ଲୁଟେରାଙ୍କୁ ପାନେ ଦେଲେ ଲେଡୀ ବ୍ୟାଙ୍କ୍ ମ୍ୟାନେଜର ଦେଖନ୍ତୁ CCTV ଫୁଟେଜ ହେବାକୁ ଲାଗୁଛି ସୋସିଆଲ ମିଡିଆରେ VIRAl

 
ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ଆଜି ସୋସିଆଲ ମିଡ଼ିଆରେ ଏକ ଭିଡିଓ ଭାଇରାଲ ହେବାକୁ ଲାଗିଛି। ଯାହାକୁ ଆପଣ ମାନେ ବି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଲୁଟେରା ମାନଙ୍କ ଠାରୁ ବ୍ୟାଙ୍କକୁ ରକ୍ଷା କଲେ ଜଣେ ଲେଡି ବ୍ୟାଙ୍କ ମ୍ୟାନେଜର। ମାରଣାସ୍ତ୍ର ଧରିଥିବା ଦୁର୍ବୃତ୍ତଙ୍କ ସହ ଭୟ ନକରି ନିଜ ଜୀବନକୁ ବାଜି ଲଗେଇ ବ୍ୟାଙ୍କର ଟଙ୍କାକୁ ରକ୍ଷା କଲେ ବ୍ୟାଙ୍କ ମ୍ୟାନେଜର ମହିଳା ଜଣକ। ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେବାକୁ ଲାଗିଛି।
ଏହି ଦୃଶ୍ୟଟି ହେଉଛି ରାଜସ୍ଥାନ ମିରାମାର୍ଗରେ ଥିବା ମରୁଧରା ଗ୍ରାମୀଣ ବ୍ୟାଙ୍କର। ଦୁର୍ବୃତ୍ତଙ୍କ ସହ ଲଢ଼ୁଥିବା ଲେଡୀ ବ୍ୟାଙ୍କ ମ୍ୟାନେଜର ଜଣକ ହେଉଛନ୍ତି ପୁନମ୍ ଗୁପ୍ତା। ବନ୍ଧୁଗଣ ଏହି ଭିଡିଓଟି ରେ ଆପଣ ମାନେ ଦେଖିପାରୁଥିବେ କିପରି ବିନା ଭୟରେ ଦୁର୍ବୃତ୍ତ ମାନଙ୍କ ସହିତ ଲଢୁଛନ୍ତି ବା ବିପଦ ସହ ସଂଘର୍ଷ କରୁଛନ୍ତି ପୁନମ୍। ଏହି ଦୃଶ୍ୟଟି ବ୍ୟାଙ୍କରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା। ତେବେ ଏହି ଘଟଣାଟି ଗତ ଶନିବାର ଅପରାହ୍ନ ସମୟର। 
ଖବର ମୁତାବକ ବ୍ୟାଙ୍କ କର୍ମଚାରୀ ମାନେ ନିଜ ନିଜ କାମରେ ବେସ୍ତ ଥିଲେ। ଠିକ୍ ଏତିକି ବେଳେ ଜଣେ ବ୍ୟକ୍ତି ମୁଁହରେ ମୁଖା ଲଗେଇ ଏକ ମାରଣାସ୍ତ୍ର ଧରି ବ୍ୟାଙ୍କ ଭିତରକୁ ପଶି ଆସିଥିଲା। ହଠାତ୍ ସମସ୍ତଙ୍କ ଉପରକୁ ଆ-କ୍ର-ମ-ଣ କରିବାକୁ ଡରାଉଥିଲା, ଆଉ ଠିକ୍ ସେତିକି ବେଳେ ବ୍ୟାଙ୍କ ମ୍ୟାନେଜର ପୁନମ ସେହି ଦୁର୍ବୃତ୍ତ ମାନଙ୍କ ସହ ଲଢ଼ିବା ଆରମ୍ଭ କରିଦେଇଥିଲେ। 
ବିନା ଭୟରେ ପୁନମ୍ ବ୍ୟାଙ୍କ ଭିତରେ ଦୁର୍ବୃତ୍ତଙ୍କ ସହ ଯୁଦ୍ଧ କରିଥିଲେ। ଆଉ ଏହାପରେ ଭୟରେ ଦୁର୍ବୃତ୍ତ ଜଣକ ବାହାରକୁ ଖସି ପଳେଇଥିଲା। ଆଉ ତା'ପରେ ପୁନମ ସଙ୍ଗେ ସଙ୍ଗେ ପୋଲିସକୁ ଖବର କରିଥିଲେ। ସେପଟେ ପୋଲିସଙ୍କ ସୂଚନା ମୁତାବକ ଦୁର୍ବୃତ୍ତଙ୍କୁ ଗିରଫ କରିନିଆଯାଇଛି। ଅଭିଯୁକ୍ତ ଜଣକ ହେଉଛି ଲରେନ୍ସ ବିଷ୍ଣଇ ଗ୍ୟାଙ୍ଗର ଲାଭିସଆରୋରା।