ଝିଅଙ୍କ ଦୁଃଖ ସହି ନପାରି ପୁଅରୁ ସିଧା ବନିଗଲେ ଝିଅ ଦେଖନ୍ତୁ କାହିଁକି କଲେ ଏମିତି

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ବନ୍ଧୁଗଣ ଛଅ ଲକ୍ଷ ଖର୍ଚ୍ଚ କରି ପୁଅରୁ ଝିଅ ହେଇଛନ୍ତି ଜଣେ ଯୁବକ।
ଏଭଳି ଏକ ଭିନ୍ନ କାହାଣୀ ବାଲେଶ୍ୱର ଜିଲ୍ଲାରୁ ଆସିଛି। ଜନ୍ମ ହୋଇଥିଲେ ପୁଅ ହୋଇ କିନ୍ତୁ ସର୍ଜରୀ କରି ବନିଗଲେ ଝିଅ। ପୁଅଟିଏ ହେଲା ବୋଲି ବାପା-ମା ବି ଖୁସିରେ ନାଁ ରଖିଥିଲେ ଅଜୟ। କିନ୍ତୁ ସେହି ଅଜୟ ଏବେ ମନରୁ ଏବଂ ଶରୀରରୁ ପାଲଟିଛନ୍ତି ପୂରାପୁରି ଝିଅ। ଅଜୟରୁ ବନିଯାଇଛନ୍ତି ରିଙ୍କି। ତାଙ୍କ ନାଁ ଏବେ ହେଉଛି ରିଙ୍କି ବାରିକ। ରିଙ୍କି ବାରିକଙ୍କ ବୟସ ୩୮। ଘର ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ନମକାନା ଗାଁ। ପୁଅରୁ ଝିଅ ପାଲଟି ରିଙ୍କି ଏବେ ରିଟ୍ରାନ୍ସ ୱିମେନ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ସର୍ଜରୀ କରି ସେ ପାଇଛନ୍ତି ନୂଆ ପରିଚୟ ସହ ନୂଆ ଅନୁଭବ। 
ରିଙ୍କି କହିଛନ୍ତି ଯେ, "ସମାଜରେ ନାରୀଙ୍କୁ ଅତ୍ୟାଚାର ଏବଂ କନ୍ୟାଭ୍ରୂଣ ହ-ତ୍ୟାକୁ ରୋକିବା ସହ ଅବହେଳିତ ମହିଳାଙ୍କୁ ନ୍ୟାୟ ପାଇଁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି"। ନମକାନା ଗାଁର ରବିନ୍ଦ୍ର ବାରିକଙ୍କ ୩ ପୁଅଙ୍କ ମଧ୍ୟରୁ ମଝିଆ ପୁଅ ଥିଲେ ରିଙ୍କି। ପାଠପଢା ସାରି କୋଲକାତାରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ। କିନ୍ତୁ ମହିଳାଙ୍କ ପ୍ରତି ଅନ୍ୟାୟ ଅ-ତ୍ୟା-ଚା-ରକୁ ନେଇ ରିଙ୍କିଙ୍କ ମନରେ ବିଦ୍ରୋହଭାବ ସୃଷ୍ଟି ହେବା ସହ ଘଟିଥିଲା ମାନସିକ ପରିବର୍ତ୍ତନ। 
ତେଣୁ ପରିବାର ଲୋକଙ୍କ ସହମତି କ୍ରମେ ୨୦୨୨, ଡିସେମ୍ବରରେ ଦିଲ୍ଲୀ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଏବଂ ଡାକ୍ତର ନରେନ୍ଦ୍ର କୌଶିକଙ୍କ ତତ୍ତ୍ବାବଧାନରେ ସର୍ଜରୀ କରାଇଥିଲେ। ଏଥିପାଇଁ ପ୍ରାୟ ୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା କହିଛନ୍ତି ରିଙ୍କି। ଆଉ ଏବେ ଅଜୟ ବାରିକରୁ ରିଙ୍କି ବାରିକର ପରିଚୟ ପାଇବା ସହ ବିଭିନ୍ନ ସଙ୍ଗଠନ ସହ ଜଡିତ ହୋଇ ନାରୀ ସଶକ୍ତିକରଣ ଏବଂ ଅବହେଳିତ, ନିଷ୍ପେଷିତ ନାରୀଙ୍କୁ ନ୍ୟାୟ ପାଇଁ କାର୍ଯ୍ୟ କରୁଥିବା କହିଛନ୍ତି ନିଜେ ରିଙ୍କି।