ଶେଷରେ ମୁଁହ ଖୋଲିଲେ ଆପଣଙ୍କ ପ୍ରିୟ ଲୋକପ୍ରିୟ ଅଭିନେତ୍ରୀ ଝିଲିକ ଦେଖନ୍ତୁ କଣ କହିଲେ

 
ବନ୍ଧୁଗଣ ଏବେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅବସ୍ଥା ବହୁତ ଖରାପ ଅଛି । ସମୟ ଏବେ ଏତେ ଜଟିଳ ହୋଇ ଯାଇଛି ଯେ, ଓଡିଆ ସିନେମାକୁ ଥିଏଟର ମିଳୁନି । ଏହାର ମୁଖ୍ୟ କାରଣ ହେଉଛି ଲୋକ ମାନେ ଓଡିଆ ଫିଲ୍ମ ଦେଖିବାକୁ ପସନ୍ଦ କରୁ ନାହାନ୍ତି । ଯେଉଁଠି ସାଉଥ ଆଉ ହିନ୍ଦୀ ସିନେମାର ସୁପର ହିଟ ଫିଲ୍ମ ଆସିବ ଆଉ ସେଇଠି ଯଦି ଓଡିଆ ଫିଲ୍ମ ପଡୁଛି ତା ହେଲେ ଲୋକ ମାନେ କେବଳ ସାଉଥ ଆଉ ହିନ୍ଦୀ ଫିଲ୍ମ ହିଁ ଦେଖୁଛନ୍ତି ।
ତେବେ ଦୀର୍ଘ ଅନେକ ବର୍ଷ ହେବ ଓଡିଆ ଫିଲ୍ମ ଗୁଡିକ କପି ହୋଇ ଆସୁଛି ତଥାପି ଲୋକ ଦେଖୁଥିଲେ । ହେଲେ ଏବେ ଲୋକ ଆଉ ଓଡିଆ ଫିଲ୍ମ ଦେଖିବାକୁ ପସନ୍ଦ କରୁ ନାହାନ୍ତି । ଆଉ ଏହାରି ମଧ୍ୟରେ ଓଡିଆ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଜ୍ୟ ଏକ ବଡ ବୟାନ ଦେଇଛନ୍ତି। ଝିଲିକ କହିଛନ୍ତି-‘ଓଡିଶାରେ ରହିକି ଆମେ ଓଡିଆ ସଂସ୍କୃତି ଆମ ଓଡିଆ ଭାଷାକୁ ଥିଏଟର ମିଳୁନି। କାହିଁକି ମିଳୁନି କେବେ ଚିନ୍ତା କରିଛନ୍ତି।
ଝିଲ୍ଲିକ ଗୋଟେ ହିରୋ, ହିରୋଇନ ଆଉ ଗୋଟେ ଡାଇରେକ୍ଟରକୁ ନେଇ ଚିନ୍ତା କରିଛନ୍ତି ଏକ ବଡ ବଜେଟର ଫିଲ୍ମ। ଝିଲିକ୍ ସାଇନ କରିଥିଲେ ବିଗ ବଜେଟ ଫିଲ୍ମ। ସେହି କଳାକାର ମାନେ ଟେଲି ଫିଲ୍ମରେ ଅଭିନୟ କରୁଛନ୍ତି ଯାହାଫଳରେ ଦର୍ଶକ ମାନେ ସେମାନଙ୍କୁ ରିଜେକ୍ଟ କରି ଦେଉଛନ୍ତି । ଝିଲ୍ଲିକ କେବଳ ଏତିକି କହିଛନ୍ତି ଆମେ ଗୋଟେ ଭଲ ଫିଲ୍ମ କରିବାର କିମ୍ବା ବଡ ଫିଲ୍ମ କରିବାର ପ୍ରୟାସ ରଖିବା।
ଗୋଟେ ଜିନିଷ ଆମ ମାନଙ୍କୁ ଚିନ୍ତା କରିବାକୁ ପଡିବ ଯେଉଁ ଡାଇରେକ୍ଟର ଯେଉଁ ହିରୋ-ହିରୋଇନଙ୍କୁ ନେଇ ଆମେ ଫିଲ୍ମ କରିବା ସେମାନେ ଯେମିତ ଟେଲି ଫିଲ୍ମରେ କାମ କରିବେ ନାହିଁ । ନୂଆ ହିରୋ-ହିରୋଇନ ଆଉ ଡାଇରେକ୍ଟର ମାନଙ୍କୁ ସୁଯୋଗ ଦିଅନ୍ତୁ ଏହା ବିଷୟରେ ଚିନ୍ତା କରନ୍ତୁ । ଫିଲ୍ମ କହିଲେ ଯେଉଁଟା ହଲରେ ରିଲିଜ ହେବ। ତେଣୁ ଆମକୁ ଆସୋସିଏସନକୁ ସେତିକି ଷ୍ଟ୍ରଙ୍ଗ କରିବାକୁ ପଡିବ। ଏଭଳି କିଛି କହିଛନ୍ତି ଅଭିନେତ୍ରୀ ଝିଲ୍ଲିକ୍ ଭଟ୍ଟାଚାର୍ଯ୍ୟ।