ନିରାଟ ସତକଥା କହିଲେ ଆପଣଙ୍କ ପ୍ରିୟ ଲୋକପ୍ରିୟ ଅଭିନେତ୍ରୀ Rani Panda

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଅଛି ବୋଲି ଲୋକମାନେ ଅନେକ ଖବର ଆଉ ଘଟଣା ବିଷୟରେ ସୂଚନା ପାଉଛନ୍ତି । ଏଭଳି କିଛି ଘଟଣା ଏବେ ଯାତ୍ରା ଦୁନିଆର ରାଣୀ ରାନୀ ପଣ୍ଡାଙ୍କୁ ନେଇ ଆସିଛି । ଏହି ଅଭିନେତ୍ରୀ ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି । ଆଉ ତାଙ୍କ ଅଭିନୟରେ ସେ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିଛନ୍ତି । ଏହି ଅଭିନେତ୍ରୀ ଜଣଙ୍କୁ ନେଇ ଏବେ ଆଉ ଏକ ଖବର ଆସିଛି ।
ଅଭିନେତ୍ରୀ ରାନୀ ପଣ୍ଡା ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରୁହନ୍ତି । ଆଉ ଏହି ଅଭିନେତ୍ରୀ ଜଣଙ୍କ ଏବେ ନାରୀମାନଙ୍କ ପାଇଁ କିଛି କହିଛନ୍ତି । ଏହି ଅଭିନେତ୍ରୀ ଜଣକ କହିଛନ୍ତି କି ନାରୀମାନଙ୍କର ମନର ଭାବନା । ସେ ଏହି ଭିଡିଓରେ ବେଶ୍ୟା କହୁଥିବା ନାରୀମାନଙ୍କୁ ସମ୍ମାନ କରି ଅନେକ କଥା କହିଛନ୍ତି ଯାହା ଏହି ସମାଜ ଉପରେ ଭଲ ପ୍ରଭାବ ପକାଇବ ।ଅଭିନେତ୍ରୀ ରାନୀ ପଣ୍ଡା ସବୁବେଳେ ସତ୍ୟ କଥା କହିଥାନ୍ତି । କିନ୍ତୁ ତାଙ୍କୁ କେହି ବୁଝିପାରନ୍ତି ନାହିଁ ।
ଏହି ଭିଡିଓରେ ସେ କହିଛନ୍ତି, ଯେଉଁ ସମାଜରେ ଗୋଟେ ମାଆକୁ, ଗୋଟେ ଭଉଣୀକୁ ଆଉ ଗୋଟେ ଝିଅକୁ ବେଶ୍ୟାର ଆଖ୍ୟା ଦିଆଯାଇ ତାକୁ ବଦନାମ୍ କରାଯାଉଛି । ପୁଣି ସେହି ମାଆର ଦୁଆରୁ ମାଟି ଆଣି ଆଉ ଗୋଟିଏ ମାଆର ମୂର୍ତ୍ତି କିପରି ସ୍ଥାପନା କରାଯାଉଛି । ଆପଣମାନେ ସମସ୍ତେ ଜାଣିଥିବେ ଯେ ବେଶ୍ୟା ଦୁଆରରୁ ମାଟି ଆଣିଲେ ମାଆ ଦୁର୍ଗତି ନାଶିନୀ ମାଆ ଦୁର୍ଗାଙ୍କର ମୂର୍ତ୍ତି ତିଆରି ହୁଏ । ଆଉ ମାଆଙ୍କ ମୂର୍ତ୍ତି ସ୍ଥାପନ ପାଇଁ ବେଶ୍ୟା ରହୁଥିବା ସ୍ଥାବର ମାଟି ଆବଶ୍ୟକ ।
କିନ୍ତୁ ଆଜିକା ସମାଜର ଲୋକମାନେ ମାଆଙ୍କୁ, ଭଉଣୀଙ୍କୁ ଏବଂ ଝିଅଙ୍କୁ ବେଶ୍ୟା କୁହନ୍ତି ତାହେଲେ ଏଥିରେ କାହାର ଭୁଲ ଅଛି । ଏମିତି କହିବା ପଛରେ କାହାର ଭୁଲ ଅଛି ଏହା କଣ ସେହି ଲୋକମାନଙ୍କର ଭୁଲ ନୁହେଁ ଯେଉଁମାନେ ମହିଳାମାନଙ୍କୁ ଏଭଳି କୁହନ୍ତି । ଏହି ସମାଜ ଏହିଭଳି ଲୋକଙ୍କ ପାଇଁ ଆଜି ବହୁତ ପଛରେ ଅଛି । ଆଉ ଏହି କଥା ରାନୀ ପଣ୍ଡା ଆଜି ସମସ୍ତଙ୍କୁ କହିଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଏକ ଭଲ ବାର୍ତ୍ତା ସୃଷ୍ଟି କରିବ । ଏହି ଭିଡିଓ ଏବେ ବହୁତ ପରିମାଣରେ ଭାଇରାଲ ହେଉଛି । ଏହାକୁ ନେଇ ଅନେକ ଚର୍ଚ୍ଚା ମଧ୍ୟ ହେଉଛି ।