ପାଟିରେ ନୁହେଁ ନାକରେ ବାଜୁଛି ବଇଁଶୀ ଯିଏ ଦେଖିବେ ସିଏ ହେବେ ଆଶ୍ଚର୍ଯ୍ୟ

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଥାଏ। 
ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟିଛି। ବନ୍ଧୁଗଣ ଏକ ଆଶ୍ଚର୍ଯ୍ୟ ଘଟଣା ଶୁଣିବାକୁ ମିଳିଛି। ଜଣେ ବ୍ୟକ୍ତି ପାଟିରେ ନୁହେଁ ବରଂ ନାକରେ ବଜାଉଛନ୍ତି ବଂଶୀ। ଆଉ ଏମିତି ନାକରେ ବଂଶୀ ବଜାଇ ଲୋକଙ୍କ ମନ କିଣୁଛନ୍ତି ନରସିଂହ ନାୟକ। ୨୦୦୯ ମସିହାରୁ ବିଭିନ୍ନ ସ୍ଥାନରେ ଶିକ୍ଷାନୁଷ୍ଠାନରେ ଲଗାତାର ୩ ଘଣ୍ଟା ଧରି ନରସିଂହ ନାକରେ ବଂଶୀ ବଜାଇ ପାରନ୍ତି। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହେଇଯାଉଛନ୍ତି। 
ଆଉ ନରସିଂହଙ୍କର ଏମିତି ପ୍ରତିଭାକୁ ଦେଖି ଲୋକ ମାନେ ପ୍ରଶଂସା ନକରି କେହି ରହିପାରନ୍ତି ନାହିଁ। ଏବେ ନାକରେ ବଂଶୀ ବଜାଇ ସମସ୍ତଙ୍କର ପ୍ରିୟପାତ୍ର ପାଲଟିଛନ୍ତି ନରସିଂହ। ନରସିଂହଙ୍କର ଘର ହେଉଛି ବାଲେଶ୍ୱର ଜିଲ୍ଲା ସୁର ନିର୍ବାଚନ ମଣ୍ଡଳୀ ଖସୁଆ ଗୋବିନ୍ଦପୁର ଅଞ୍ଚଳରେ। ପିଲାଟି ଦିନରୁ ନରସିଂହଙ୍କର କଳା ପ୍ରତି ବେଶ୍ ଦୁର୍ବଳତା ଥିଲା। ନରସିଂହଙ୍କର ବାପା ମଧ୍ୟ ଜଣେ ବାଦ୍ୟ କଳାକାର ଥିଲେ। 
ତାଙ୍କ ବାପାଙ୍କ ପ୍ରେରଣାରେ ନରସିଂହ ବଂଶୀ ବଜାଇବା ଶିକ୍ଷାଲାଭ କରିଥିଲେ। ଆଉ ଆଜି ପର୍ଯ୍ୟନ୍ତ ବଂଶୀ ବଜାଇ ଆସୁଛନ୍ତି। ପୂର୍ବରୁ ନରସିଂହ ପାଟିରେ ଫୁଙ୍କି ବଂଶୀ ବଜାଉଥିଲେ କିନ୍ତୁ ଧୀରେ ଧୀରେ ନରସିଂହ ଙ୍କର ଦାନ୍ତ ଖସିବାରୁ ସେ ଆଉ ପାଟିରେ ନବଜାଇ ଏବେ ନାକରେ ବଂଶୀ ବଜାଉଛନ୍ତି। ୨୦୦୯ରୁ ନରସିଂହ ବିଭିନ୍ନ ସ୍ଥାନରେ ଶିକ୍ଷାନୁଷ୍ଠାନରେ ବଜାଇ ପାରନ୍ତି ବୋଲି ଏକଥା ସେ ନିଜେ କହିଛନ୍ତି।