢନ୍ତି। ଆଉ ତାଙ୍କର ଏହି ବାହାଘର ଭିଡିଓ ଗୋଟେ ଫୋନ୍ ରୁ ଆଉ ଗୋଟେ ମୋବାଇଲ କୁ ଘୁରି ବୁଲୁଛି।
ନିକଟରେ ଥିବା ଜଣେ ଯୁବତୀ ମଧ୍ୟ କହୁଛନ୍ତି କି ସେ ଛଅ ଟା ଛୁଆ ହେବା ପାଇଁ ଆଶୀର୍ବାଦ ଦେଉଛନ୍ତି। ଏହି ଘଟଣା ସାମ୍ନା କୁ ଆସିବା ପରେ ପ୍ରିନ୍ସିପାଲ୍ କହିଛନ୍ତି କି ଏହି ଘଟଣାର ଏବେ ତଦନ୍ତ ଚାଲିଛି। ଆଉ ସମସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆ ଯିବ।
ଏଭଳି ଘଟଣା ଘଟି ଯିବା ପରେ ପ୍ରିନ୍ସିପାଲ ଏକ ବୈଠକ ଡାକିଛନ୍ତି। ଯୁବକ ଓ ଯୁବତୀ ଙ୍କ ବାପା ମାଆ ମଧ୍ୟ ଏହି ବୈଠକ କୁ ଆସିବାକୁ ଯାଉଛନ୍ତି। ଆଉ ଏହି ବୈଠକ ରେ ଯାହା ଆଲୋଚନା ହେବ ସେ ସବୁ କୁ ମାନି ନେବାକୁ ହେବ ବୋଲି କହିଛନ୍ତି ପ୍ରିନ୍ସିପାଲ।
ଯୁବକ ଜଣକ ଏଭଳି କଣ ପାଇଁ କଲେ ତାହା ଜଣା ନାହିଁ। ମାତ୍ର ବୈଠକ ପରେ ଏହି ଏହି ସବୁ ଘଟଣାର କାରଣ ଜଣା ପଡ଼ିବ ବୋଲି କୁହା ଯାଇଛି।